ETV Bharat / entertainment

Rishi Kapoor Memories: ଋଷିଙ୍କୁ କାହିଁକି କୁହାଯାଉଥିଲା ବଲିଉଡର ସ୍ୱେଟରମ୍ୟାନ୍ ? - ଅମର କଳାକାର ଋଷି କପୁର

କପୁର ଖାନଦାନର ଲାଡଲା ଋଷି କପୁ, ଆଜି ଆମ ଗହଣରେ ନାହାନ୍ତି ସତ । ହେଲେ ତାଙ୍କ ଆକ୍ଟିଂ ସମସ୍ତଙ୍କ ହୃଦୟରେ ଛାପ ଛାଡିଯାଇଛି । ଆଜିଠୁ ଠିକ୍ ଦୁଇ ବର୍ଷେ (2020 ଏପ୍ରିଲ 30) ତଳେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଥିଲେ ଚଳଚ୍ଚିତ୍ର ଜଗତର ଅମର କଳାକାର ଋଷି କପୁର। ଅଧିକ ପଢନ୍ତୁ

ଋଷି କପୁରଙ୍କୁ କାହିଁକି କୁହାଯାଉଥିଲା ବଲିଉଡର ସ୍ୱେଟରମ୍ୟାନ୍

author img

By

Published : Apr 30, 2022, 10:51 AM IST

ହାଇଦ୍ରାବାଦ: 70ରୁ 80 ଦଶକର ରୋମାନ୍ସ କିଙ୍ଗ... ଚାର୍ମିଙ୍ଗ ଷ୍ଟାର... ଏଭରଗ୍ରୀନ ଆକ୍ଟର... ବଲିଉଡରେ ବୋଲ୍ଡ ପ୍ରେମର ଆରମ୍ଭ କରିଥିଲେ ଟ୍ରେଣ୍ଡ । ସେ ପ୍ରେମରୋଗର ଡାଏଲଗ ହେଉ କିମ୍ବା ବବି ଫିଲ୍ମର ରୋମାନ୍ସ । ତାଙ୍କର ଏହି ରୋମାନ୍ସ ଆଉ ରୋମାଣ୍ଟିକ ଅଭିନୟରେ ଭିଜୁଥିଲେ ସେ ସମୟର ଯୁବପିଢି । ପ୍ରେମର ପ୍ରତିଟି ସଂଜ୍ଞାକୁ ସେ ଚମତ୍କାର ଭାବେ ବିଭିନ୍ନ ଚରିତ୍ରରେ ଫୁଟାଇଥିଲେ । କମେଡି ହେଉ କି ଟ୍ରାଜେଡି, ଡ୍ରାମା ହେଉ କି ଖଳନାୟକ ସବୁଥିରେ ସେ ଥିଲେ ପାରଙ୍ଗମ । ସେ ଆଉ କେହି ନୁହଁନ୍ତି, କପୁର ଖାନଦାନର ଲାଡଲା ଋଷି କପୁର । ଆଜି ସେ ଆମ ଗହଣରେ ନାହାନ୍ତି ସତ । ହେଲେ ତାଙ୍କ ଆକ୍ଟିଂ ସମସ୍ତଙ୍କ ହୃଦୟରେ ଛାପ ଛାଡିଯାଇଛି । ଆଜିଠୁ ଠିକ୍ ଦୁଇ ବର୍ଷେ (2020 ଏପ୍ରିଲ 30) ତଳେ ସମସ୍ତଙ୍କ ଆଖିରେ ଲୁହ ଦେଇ ଆରପାରିକୁ ଚାଲିଯାଇଥିଲେ ଚଳଚ୍ଚିତ୍ର ଜଗତର ଅମର କଳାକାର ଋଷି କପୁର।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅଭିନେତାଙ୍କର ଦେହାନ୍ତ ହେବାର ଦୁଇ ବର୍ଷ ବିତିଗଲା, କିନ୍ତୁ ଲାଗୁଛି ସେ ଆମ ଗହଣରେ ଅଛନ୍ତି । ନିଜ ଲୁକ୍‌ରେ ଲୋକଙ୍କୁ ପାଗଳ କରିଦେଉଥିବା ଋଷି କପୁର ତାଙ୍କ ଅଭିନୟ ସହିତ ଷ୍ଟାଇଲ୍ ଷ୍ଟେଟମେଣ୍ଟ ପାଇଁ ଚର୍ଚ୍ଚାରେ ଥିଲେ । ଏକ ସମୟ ଥିଲା, ଋଷି କପୁରଙ୍କୁ ସ୍ବେଟର ପ୍ରତି ବହୁତ ସଉକ ଥିଲା । ଏହି କଥା ଆମେ କହୁନାହୁଁ, କିନ୍ତୁ ଋଷି କପୁରଙ୍କ ଏହି ସଉକ ତାଙ୍କ ଚଳଚ୍ଚିତ୍ରରେ ସ୍ପଷ୍ଟ ଦେଖାଯାଉଥିଲା । କେବଳ ଏତିକି ନୁହେଁ, ଅଭିନେତା ନିଜେ ଥରେ ଏ ବିଷୟରେ ଟୁଇଟ୍ କରିଥିଲେ ଯେ, ସେ ସ୍ବେଟରକୁ ବହୁତ ଭଲ ପାଆନ୍ତି ବୋଲି । କେବଳ ଏତିକି ନୁହେଁ, ସେ ସ୍ବେଟରକୁ ଏତେ ପରିମାଣରେ ପସନ୍ଦ କରୁଥିଲେ ଯେ, ସେ କେବେ ବି କୌଣସି ଚଳଚ୍ଚିତ୍ରରେ ପିନ୍ଧାଯାଇଥିବା ସ୍ବେଟରକୁ ପୁନରାବୃତ୍ତି କରିନଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଋଷି କପୁରଙ୍କ ଏହି ରଙ୍ଗୀନ ସ୍ବେଟରଗୁଡିକୁ ତାଙ୍କ ପ୍ରଶଂସକ ବିଶେଷ କରି ଝିଅମାନେ ବହୁତ ପସନ୍ଦ କରୁଥିଲେ । ଏହି କାରଣରୁ ଋଷି କପୁରଙ୍କ ଏହି ସଉକ ସେହି ସମୟରେ ଏକ ଟ୍ରେଣ୍ଡରେ ପରିଣତ ହୋଇଥିଲା । ଏଥିପାଇଁ ଋଷି କପୁରଙ୍କୁ ବଲିଉଡର 'ସ୍ବେଟରମ୍ୟାନ୍' ମଧ୍ୟ କୁହାଯାଉଥିଲା । ସେହି ସମୟରେ, ଋଷି କପୁରଙ୍କ ପ୍ରଶଂସକ ଏତେ ପରିମାଣରେ ଥିଲେ ଯେ ତାଙ୍କ ପ୍ରଶଂସକମାନେ ମଧ୍ୟ ଏହି ସ୍ବେଟର ଅନ୍ଦାଜକୁ ଫଲୋ କରିବା ଆରମ୍ଭ କରିଥିଲେ । 80 ଦଶକରେ ଯୁବକମାନେ ଋଷିଙ୍କ ଏହି ଷ୍ଟାଇଲକୁ ଏତେ ପସନ୍ଦ କରିଥିଲେ ଯେ ଦୋକାନ ମଧ୍ୟରେ ତାଙ୍କର ସ୍ୱତନ୍ତ୍ର ସ୍ବେଟର୍ ଏବଂ ଜ୍ୟାକେଟର ଚାହିଦା ବଢିଯାଇଥିଲା ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଅଭିନେତାଙ୍କ ଏହି ଷ୍ଟାଇଲ୍ ଷ୍ଟେଟମେଣ୍ଟ ଦ୍ୱାରା ପ୍ରଭାବିତ ହୋଇ କେବଳ ପ୍ରଶଂସକ ନୁହଁନ୍ତି ଅନ୍ୟ ଅନେକ ଚଳଚ୍ଚିତ୍ର ଅଭିନେତା ମଧ୍ୟ ଏହାକୁ ଫଲୋ କରିବା ଆରମ୍ଭ କରିଥିଲେ । ସବୁଠୁ ଖାସ କଥା ହେଉଛି, ଋଷି କପୁରଙ୍କ ଶେଷ ଚଳଚ୍ଚିତ୍ର 'ଶର୍ମାଜୀ ନମକିନ୍' (Sharmaji Namkeen) ରେ ମଧ୍ୟ ସେ ସ୍ବେଟର ପିନ୍ଧିଥିବାର ନଜର ଆସିଥିଲେ । ଯଦିଓ ମୃତ୍ୟୁ ପୂର୍ବରୁ ଋଷି କପୁର ଏହି ଚଳଚ୍ଚିତ୍ରର ଅନେକ ଅଂଶ ସୁଟିଂ କରିଥିଲେ, କିନ୍ତୁ ତାଙ୍କ ମୃତ୍ୟୁ ପରେ ପରେଶ ରାୱଲ ବାକି ଫିଲ୍ମର ସୁଟିଂ ଶେଷ କରିଥିଲେ । ଶର୍ମାଜୀ ନମକିନ୍‌ ଏଭଳି ପ୍ରଥମ ହିନ୍ଦୀ ଫିଲ୍ମ ଯେଉଁଥିରେ ଦୁଇ ବରିଷ୍ଠ ଅଭିନେତା ଋଷି କପୁର ଓ ପରେଶ ରାୱାଲ ଏକା ସହ ଗୋଟିଏ ଚରିତ୍ରରେ ନଜର ଆସିଥିଲେ ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.