ETV Bharat / entertainment

Amitabh Bachchan: ନବଗ୍ରହ ଫଟୋକୁ ନେଇ ଟ୍ରୋଲ ହେଲେ ବିଗ ବି

author img

By

Published : Mar 30, 2023, 10:52 PM IST

ପୁରୁଣା ଭିଡିଓ ସେୟାର କରି ଟ୍ରୋଲ ହେଲେ ବିଗ ବି ଅମିତାଭ ବଚ୍ଚନ । ୟୁଜର୍ସ ଲେଖିଲେ ଭିଡିଓ ସେୟାର କରିବା ପୂର୍ବରୁ ଯାଞ୍ଚ ତ କରିନିଅନ୍ତୁ । ଅଧିକ ପଢନ୍ତୁ

Amitabh Bachchan
Amitabh Bachchan

ମୁମ୍ବାଇ: ବଲିଉଡ ବିଗ ବି ଅମିତାଭ ବଚ୍ଚନ ସ୍ପେଶ ଲଭର୍ସଙ୍କ ମଧ୍ୟରୁ ଜଣେ । ବିଗ ବି ଗତ ମଙ୍ଗଳବାର ବିଳମ୍ବିତ ରାତିରେ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ମହାକାଶର ଏକ ସୁନ୍ଦର ଭିଡିଓ ସେୟାର କରିଥିଲେ । ହେଲେ ପ୍ରଥମେ ପ୍ରଶଂସା ସାଉଣ୍ଟିଥିବା ବିଗ ବିଙ୍କୁ ପରେ ୟୁଜର୍ସ ଖୁବ ଟ୍ରୋଲ କରିଛନ୍ତି । ଏହି ଭିଡିଓ ଏକ ପୁରୁଣା ଭିଡିଓ ହୋଇଥିବାରୁ ୟୁଜର୍ସ ଅମିତାଭଙ୍କୁ ଟ୍ରୋଲ କରିଥିବା ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଏହି ଭିଡିଓକୁ ଚଳିତ ବର୍ଷ ଜାନୁଆରୀ ମାସରେ ସେୟାର କରାଯାଇଥିଲା । ଏଥିରେ ୫ଟି ଗ୍ରହ ଧାଡ଼ିକି ଧାଡ଼ି ଆକାଶରେ ରହିଥିବା ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ଅମିତାଭ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରି କ୍ୟାପସନରେ ଲେଖିଥିଲେ, " ଅତି ସୁନ୍ଦର ଦୃଶ୍ୟ । ଆଜି ୫ଟି ଗ୍ରହ ଏକା ସହ ଧାଡ଼ିକୁ ଧାଡ଼ି ହୋଇ ରହିଛନ୍ତି । ଏହା ଅତ୍ୟନ୍ତ ଦୁର୍ଲଭ ଦୃଶ୍ୟ ।" ଏହି ଭିଡିଓ ୪୫ ସେକେଣ୍ଡର ହୋଇଥିବା ବେଳେ ଏଥିରେ ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି ଓ ୟୁରେନ୍ସ ଏକାଠି ନଜର ଆସିଛନ୍ତି । ଏହାସହ ଚନ୍ଦ୍ର ମଧ୍ୟ ଗ୍ରହର ପାଖରେ ରହିଛି । ଏହି ସୁନ୍ଦର ଦୃଶ୍ୟ କ୍ୟାମେରାରେ କଏଦ ହୋଇଛି ।

ଏହା ବି ପଢନ୍ତୁ-ନୱାଜୁଦ୍ଦିନ ଏବଂ ତାଙ୍କ ପରିବାରକୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ଅମିତାଭଙ୍କ ଏହି ପୋଷ୍ଟରେ ୧.୧ ମିଲିୟନ ଲାଇକ୍ସ ରହିଥିବାବେଳେ କମେଣ୍ଟ ସେକ୍ସନରେ ବଲିଉଡ ଷ୍ଟାରମାନେ ମଧ୍ୟ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ସିଦ୍ଧାର୍ଥ କପୁର, ଶିଳ୍ପା ସେଟ୍ଟୀ, ରଶ୍ମି ଦେଶାଈ, ନିଶା ରାୱଲ ଭଳି ଅନେକ ଅଭିନେତା ଓ ଅଭିନେତ୍ରୀ । ମାତ୍ର ଏହା ଏକ ପୁରୁଣା ଭିଡିଓ ଥିବା ୟୁଜର୍ସ ଜାଣିବା ପରେ ବିଗ ବିଙ୍କୁ ଟ୍ରୋଲ କରିଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି, " ଭିଡିଓ ପୋଷ୍ଟ କରିବା ପୂର୍ବରୁ ଏହାକୁ ପ୍ରଥମେ ଯାଞ୍ଚ କରିବାର ଥିଲା ।" ସେହିପରି ଅନ୍ୟ ଜଣେ ଲେଖିଛନ୍ତି, " ସାମସଙ୍ଗ ଏସ୨୩ ଅଲଟ୍ରା ସ୍ମାର୍ଟଫୋନର ଏହା ବିଜ୍ଞାପନ ନୁହେଁ ତ ?"

ଆଉ ଜଣେ ୟୁଜର୍ସ ଲେଖିଛନ୍ତି, "ଆପଣ ବଲିଉଡର ମହାନାୟକ, ଆପଣଙ୍କଠାରୁ ଏହା ଆଶା ନଥିଲା ।" ଲୋକମାନଙ୍କୁ ଭୁଲ ସୂଚନା ନ ଦେବାକୁ ମଧ୍ୟ ଜଣେ ୟୁଜର୍ସ ଅମିତାଭଙ୍କୁ ଅନୁରୋଧ କରିଛନ୍ତି । ଏଭଳି ଭିଡିଓ ସେୟାର କରିବା ପୂର୍ବରୁ ପ୍ରଥମେ ଯାଞ୍ଚ କରିନିଅନ୍ତୁ ବୋଲି ଜଣେ ଲେଖିଛନ୍ତି । ଏହି ପୁରୁଣା ଭିଡିଓର ଲିଙ୍କ ମଧ୍ୟ ଜଣେ ୟୁଜର୍ସ କମେଣ୍ଟ ସେକ୍ସନରେ ସେୟାର କରିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.