ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରବୀନା ଟଣ୍ଡନ୍ ଏବଂ ସ୍ୱାମୀ ଅନିଲ ଥଡାନି ଝିଅ ରାଶା ଥଡାନୀଙ୍କ ପାଇଁ ପ୍ରି-ଗ୍ରାଜୁଏସନ ରାତ୍ରୀ ଭୋଜନର ଆୟୋଜନ କରିଥିଲେ। ଏହି ଅବସରରେ ଦମ୍ପତି ସେମାନଙ୍କ ସମ୍ପର୍କୀୟ ତଥା ପ୍ରିୟ ଲୋକଙ୍କୁ ନିମନ୍ତ୍ରଣ କରିଥିଲେ। ତେବେ ଏହି ସମୟର କିଛି ଫଟୋ ରବୀନା ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଯେଉଁଥିରେ ରବୀନା ତାଙ୍କ ଝିଅ ରାଶା ସହ ନଜର ଆସିଛନ୍ତି। ଫ୍ୟାନ୍ସ ଏହି ଫଟୋକୁ ଲାଇକ କରିବା ସହ ଉଭୟଙ୍କ ପ୍ରଶଂସା କରିଛନ୍ତି।
- " class="align-text-top noRightClick twitterSection" data="
">
ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଫଟୋଗୁଡ଼ିକ ମଧ୍ୟରୁ କେତେକ ରବୀନା ଏବଂ ତାଙ୍କ ଝିଅ ରାଶାଙ୍କର ଫଟୋ ରହିଛି । ଏହି ଫଟୋ ଦେଖିବା ପରେ ପ୍ରଶଂସକମାନେ ରବୀନା ଏବଂ ରାଶାଙ୍କ ଖୁବ ପ୍ରଶଂସା କରିଛନ୍ତି । ସେ ହ୍ୟାସଟ୍ୟାଗ୍ ପ୍ରି-ଗ୍ରାଜୁଏସନ୍ ରାତ୍ରୀ ଭୋଜନ ଏବଂ ପେରେଣ୍ଟଟିଚର ଡିନର ଲେଖିଛନ୍ତି । ଏହି ଫଟୋଗୁଡ଼ିକରେ ରବୀନା ଏବଂ ରାଶାଙ୍କର କିଛି ସେଲ୍ଫି ମଧ୍ୟ ରହିଛି । ଏହି ସମୟରେ ରବୀନା ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧିଥିବାର ଦେଖିବାକୁ ମିଳିଥିବା ବେଳେ ରାଶା ଏକ ହଳଦିଆ ସାଲୱାର୍ ସୁଟ୍ରେ ନଜର ଆସିଛନ୍ତି । ସେଲଫିରେ ଉଭୟ ଖବ ସୁନ୍ଦର ପୋଜ ଦେଇଥିବା ବେଳେ ଉଭୟ ମଧ୍ୟ ସମାନ ଦେଖାଯାଉଛନ୍ତି ।
ରବୀନାଙ୍କ ପ୍ରଶଂସକମାନେ ତାଙ୍କ ଫଟୋକୁ ଲାଇକ କରିବା ସହ ପ୍ରଶଂସା କରିଛନ୍ତି । ଏବଂ ସେମାନଙ୍କ ମଧ୍ୟରୁ ଜଣେ ପ୍ରତିକ୍ରିୟା ଦେଇ କହିଛନ୍ତି, 'ଦ୍ୱିତୀୟ ରବୀନା ପ୍ରସ୍ତୁତ'। ଅନ୍ୟ ଜଣେ ଲେଖିଛନ୍ତି, 'ଟ୍ୱିନ୍ ଟଣ୍ଡନ୍'। ଅନ୍ୟ ଜଣେ ପ୍ରଶଂସକ ପଚାରିଛନ୍ତି, 'ସେ ତୁମର ଭଉଣୀ?' ସେହିପରି ଆଉ ଜଣେ ଲେଖିଛନ୍ତି, 'ଆଖି, ନାକ, କେଶ... ସବୁକିଛି ପରସ୍ପର ସହିତ ମେଳ ଖାଉଛି । କେବଳ ମା' ଏବଂ ଝିଅର ବୟସ ଅଲଗା, କିନ୍ତୁ ସୌନ୍ଦର୍ଯ୍ୟରେ ଉଭୟ ସମାନ ।
ସୂଚନା ଥାଉ କି, ଗତ ମାସରେ, ରାଶା ତାଙ୍କ ପିତା ଅନିଲ ଥଡାନି ଏବଂ ଭାଇ ରଣବୀର ଥଡାନୀଙ୍କ ସହ ରାଷ୍ଟ୍ରପତି ଭବନ ପରିଦର୍ଶନ କରିଥିଲେ । ଯେଉଁଠାରେ ତାଙ୍କ ମା ରବୀନାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମାରୋହର ଫଟୋ ସେୟାର କରି ରାଶା ତାଙ୍କ ମା'ଙ୍କ ପାଇଁ ଏକ ନୋଟ୍ ଲେଖିଥିଲେ, "ପଦ୍ମଶ୍ରୀ ପୁରସ୍କାର ଭାରତର ଅନ୍ୟତମ ସମ୍ମାନଜନକ ପୁରସ୍କାର । ଏହି ବର୍ଷ ଆପଣଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହୋଛି । ଆପଣ ଆପଣଙ୍କର ସଫଳତାର ଶ୍ରେୟ ଅନ୍ୟମାନଙ୍କୁ ଦେଇ ଥାଆନ୍ତି, କିନ୍ତୁ ଏଥିରେ କୌଣସି ସନ୍ଦେହ ନାହିଁ ଯେ ଆପଣଙ୍କ ପରିଶ୍ରମ ପାଇଁ ଆପଣ ଏହା ପାଇବା ଯୋଗ୍ୟ । ମୁଁ ଆପଣଙ୍କ ଝିିଅ ହୋଇଥିବାରୁ ଗର୍ବ ଅନୁଭବ କରୁଛି ।"