ETV Bharat / entertainment

‘ପୁରସ୍କାର ଦେଇ କୋଣରେ ବସାଇ ଦେଉଛନ୍ତି, ଭଲ ଚରିତ୍ର ଦିଅ’ - Ratna Pathak Shah demands

ଚର୍ଚ୍ଚାରେ ଅଭିନେତ୍ରୀ ରତ୍ନା ପାଠକ ଶାହା । ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଇଶାରା କରି ଏମିତି କିଛି କହିଛନ୍ତି ଯେଉଁଥିପାଇଁ ରତ୍ନା ଏବେ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଅଧିକ ପଢନ୍ତୁ

ଅଭିନେତ୍ରୀ ରତ୍ନା ପାଠକ
ଅଭିନେତ୍ରୀ ରତ୍ନା ପାଠକ
author img

By ETV Bharat Odisha Team

Published : Oct 12, 2023, 5:22 PM IST

ହାଇଦ୍ରାବାଦ: ଭେଟେରାନ ଅଭିନେତ୍ରୀ ରତ୍ନା ପାଠକ ଶାହା ତାଙ୍କର ଉତ୍କୃଷ୍ଟ ଅଭିନୟ ପାଇଁ ଜଣାଶୁଣା । ଆଜିକାଲି ଅଭିନେତ୍ରୀ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଧକ୍‌ ଧକ୍‌' ପାଇଁ ଚର୍ଚ୍ଚାରେ ଅଛନ୍ତି । ଚଳଚ୍ଚିତ୍ରର ପ୍ରମୋସନ ଜୋରସୋରରେ ଚାଲିଛି ଏବଂ ଏଥିପାଇଁ ରତ୍ନା ବିଭିନ୍ନ ସ୍ଥାନକୁ ଯାଉଛନ୍ତି । ରତ୍ନା ଫିଲ୍ମ ଦେଖିବା ପାଇଁ ଲୋକଙ୍କୁ ଅନୁରୋଧ କରୁଛନ୍ତି । ନିକଟରେ ଏକ ସାକ୍ଷାତକାର ସମୟରେ ରତ୍ନା ପାଠକ ଶାହା ଭେଟେରାନ ଅଭିନେତ୍ରୀ ୱାହିଦା ରେହମାନଙ୍କୁ ଟାର୍ଗେଟ କରିଛନ୍ତି । ୱାହିଦା ରେହମାନଙ୍କୁ ଇଶାରା କରି ଏମିତି କିଛି କହିଛନ୍ତି ଯେଉଁଥିପାଇଁ ରତ୍ନା ଏବେ ଚର୍ଚ୍ଚାର ଘେରକୁ ଆସିଛନ୍ତି ।

ରତ୍ନା ପାଠକ ଶାହା ପ୍ରାୟତଃ ସାଥୀ ବରିଷ୍ଠ ମହିଳା କଳାକାରଙ୍କ ପାଇଁ ଓକିଲାତି କରନ୍ତି, ଯେଉଁମାନଙ୍କୁ ଭାବପୂର୍ଣ୍ଣ ଭୂମିକା ମିଳେ ନାହିଁ । ନିକଟରେ ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ରତ୍ନା ଏମିତି କିଛି କହିଛନ୍ତି, ଯାହା ବଲିଉଡ଼ର ବର୍ଷିୟାନ୍ ଅଭିନେତ୍ରୀ ୱାହିଦା ରେହମାନଙ୍କ ଆଡକୁ ସୂଚାଉଛି । ଦାଦାସାହେବ ଫାଲକେ ପୁରସ୍କାର ଆଡକୁ ଇଶାରା କରି ସେ କହିଛନ୍ତି ଯେ, କେମିତି ୱାହିଦା ରେହମାନଙ୍କୁ ଏହି ପୁରସ୍କାର ଦେଇ ସନ୍ତୁଷ୍ଟ କରିଦିଆଗଲା, କିନ୍ତୁ ଇଣ୍ଡଷ୍ଟ୍ରିରେ ତାଙ୍କୁ ତାଙ୍କର ସାମର୍ଥ୍ୟ ଅନୁଯାୟୀ ରୋଲ୍‌ ବା ଚରିତ୍ର ମିଳୁନାହିଁ ।

ରତ୍ନା ପାଠକ ଶାହା ସାରା ବିଶ୍ୱରେ ଘଟୁଥିବା କୌଣସି ବିଷୟରେ ନିଜର ମତ ପ୍ରକାଶ କରିବାକୁ ପଛାନ୍ତି ନାହିଁ । ଯୁବ ଅଭିନେତା ହୁଅନ୍ତୁ କିମ୍ବା ସାଥୀ ବରିଷ୍ଠ ମହିଳା ତାରକା ହୁଅନ୍ତୁ, ରତ୍ନା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉଠାଇଛନ୍ତି ଯାହା ଉପରେ ଧ୍ୟାନ ଦେବା ଜରୁରୀ । ଏହି ପର୍ଯ୍ୟାୟରେ, ରତ୍ନା ୱାହିଦା ରେହମାନଙ୍କୁ ନେଇ ସେୟାର କରିଛନ୍ତି, 'ଯେତେବେଳେ ମୁଁ ମେରିଲ୍ ଷ୍ଟ୍ରିପ୍ (74) ଏବଂ ହେଲେନ ମିରେନ (78) କୁ ଦେଖେ, ସେତେବେଳେ ମୋତେ ଲାଗେ ଯେ ଯଦି ସେମାନେ ଏହା କରିପାରୁଛନ୍ତି, ମୁଁ ମଧ୍ୟ ଏହା କରିପାରିବି। ତଥାପି, ମୁଁ ଦୁଃଖିତ ଯେ ଆମ ଦେଶରେ ୱାହିଦା ରେହମାନଙ୍କୁ ତାହା ମିଳୁନାହିଁ, ଯାହାର ସେ ଯୋଗ୍ୟ ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: ୱାହିଦା ରେହମାନଙ୍କ ଓଡିଶା କନେକ୍ସନ୍‌: ବ୍ରହ୍ମପୁର ଆସିଥିଲେ, କ୍ଲାସିକାଲ୍‌ ନୃତ୍ୟରେ କରିଥିଲେ ମତୁଆଲା

ରତ୍ନା ପାଠକ ଆହୁରି କହିଛନ୍ତି, ‘‘ସେ କେତେ ଶାନଦାର ମହିଳା ଏବଂ ସେ କେତେ ଶାନଦାର ଅଭିନେତ୍ରୀ । ସେମାନେ କେବଳ ଏତିକି କରିବାକୁ ଚାହାଁନ୍ତି କି, ତାଙ୍କୁ ଏକ ଛୋଟ ପୁରସ୍କାର ଦିଆଯାଉ ଏବଂ ଏକ କୋଣରେ ବସାଇ ଦିଆଯାଉ । ପ୍ରକୃତରେ...? ସେ କହିଛନ୍ତି ଯେ ଜଣେ ମହାନ କଳାକରଙ୍କୁ ଏଭଳି ସ୍ୱୀକୃତି ଦେବା ଯଥେଷ୍ଟ ନୁହେଁ, ପ୍ରତିବଦଳରେ ଏକ ଭଲ ଭୂମିକା ଦିଆଯାଉ। ପୁରସ୍କାର ତୁମ ପାଖରେ ରଖ ।’’ ଅଭିନେତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଭାରତୀୟ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିରେ ବରିଷ୍ଠ ଅଭିନେତ୍ରୀଙ୍କ ଅଭାବ ତାଙ୍କୁ ଏହା ବିଶ୍ୱାସ ଦେଉଛି ଯେ ଅଭିନେତ୍ରୀମାନଙ୍କ ପାଇଁ ଅଭିନୟର ଏକ ନିର୍ଦ୍ଦିଷ୍ଟ ସମୟ ଅଛି।

କେବଳ ବଲିଉଡରେ ନୁହେଁ ବରଂ ଟିଭିରେ ବିଶ୍ୱ ପ୍ରସିଦ୍ଧ ସିଟକମ୍ 'ସାରଭାଇ ଭର୍ସେସ ସାରଭାଇ' ସହିତ ନିଜର ପରିଚୟ ସୃଷ୍ଟି କରିଥିବା ରତ୍ନା ପାଠକ ଶାହା ଚାରି ଦଶନ୍ଧିରୁ ଅଧିକ ସମୟ ଧରି ଇଣ୍ଡଷ୍ଟ୍ରିରେ କାର୍ଯ୍ୟ କରିଆସୁଛନ୍ତି । ବର୍ତ୍ତମାନ ଅଭିନେତ୍ରୀ ଫାତିମା ସାନା ଶେଖ, ଦିଆ ମିର୍ଜା ଏବଂ ସଞ୍ଜନା ସାଙ୍ଘୀଙ୍କ ସହ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଧକ୍‌ ଧକ୍'ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ତରୁଣ ଦୁଦେଜାଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ତାପସୀ ପନ୍ନୁଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଅକ୍ଟୋବର 13 ରେ ପ୍ରେକ୍ଷାଳୟକୁ ଆସିବ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.