ETV Bharat / entertainment

ଫ୍ୟାନ୍ସଙ୍କୁ ହୋଲି ଶୁଭେଚ୍ଛା ଜଣାଇଲେ ସାହିଦ କପୁର, କାର୍ତ୍ତିକଙ୍କ ବ୍ୟତୀତ ଅନ୍ୟାନ୍ୟ ସେଲିବ୍ରିଟି

author img

By

Published : Mar 8, 2023, 7:39 AM IST

ରଙ୍ଗ ଏବଂ ପ୍ରେମର ପର୍ବ ହୋଲିରେ ଫ୍ୟାନ୍ସକୁ ଶୁଭେଚ୍ଛା ଜଣାଇଲେ ଅନେକ ବଲିଉଡ ତାରକା। ସୋସିଆଲ ମିଡିଆରେ ସେୟାର କଲେ ଫଟୋ। ଅଧିକ ପଢନ୍ତୁ,

ଫ୍ୟାନ୍ସଙ୍କୁ ହୋଲି ଶୁଭେଚ୍ଛା ଜଣାଇଲେ ସେଲିବ୍ରିଟି

ମୁମ୍ବାଇ: ବି-ଟାଉନରେ ହୋଲିକୁ ନେଇ ଏକ ଭିନ୍ନ କ୍ରେଜ୍ ଦେଖିବାକୁ ମିଳିଥାଏ । ଏଥର ହୋଲିରେ ମଧ୍ୟ ସେଲିବ୍ରିଟିମାନେ ଖୁବ ମଜା କରୁଥିବାର ନଜର ଆସିଥିବା ବେଳେ ଫ୍ୟାନ୍ସଙ୍କୁ ମଧ୍ୟ ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସମସ୍ତ ତାରକା ସେମାନଙ୍କ ପ୍ରଶଂସକଙ୍କୁ ଶୁଭେଚ୍ଛା ଜଣାଇବାରେ ବ୍ୟସ୍ତ ଅଛନ୍ତି । ତେବେ ଏହାରି ମଧ୍ୟରେ ବିଗ ବି ଅମିତାଭ ବଚ୍ଚନଙ୍କ ଠାରୁ ଆରମ୍ଭ କରି ସାହିଦ କପୁର, କାର୍ତ୍ତିକ ଆର୍ଯ୍ୟନ ପ୍ରଶଂସକଙ୍କୁ ଅନେକ ହୋଲି ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡ ବିଗ ବି ଅମିତାଭ ବଚ୍ଚନ ପ୍ରଶଂସକଙ୍କୁ ହୋଲିର ଶୁଭକାମନା ଜଣାଇଛନ୍ତି । ନିଜ ଟ୍ବିଟର ହ୍ୟାଣ୍ଡଲ ଜରିଆରେ ପ୍ରଶଂସକଙ୍କୁ ଶୁଭକାମନା ଜଣାଇଥିବା ଦେଖିବାକୁ ମିଳିଛି । ସେହିପରି ବଲିଉଡର ଦବଙ୍ଗ ସଲମାନ ଖାନ୍‌ ମଧ୍ୟ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ବଲିଉଡର ସୁନ୍ଦର ଅଭିନେତା ସାହିଦ କପୁର 'କବୀର ସିଂ' ଷ୍ଟାଇଲରେ ପ୍ରଶଂସକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସାହିଦ ତାଙ୍କ ସୁପରହିଟ୍ ଫିଲ୍ମ କବୀର ସିଂର ଏକ ହୋଲି ଭିଡିଓ ସେୟାର କରି ଲେଖିଛନ୍ତି, 'ହୋଲି ମୁଡ୍ '। ଯାହାକୁ ଅନେକ ଫ୍ୟାନ୍ସ ଲାଇକ କରିବା ସହ ଅଭିନେତାଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ସେହିପରି ସିଦ୍ଧାର୍ଥ-କିଆରା ପ୍ରଶଂସକମାନଙ୍କୁ ଏକାଠି ହୋଲିର ଶୁଭେଚ୍ଛା ଜଣାଇଛନ୍ତି । ସିଦ୍ଧାର୍ଥ-କିଆରା ନିଜ ଇନଷ୍ଟାରେ ହଲଦୀ ସମାରୋହର ଏକ ଫଟୋ ସେୟାର କରି ଲେଖିଛନ୍ତି, 'ମୋର ଏବଂ ମୋ ସ୍ବାମୀଙ୍କ ତରଫରୁ ହୋଲିର ଶୁଭେଚ୍ଛା ।

ଅନ୍ୟପଟେ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀ ମଧ୍ୟ ହୋଲିକାଙ୍କୁ ଜାଳି ପ୍ରଶଂସକଙ୍କୁ ଅନେକ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ଶିଳ୍ପା ହୋଲିକା ଦହନର ଏକ ଭିଡିଓ ନିଜ ଇନ୍‌ଷ୍ଟାଗ୍ରମ ହ୍ୟାଣ୍ଡେଲରେ ସେୟାର କରି ଏକ ନୋଟ୍‌ ଲେଖିଛନ୍ତି, ଯେଉଁଥିରେ ସେ ଉଭୟ ପିଲା ଏବଂ ମାଙ୍କ ସହ ନଜର ଆସିଛନ୍ତି ।

ଚଳଚ୍ଚିତ୍ର ନିର୍ମାତା, ଅଭିନେତା, ନିର୍ମାତା ଫରହାନ ଅଖତରଙ୍କ ଭଉଣୀ ଜୋୟା ଅଖତର ମଧ୍ୟ ହୋଲି ରଙ୍ଗରେ ମିଶ୍ରିତ ଏକ ସୁନ୍ଦର ଫଟୋ ସେୟାର କରି ତାଙ୍କ ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇଛନ୍ତି ।

ସେପଟେ କାର୍ତ୍ତିକ ଆର୍ଯ୍ୟନ ଆଜିକାଲି ଆମେରିକାରେ ଅଛନ୍ତି ଏବଂ ତାଙ୍କ ପ୍ରଶଂସକଙ୍କୁ ମନେ ରଖି ସେ ହୋଲିର ଶୁଭେଚ୍ଛା ଜଣାଇଛନ୍ତି। କାର୍ତ୍ତିକ ଫଟୋଗୁଡ଼ିକୁ ସେୟାର କରି ଲେଖିଥିଲେ, 'ହୋଲି ଏବଂ ଆପଣଙ୍କ ଭଲପାଇବା ରଙ୍ଗରେ ବୁଡିରହୁ । ଆମେରିକାର ମୋର ସମସ୍ତ ବନ୍ଧୁ ଏବଂ ପ୍ରଶଂସକଙ୍କୁ ହୋଲିର ଶୁଭେଚ୍ଛା ଜଣାଇବା ସହ ଆମେରିକାରେ ମା'ଙ୍କ ହାତ ଗୁଜିଆକୁ ମନେ ପକାଉଛି । ପରେ ସେ "ହାପି ହୋଲି" ବୋଲି କହିଛନ୍ତି ।

ସେହିପରି ବରୁଣ ଧୱନ ମଧ୍ୟ ଏକ ଭିଡିଓ ନିଜ ଇନଷ୍ଟାଗ୍ରମ ହ୍ୟାଣ୍ଡେଲରେ ସେୟାର କରି ଲେଖିଛନ୍ତି, ହାପି ହୋଲି, ନକରାତ୍ମକ ଉପରେ ପ୍ରେମର ଜୟ ହେଉ। ତେବେ ଏହି ଭିଡିଓରେ ବରୁଣ ହ୍ୱାଇଟ୍‌ ଡ୍ରେସ୍‌ରେ ନଜର ଆସିଥିବା ବେଳେ ହୋଲି ରଙ୍ଗରେ ଖେଳୁଥିବାର ନଜର ଆସିଛନ୍ତି।

  • T 4578 - होली की अनेक अनेक शुभकामनाएँ ❤️

    — Amitabh Bachchan (@SrBachchan) March 7, 2023 " class="align-text-top noRightClick twitterSection" data=" ">

ଲୋକପ୍ରିୟ ଟିଭି ସିରିୟଲ ପବିତ୍ର ରିସ୍ତାର ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ସ୍ବାମୀ ଭିକି ଜୈନଙ୍କ ସହ ଏକ ଫଟୋ ସେୟାର କରି ପ୍ରଶଂସକଙ୍କୁ ହୋଲି ଶୁଭେଚ୍ଛା ଜଣାଇଛନ୍ତି । ତେବେ ଏହି ଫଟୋରେ ଉଭୟ ହଳଦୀ ରଙ୍ଗର ଡ୍ରେସରେ ନଜର ଆସିଥିବା ବେଳେ ଭିକି ଅଙ୍କିତାଙ୍କୁ ରଙ୍ଗ ଲଗାଉଥିବାର ଦେଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.