ETV Bharat / entertainment

ହ୍ରିତିକଙ୍କ 'ଫାଇଟର' ସହ ବଲିଉଡରେ ଡେବ୍ୟୁ କରିବେ ରିଶଭ ସାହନୀ

author img

By ETV Bharat Odisha Team

Published : Jan 16, 2024, 9:59 AM IST

Rishabh Sawhney with Hrithik Roshan in Fighter: ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର' ସହିତ ବଲିଉଡରେ ଡେବ୍ୟୁ କରିବାକୁ ପ୍ରସ୍ତୁତ ଅଛନ୍ତି ରିଶଭ ସାହନୀ । ଅଧିକ ପଢନ୍ତୁ

Hrithik Roshan in Fighter
ବଲିଉଡରରେ ଡେବ୍ୟୁ କରିବେ ରିଶଭ ସାହନୀ

ମୁମ୍ବାଇ: 'ଦ ଏମ୍ପାୟର' ପରେ ରିଶଭ ସାହନୀ ହ୍ରିତିକ ରୋଶନ ଏବଂ ଦୀପିକା ପାଦୁକୋନଙ୍କ ଫିଲ୍ମ 'ଫାଇଟର' ସହିତ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି ହେଉଛି ଭାରତୀୟ ସିନେମାର ପ୍ରଥମ ଏରିୟଲ ଆକ୍ସନ୍ ଫିଲ୍ମ । ଏଥିରେ ଅଭିନେତା ରିଶଭଙ୍କ ସହିତ ଅକ୍ଷୟ ଓବରେ, କରଣ ସିଂ ଗ୍ରୋଭର ଏବଂ ସଞ୍ଜୀଦା ଶେଖ ମଧ୍ୟ ସାମିଲ ଅଛନ୍ତି ।

  • " class="align-text-top noRightClick twitterSection" data="">

ଏନେଇ ରିଶଭ କହିଛନ୍ତି ଯେ, କୌଣସି ବି ଅଭିନେତା ପାଇଁ ଦିନେ ନିଜକୁ ବଡ ପରଦାରେ ଦେଖିବା ଏକ ସ୍ୱପ୍ନ । ମତେ ବିଶ୍ବାସ ହେଉନି ଯେ ମୋର ସ୍ୱପ୍ନ ସାକାର ହେବାକୁ ଯାଉଛି । ଏହାକୁ ଅଧିକ ସ୍ବତନ୍ତ୍ର କରୁଥିବା ବିଷୟ ହେଉଛି ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁରଙ୍କ ଭଳି ଲୋକପ୍ରିୟ କଳାକାର ଓ ସିଦ୍ଧାର୍ଥ ଆନନ୍ଦଙ୍କ ନେତୃତ୍ବରେ କାମ କରିବାକୁ ସୁଯୋଗ ପାଇଛି । ଫାଇଟର୍ ନିଶ୍ଚିତ ଭାବରେ ଭାରତୀୟ ଆକ୍ସନ୍ ଫିଲ୍ମ ପାଇଁ ଏକ ଅଗ୍ରଣୀ ଚଳଚ୍ଚିତ୍ର ହେବାକୁ ଯାଉଛି । ମୁଁ ଏହାର ଏକ ଅଂଶ ହୋଇଥିବାରୁ ଗର୍ବିତ ଅନୁଭବ କରୁଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ନିଖିଳ ଆଡଭାନୀଙ୍କ ପରେ ମୋତେ ସିଦ୍ଧାର୍ଥ ଆନନ୍ଦଙ୍କ ପରି ଦୂରଦୃଷ୍ଟି ସମ୍ପନ୍ନ ବ୍ୟକ୍ତିଙ୍କ ସହିତ କାମ କରିବାର ସୁଯୋଗ ମିଳିଛି । ଆଉ ଏସବୁ ଏକ କାହାଣୀ ପରି ଅନୁଭବ ହେଉଛି । ଦର୍ଶକମାନେ ମୋତେ ଏହି ନୂତନ ଅବତାରରେ ଦେଖିବା ଏବଂ ସେମାନଙ୍କ ଭଲ ପାଇବା ଗ୍ରହଣ କରିବାକୁ ଅପେକ୍ଷା କରିପାରିବି ନାହିଁ | ନିକଟରେ ଫାଇଟରର ଟ୍ରେଲର ରିଲିଜ ହୋଇଥିଲା ଯାହା ପ୍ରଶଂସକଙ୍କ ଠାରୁ ଭଲ ପ୍ରତିକ୍ରିୟା ମିଳିଛି । ଏହି ଚଳଚ୍ଚିତ୍ରରେ ହ୍ରିତିକ ରୋଶନ, ଦୀପିକା ପାଦୁକୋନ ଏବଂ ଅନିଲ କପୁର ମୁଖ୍ୟ ଭୂମିକାରେ ଅଛନ୍ତି ।

ଏହା ମଧ୍ୟ ପଢନ୍ତୁ-'ଫାଇଟର'ର ଦମଦାର ଟ୍ରେଲର ରିଲିଜ, ଦେଖିବାକୁ ମିଳିଲା ବାୟୁସେନାଙ୍କ ସାହାସ ଓ ବଳିଦାନର ଝଲକ

ତେବେ ଏହି ଫିଲ୍ମରେ ହ୍ରିତିକଙ୍କୁ ଶ୍ୟାମଶେର ପଠାନିଆ ଭୂମିକାରେ ଦେଖିବାକୁ ମିଳିଥିବା ବେଳେ ଦୀପିକା ମୀନାଲ ରାଠୋର ଭୂମିକାରେ ନଜର ଆସିବେ । ସେହିପରି ଅନୀଲ କପୁର ଜଣେ କମାଣ୍ଡିଂ ଅଫିସର ଗ୍ରୁପ କ୍ୟାପଟେନ ରାକେଶ ଜୟ ସିଂଙ୍କ ଭୂମିକାରେ ନଜର ଆସିବେ । ୨୫୦ କୋଟି ଟଙ୍କା ବଜେଟରେ ନିର୍ମିତ ଏହି ଫିଲ୍ମ ୨୫ ଜାନୁଆରୀ ୨୦୨୪ରେ ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରିବାକୁ ଯାଉଛି । ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀ ୨୫ରେ ସିଦ୍ଧାର୍ଥ ଆନନ୍ଦ ତାଙ୍କ ଚଳଚ୍ଚିତ୍ର ପଠାନ ମୁକ୍ତିଲାଭ କରିଥିଲେ ଯାହା ବକ୍ସ ଅଫିସରେ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ଏହି ଫିଲ୍ମ ମଧ୍ୟ ସମାନ ତାରିଖରେ ରିଲିଜ ହେଉଥିବାରୁ ବକ୍ସ ଅଫିସରେ ଧମାକା କରିବ ବୋଲି ଆଶା କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.