ETV Bharat / entertainment

NCBର ଚାଞ୍ଚଲ୍ୟକର ଖୁଲାସା, ସୁଶାନ୍ତଙ୍କ ପାଇଁ ଗଞ୍ଜେଇ କିଣୁଥିଲେ ରିୟା

author img

By

Published : Jul 13, 2022, 10:52 AM IST

ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ଚାଲିଥିବା ଡ୍ରଗ୍ସ ମାମଲାରେ ଏନସିବି କହିଛି ଯେ, ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକଙ୍କ ସମେତ ସହ-ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ କିଣି ଅଭିନେତାଙ୍କୁ ଦେଇଥିଲେ । ଅଧିକ ପଢନ୍ତୁ

ରିୟା ଚକ୍ରବର୍ତ୍ତୀ ଅନେକ ଥର ଗଞ୍ଜେଇ କିଣି ଅଭିନେତାଙ୍କୁ ଦେଇଥିଲେ: ଏନ୍‌ସିବି

ମୁମ୍ବାଇ: ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ସହ ଜଡିତ ଡ୍ରଗ୍ସ ମାମଲାରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନସିବି) ଏକ ବଡ଼ ଖୁଲାସା କରିଛି । ଏନସିବି ଦାବି କରିଛି ଯେ, ସୁଶାନ୍ତ ସିଂ ରାଜପୁତଙ୍କ ଗର୍ଲଫ୍ରେଣ୍ଡ ରିୟା ଚକ୍ରବର୍ତ୍ତୀ ତାଙ୍କ ଭାଇ ଶୋଭିକଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କଠାରୁ ଅନେକ ଥର ଗଞ୍ଜେଇ କିଣି ଅଭିନେତାଙ୍କୁ ଦେଇଛନ୍ତି । ଉଲ୍ଲେଖନୀୟ ଯେ, ଏନସିବି ନିକଟରେ ଏନ୍‌ଡିପିଏସ୍‌ କୋର୍ଟରେ ସୁଶାନ୍ତ ମୃତ୍ୟୁ ମାମଲାରେ 35 ଅଭିଯୁକ୍ତଙ୍କ ବିରୋଧରେ ଡ୍ରାଫ୍ଟ ଚାର୍ଜସିଟ ଦାଖଲ କରିଛି ଯାହା ମଙ୍ଗଳବାର ଦିନ ଶୁଣାଣି ହୋଇଥିଲା ।

  • Draft charges submitted against Rhea Chakroborty in Special NDPS court of receiving deliveries of ganja from Samuel Miranda, Showik Charoborty & Dipesh Sawant & others and handing over those deliveries to late actor Sushant Singh Rajput while making payments for them in yr 2020

    — ANI (@ANI) July 13, 2022 " class="align-text-top noRightClick twitterSection" data=" ">

ଅଭିନେତ୍ରୀ ଅନେକ ଥର ଡ୍ରଗ୍ କିଣିଛନ୍ତି !

ଜୁଲାଇ 12ରେ, NCB ଏହା ମଧ୍ୟ ଖୁଲାସା କରିଛି ଯେ, ମାର୍ଚ୍ଚ 2020ରୁ ଡିସେମ୍ବର 2020 ପର୍ଯ୍ୟନ୍ତ ସମସ୍ତ ଅଭିଯୁକ୍ତ ପରସ୍ପର ସହ ମିଶି ଷଡଯନ୍ତ୍ର ରଚିଥିଲେ, ଫଳରେ "ବଲିଉଡ ଏବଂ ହାଇ ସୋସାଇଟି"ରେ ଡ୍ରଗ୍ ବିତରଣ, କ୍ରୟ ଏବଂ ବିକ୍ରୟ କରି ପାରିବେ ।

ରିୟାଙ୍କ ଭାଇ ବେପାରୀଙ୍କ ସହ ଯୋଗାଯୋଗରେ ଥିଲେ

NCB ଡ୍ରାଫ୍ଟରେ କହିଛି ଯେ, ‘ରିୟା ଚକ୍ରବର୍ତ୍ତୀ ଅଭିଯୁକ୍ତ ସାମୁଏଲ୍ ମିରାଣ୍ଡା, ଭାଇ ଶୋଭିକ୍, ଦୀପେଶ ସାୱନ୍ତ ଏବଂ ଅନ୍ୟ ଅଭିଯୁକ୍ତଙ୍କଠାରୁ ଗଞ୍ଜେଇ ନେଇଥିଲେ । ରିୟା ଏହାକୁ ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ନିକଟରେ ପହଞ୍ଚାଇଥିଲେ । ମାର୍ଚ୍ଚରୁ ସେପ୍ଟେମ୍ବର 2020 ମଧ୍ୟରେ ଅଭିନେତ୍ରୀ ଏହାର ପେମେଣ୍ଟ କରିଥିଲେ । ଏହା ସହିତ ଏହା ମଧ୍ୟ କୁହାଯାଇଛି ଯେ ରିୟାଙ୍କ ଭାଇ ଶୋଭିକ୍ ଡ୍ରଗ୍ ବେପାରୀଙ୍କ ସହ ନିୟମିତ ଯୋଗାଯୋଗରେ ଥିଲେ ଏବଂ ସେମାନଙ୍କଠାରୁ ଗଞ୍ଜେଇ, ଚରସ ନେଇଥିଲେ ।’

ଏହି ଧାରାରେ ରୁଜୁ ହୋଇଥିଲା ମାମଲା

ମଙ୍ଗଳବାର ଏନସିବି ଦାବି କରିଛି ଯେ, ଅଭିଯୁକ୍ତ କେବଳ ମୁମ୍ବାଇ ଭିତରେ ଡ୍ରଗ୍ସ ଚୋରା ଚାଲାଣ ନୁହେଁ ବରଂ ଗଞ୍ଜେଇ, ଚରସ, କୋକେନ ଭଳି ନିଶା କାରବାର ମଧ୍ୟ କରିଛି । ବେଆଇନ କାରବାର ତଥା ଅପରାଧୀଙ୍କୁ ଲୁଚାଇବା ପାଇଁ ଏହି ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ଧାରା 27 ଏବଂ 27A ଲାଗୁ କରାଯାଇଛି । ଏହା ବ୍ୟତୀତ ଧାରା 28 ଏବଂ ଧାରା 29 ଅନୁଯାୟୀ ଏକ ମାମଲା ରୁଜୁ ହୋଇଛି ।

ଏହି ଅଭିଯୋଗ ଗଠନ ପୂର୍ବରୁ କୋର୍ଟ ସମସ୍ତ ଅଭିଯୁକ୍ତଙ୍କ ନିର୍ଦ୍ଦୋଷ ଆବେଦନ ଉପରେ ବିଚାର କରିବେ । ଏନଡିପିଏସ୍ ଆକ୍ଟ ସହ ଜଡିତ ମାମଲାର ଶୁଣାଣି କରୁଥିବା ସ୍ୱତନ୍ତ୍ର ବିଚାରପତି ଭି.ଜି ରଘୁବଂଶି ଏହି ମାମଲାର ଶୁଣାଣି ପାଇଁ ଜୁଲାଇ 27କୁ ସ୍ଥିର କରିଛନ୍ତି । ଅର୍ଥାତ୍ ବର୍ତ୍ତମାନ 15 ଦିନ ପରେ ପରବର୍ତ୍ତୀ ଶୁଣାଣି ହେବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.