ETV Bharat / entertainment

ନିୟମ ଭାଙ୍ଗି ଫସିଲେ ରବିନା: ଭାଇରାଲ ଭିଡିଓ ଯାଞ୍ଚ ପରେ ଦେଲେ ସଫେଇ

author img

By

Published : Nov 30, 2022, 2:11 PM IST

ନିଷେଧାଞ୍ଚଳର ଅତି ନିକଟରୁ ମହାବାଘର ଭିଡିଓ ଉତ୍ତୋଳନ କରିଥିଲେ ଅଭିନେତ୍ରୀ ରବିନା ଟଣ୍ଡନ । ପରେ ଏହି ଭିଡିଓକୁ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସେୟାର ମଧ୍ୟ କରିଥିଲେ । ଭିଡିଓ ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେବା ପରେ ଏବେ ସଫେଇ ଦେଇଛନ୍ତି ଅଭିନେତ୍ରୀ । ଅଧିକ ପଢନ୍ତୁ

ଭାଇରାଲ ଭିଡିଓ ଯାଞ୍ଚ ହେବା ପରେ ସଫେଇ ଦେଲେ ଅଭିନେତ୍ରୀ

ମୁମ୍ବାଇ: ନିୟମ ଭାଙ୍ଗିବା ଅଭିନେତ୍ରୀ ରବିନା ଟଣ୍ଡନଙ୍କୁ ପଡିଲା ମହଙ୍ଗା । ନିକଟରେ ରବିନା ଟଣ୍ଡନ ମଧ୍ୟପ୍ରଦେଶର ସାତପୁରା ବାଘ୍ର ଅଭୟାରଣ୍ୟ ବୁଲିବାକୁ ଯାଇଥିଲେ । ଏଠାରେ ସେ ନିଷେଧାଞ୍ଚଳର ଅତି ନିକଟରୁ ମହାବାଘର ଭିଡିଓ ଉତ୍ତୋଳନ କରିଥିଲେ । ପରେ ଏହି ଭିଡିଓକୁ ସେ ୨୫ ତାରିଖରେ ନିଜ ଟ୍ୱିଟ୍‌ର ହ୍ୟାଣ୍ଡେଲରେ ସେୟାର ମଧ୍ୟ କରିଥିଲେ । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ତାଙ୍କ ଅଡୁଆ ବଢ଼ିଛି । ତାଙ୍କ ବିରୋଧରେ ଯାଞ୍ଚ ପାଇଁ ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ ନିର୍ଦ୍ଦେଶ ଦେଇଛନ୍ତି ।

  • Got beautiful shots of sharmilee and her cubs in Tadoba. Wildlife shots are unpredictable due to the unreadable nature of our https://t.co/JQSB9ylxlO tries to be as silent and capture the best moments. Video Shot on Sony Zoom lense 200/400. pic.twitter.com/LsUOn2XtYs

    — Raveena Tandon (@TandonRaveena) November 29, 2022 " class="align-text-top noRightClick twitterSection" data=" ">

ଏହି ଭିଡିଓ ସାମ୍ନାକୁ ଆସିବା ପରେ ବନ୍ୟଜନ୍ତୁ ବିଶେଷଜ୍ଞମାନେ ଏନେଇ ପ୍ରଶ୍ନ ମଧ୍ୟ ଉଠାଉଛନ୍ତି । ଏନେଇ ରବିନା କହିଛନ୍ତି ଯେ, ସେ ଜଙ୍ଗଲ ବିଭାଗର ଜିପ୍‌ରେ ଥିଲେ ଏବଂ ଜିପ୍ ଟ୍ରାକ୍‌ରେ ଥିଲା । ଏଥିରେ ବାଘର ନିକଟତର ହେବା ନେଇ କୌଣସି ପ୍ରଶ୍ନ ଉଠୁନାହିଁ । ରବିନା ଆହୁରି କହିଛନ୍ତି ଯେ, ସେ ଜଙ୍ଗଲ ବିଭାଗର ଜିପ୍‌ରେ ଯାତ୍ରା କରୁଥିଲେ ଏବଂ ସେମାନେ ନିର୍ଦ୍ଧାରିତ ରାସ୍ତାରେ ଯାଉଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସାତପୁରା ଟାଇଗର ରିଜର୍ଭ ଅଧିକାରୀମାନେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛନ୍ତି ।

ସାମ୍ନାକୁ ଆସିଥିବା ଭିଡିଓରେ ରବିନା ଟୁରିଷ୍ଟ ଗାଇଡ୍‌ଙ୍କ ଉପସ୍ଥିତିରେ ବାଘଙ୍କ ଭିଡିଓ ଉତ୍ତୋଳନ କରୁଥିବା ଦେଖିବାକୁ ମିଳିଛି । ଏଥିଯୋଗୁଁ ବାଘମାନେ ମଧ୍ୟ ବିଚଳିତ ହୋଇପଡିଥିବା ନଜର ଆସିଛନ୍ତି । ତେବେ ରବିନାଙ୍କ ଏଭଳି ଭିଡିଓ କରିବା ଏସ୍‌ଟିଆର୍ କର୍ମଚାରୀଙ୍କ ଅଡୁଆ ବଢାଇପାରେ । ଏଥିସହ ଅଭନେତ୍ରୀ ଓ ତାଙ୍କ ଝିଅଙ୍କୁ ଭିଆଇପି ଟ୍ରିଟ୍‌ମେଣ୍ଟ ଦିଆଯାଇଥିବା ନେଇ ଅଭିଯୋଗ ଉଠିଛି । ଯଦି ଯାଞ୍ଚ ରିପୋର୍ଟରେ ରବିନା ଦୋଷୀ ସାବ୍ୟସ୍ତ ହେଲେ ତାଙ୍କର ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସାତପୁରା ଜାତୀୟ ଉଦ୍ୟାନ ନିର୍ଦ୍ଦେଶକ କହିଛନ୍ତି ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ସହିତ ରବିନା ଟଣ୍ଡନ୍ ଏକ ଟୁଇଟ୍ କରି ଲେଖିଛନ୍ତି ଯେ ବାଘ କିପରି ପ୍ରତିକ୍ରିୟା କରିବ ତାହା କେହି କହିପାରିବେ ନାହିଁ । ତାଙ୍କ ଗାଇଡ୍ ଏବଂ ଡ୍ରାଇଭର ସହିତ ଏହା ବନ ବିଭାଗର ଲାଇସେନ୍ସପ୍ରାପ୍ତ ଯାନ ଥିଲା । ସେମାନଙ୍କୁ ନିୟମ ଏବଂ ଆଇନର ସୀମା ଜଣା ଅଛି । ରବିନା ତାଙ୍କ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ସାତପୁରା ଟାଇଗର ରିଜର୍ଭର ଫଟୋ ମଧ୍ୟ ପୋଷ୍ଟ କରିଛନ୍ତି। ରିଜର୍ଭରେ ନିଆଯାଇଥିବା ତାଙ୍କର ଫଟୋ ମଧ୍ୟ ସେ ପୋଷ୍ଟ କରିଛନ୍ତି।

ସବ-ଡିଭିଜନାଲ ଅଫିସର ଧୀରଜ ସିଂ ଚୌହାନ ମଙ୍ଗଳବାର କହିଛନ୍ତି ଯେ, ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶ କ୍ରମେ ସେ ଏହି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି । ସେ କହିଛନ୍ତି ଯେ ଯେତେବେଳେ ରବିନା ଟଣ୍ଡନ୍ ଟାଇଗର ରିଜର୍ଭରେ ଥିଲେ, ସେତେବେଳେ ତାଙ୍କ ଗାଡି ବାଘୁଣୀ ନିକଟରେ ପହଞ୍ଚିଯାଇଥିଲା । ଗାଡିର ଡ୍ରାଇଭର ଏବଂ ଡ୍ୟୁଟିରେ ଥିବା ଅଧିକାରୀଙ୍କୁ ନୋଟିସ ପଠାଇ ପଚରାଉଚରା କରାଯିବ। ଖୁବ ଶୀଘ୍ର ବରିଷ୍ଠ ଅଧିକାରୀଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.