ETV Bharat / entertainment

Biopic On Rakesh Maria: ଆସୁଛି ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ବାୟୋପିକ୍‌ - ରାକେଶ ମାରିଆ

ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ରୋହିତ ସେଟ୍ଟୀ ନିକଟରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ଉପରେ ବାୟୋପିକ ଘୋଷଣା କରିଥିଲେ। ତାଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ରୋହିତ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହିତ ହାତ ମିଳାଇଛନ୍ତି । ଅଧିକ ପଢନ୍ତୁ

ରାକେଶ ମାରିଆ ବାୟୋପିକ
ରାକେଶ ମାରିଆ ବାୟୋପିକ
author img

By

Published : Apr 30, 2022, 7:27 PM IST

ହାଇଦ୍ରାବାଦ: ବଲିଉଡର ଜଣାଶୁଣା ଚଳଚ୍ଚିତ୍ର ନିର୍ମାତା ରୋହିତ ସେଟ୍ଟୀ ନିକଟରେ ପୂର୍ବତନ ଆଇପିଏସ ଅଫିସର ତଥା ମୁମ୍ବାଇର ପୂର୍ବତନ ପୋଲିସ କମିଶନର ରାକେଶ ମାରିଆଙ୍କ ଉପରେ ବାୟୋପିକ ଘୋଷଣା କରିଥିଲେ। ପୂର୍ବତନ ପୋଲିସ କମିଶନରଙ୍କ ଜୀବନୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର ନିର୍ମାଣ ପାଇଁ ରୋହିତ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ସହିତ ହାତ ମିଳାଇଛନ୍ତି। ବାୟୋପିକ୍ ରାକେଶ ମାରିଆଙ୍କ କୁଶଳୀ କ୍ୟାରିୟରର ଅନୁଭୂତି ଉପରେ ଆଧାରିତ ହେବ ଏବଂ ଖୋଦ୍‌ ଚଳଚ୍ଚିତ୍ର ନିର୍ମାତା ରୋହିତ ଶେଟ୍ଟୀ ଏହାର ନିର୍ଦ୍ଦେଶନା ଦେବେ ।

ପ୍ରଡ୍ୟୁସର ତଥା ନିର୍ଦ୍ଦେଶକ ରୋହିତ ସେଟ୍ଟୀ ଏହା ଘୋଷଣା କରି କହିଛନ୍ତି, ରାକେଶ ମାରିଆ, ଯିଏ 36 ବର୍ଷ ପର୍ଯ୍ୟନ୍ତ ନିଜ ଆଖି ଆଗରେ ଆତଙ୍କ ଦେଖିଥିଲେ। 1993 ମୁମ୍ବାଇ ସିରିଏଲ ବିସ୍ଫୋରଣ, ଅଣ୍ଡରୱାର୍ଲ୍ଡ ଲିଙ୍କରୁ 26/11/2008 ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ପର୍ଯ୍ୟନ୍ତ ତାଙ୍କର ଅବିଶ୍ୱାସନୀୟ ଯାତ୍ରା ବହୁତ ଲମ୍ବା ଥିଲା। ପ୍ରକୃତ ଜୀବନରେ ଜଣେ ସାହସୀ ମଣିଷ ଏବଂ ନିର୍ଭୀକ ଯାତ୍ରାକୁ ପରଦାରେ ଆଣିଥିବାରୁ ମୁଁ ଗର୍ବିତ ।"

ରାକେଶ ମାରିଆ ତାଙ୍କ ବାୟୋପିକ ବିଷୟରେ ମନ୍ତବ୍ୟ ଦେଇ କହିଛନ୍ତି, “ମୋ ଜୀବନ ଯାତ୍ରାକୁ ପୁଣି ଥରେ ଜୀଇଁବା ରୋମାଞ୍ଚକ, ଖାସ୍‌କରି ସେତେବେଳେ ଯେତେବେଳେ ଏହାକୁ ରୋହିତ ସେଟ୍ଟୀଙ୍କ ପରି ଜଣେ ଶାନଦାର ନିର୍ଦ୍ଦେଶକଙ୍କ ଦ୍ବାରା ସଞ୍ଚାଳିତ କରାଯାଉଥିବ। ସେ କହିଛନ୍ତି ଯେ ପୁରୁଣା ସ୍ମୃତି ଅପେକ୍ଷା, କଠିନ ନିଷ୍ପତ୍ତିର ସାମ୍ନା କରିବା ଏବଂ ସମସ୍ତ ବାଧାବିଘ୍ନ ବିରୁଦ୍ଧରେ କାମ କରିଥିବା ମୁମ୍ବାଇ ପୋଲିସର ଅସାଧାରଣ କାର୍ଯ୍ୟକୁ ଲୋକଙ୍କ ସମ୍ମୁଖରେ ରଖିବା ଏହା ଏକ ମୂଲ୍ୟବାନ ସୁଯୋଗ ମଧ୍ୟ ।

ଆଇପିଏସ୍ ଅଧିକାରୀ ରାକେଶ ମାରିଆ 1981 ବ୍ୟାଚରୁ ସିଭିଲ ସର୍ଭିସେସ୍ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିଲେ । ସେ 1993 ରେ ଡେପୁଟି କମିଶନର ଅଫ୍ ପୋଲିସ୍ (ଟ୍ରାଫିକ୍) ଭାବରେ ମୁମ୍ବାଇ ସିରିଏଲ ବିସ୍ଫୋରଣ ମାମଲାର ସମାଧାନ କରିଥିଲେ। ଏହା ପରେ ତାଙ୍କୁ ମୁମ୍ବାଇ ପୋଲିସର ଡିସିପି ଏବଂ ତତ୍କାଳୀନ ଯୁଗ୍ମ ପୋଲିସର କମିଶନର ଭାବରେ ନିଯୁକ୍ତ କରାଯାଇଥିଲା।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.