ହାଇଦ୍ରାବାଦ: ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି କରଣ ଜୋହରଙ୍କ ନିର୍ଦ୍ଦେଶିତ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ '। ଫିଲ୍ମ ଦେଖିବା ପାଇଁ ପ୍ରେକ୍ଷାଳୟରେ ଜମୁଛି ଭିଡ଼ । ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଲଭ କେମେଷ୍ଟ୍ରିକୁ ଦର୍ଶକ ବେଶ ପସନ୍ଦ କରୁଛନ୍ତି । ଫିଲ୍ମର ଓପନିଂ ଦମଦାର ରହିଥିବା ବେଳେ 2ୟ ଏବଂ 3ୟ ଦିନରେ ବମ୍ପର କଲେକ୍ସନ କରିଛି । ପ୍ରଥମ ସପ୍ତାହରେ ଫିଲ୍ମ ମୋଟ 46 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଖୁବଶୀଘ୍ର 50 କୋଟି କ୍ଲବରେ ସାମିଲ ହୋଇ ରେକର୍ଡ ସୃଷ୍ଟି କରିବାକୁ ଯାଉଛି ।
ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ ଏହା ପ୍ରଥମ ଦିନରେ 11.10 କୋଟି ବ୍ୟବସାୟ କରିଥିଲା । ଏହା ସହିତ ଫିଲ୍ମଟି ଶନିବାର ଏବଂ ରବିବାର ଛୁଟିଦିନରେ ଫିଲ୍ମ ବେଶ ଭଲ ପ୍ରଦର୍ଶନ କରିଛି । ଶନିବାର ଦିନ ଫିଲ୍ମର ରୋଜଗାରରେ 44.59 ପ୍ରତିଶତ ବୃଦ୍ଧି ଘଟିଛି ଏବଂ ଏହା 16.5 କୋଟି ଟଙ୍କା ସଂଗ୍ରହ କରିଛି । ସେହିପରି ତୃତୀୟ ଦିନରେ ଅର୍ଥାତ୍ ରବିବାର ଦିନ 19 କୋଟି ଟଙ୍କା ସଂଗ୍ରହ କରିଛି । ଫିଲ୍ମର ମୋଟ ଆୟ ବର୍ତ୍ତମାନ 46.33 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
ସପ୍ତାହକ ମଧ୍ୟରେ 46 କୋଟି ସଂଗ୍ରହ କରିଥିବା 'ରକି ଔର ରାନୀ କି ପ୍ରେମ କାହାନୀ' ହୁଏତ ଭାରତରେ 50 କୋଟି ମାର୍କ ଅତିକ୍ରମ କରି ନାହିଁ, କିନ୍ତୁ ଚଳଚ୍ଚିତ୍ରଟି ଧୀରେ ଧୀରେ ସାରା ବିଶ୍ୱରେ 100 କୋଟି ସଂଗ୍ରହ ଆଡକୁ ଗତି କରୁଛି । 3 ଦିନ ମଧ୍ୟରେ ଖୁବଶୀଘ୍ର ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ଫିଲ୍ମ ବିଶ୍ୱରେ 50 କୋଟି ରୋଜଗାର କରି ଭଲ ପ୍ରଦର୍ଶନ କରିବାରେ ସଫଳ ହୋଇଛି ।
ଏହା ମଧ୍ୟ ପଢନ୍ତୁ: ଫିଲ୍ମର ସଫଳତାକୁ ସହିପାରୁନାହାନ୍ତି କଙ୍ଗନା ! କହିଲେ ଟଙ୍କା ଫୋପାଡି କିଛି ବି କରିପାରିବେ କରଣ
ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂଙ୍କ ବ୍ୟତୀତ ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀ, ଆମୀର ବଶୀର, ତୋତା ରୟ ଚୌଧୁରୀ, ଚୁର୍ନି ଗାଙ୍ଗୁଲି, କ୍ଷିତି ଯୋଗ ଏବଂ ଅଞ୍ଜଳି ଆନନ୍ଦ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି । କରଣ ଜୋହର ତାଙ୍କର ଶେଷ ଚଳଚ୍ଚିତ୍ର 'ଏ ଦିଲ ହେ ମୁସ୍କିଲ’ (2016)ର ସାତ ବର୍ଷ ପରେ ଏହି କେମିଓ ରୋଲରେ ନଜର ଆସିଛନ୍ତି । ଏହି ଚଳଚ୍ଚିତ୍ରଟି ରଣଭୀର ସିଂ ଏବଂ ଆଲିଆଙ୍କ ପରିବାର ରୀତିନୀତି ଅଲଗା ହୋଇଥିଲେ ମଧ୍ୟ ଏହାରି ମଧ୍ୟରେ କିପରି ନିଜ ପ୍ରେମ କାହାଣୀକୁ ସଫଲ କରିପାରୁଛନ୍ତି ତାହା ଫିଲ୍ମରେ ଦର୍ଶାଯାଇଛି ।