ETV Bharat / entertainment

Rashmika Mandanna Birthday: ଜନ୍ମଦିନରେ ଫିଲ୍ମ ପୁଷ୍ପା: ଦି ରୁଲରୁ ରଶ୍ମିକାଙ୍କ ପ୍ରଥମ ଲୁକ୍ ସହ ଟିଜର ରିଲିଜ

author img

By

Published : Apr 5, 2023, 2:19 PM IST

ରଶ୍ମିକା ମନ୍ଦାନାଙ୍ ଜନ୍ମଦିନରେ ଆଗାମୀ ଫିଲ୍ମ 'ପୁଷ୍ପା: ଦି ରୁଲ'ରେ ତାଙ୍କର ପ୍ରଥମ ଲୁକ୍ ସହ ଟିଜର ରିଲିଜ ହୋଇଛି । ସୋସିଆଲ ମିଡିଆରେ ଏହା ରିଲିଜ ପରେ ଫ୍ୟାନ୍ସମାନେ ବହୁ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି। ଅଧିକ ପଢନ୍ତୁ,

ଜନ୍ମଦିନରେ ପୁଷ୍ପା: ଦି ରୁଲରୁ ପ୍ରଥମ ଲୁକ୍ ସହ ଟିଜର ରିଲିଜ

ହାଇଦ୍ରାବାଦ: ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଆଜି ତାଙ୍କ 27ତମ ଜନ୍ମଦିନ ପାଳନ କରୁଛନ୍ତି । ତେବେ ଅଭିନେତ୍ରୀଙ୍କ ଜନ୍ମଦିନ ଅବସରରେ ତାଙ୍କ ଆଗାମୀ ଫିଲ୍ମ 'ପୁଷ୍ପା: ଦି ରୁଲ' ନିର୍ମାତା ଫିଲ୍ମରୁ ରଶ୍ମିକାଙ୍କ ପ୍ରଥମ ଲୁକ୍ ସହ ଫିଲ୍ମର ଟିଜର ରିଲିଜ କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ଟିଜର ଏବଂ ରଶ୍ମିକାଙ୍କ ପ୍ରଥମ ଲୁକ୍ ରିଲିଜ ପରେ ଫ୍ୟାନ୍ସମାନେ ବହୁ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିରହିଛନ୍ତି ।

ଫିଲ୍ମ ପୁଷ୍ପାର ଦ୍ବିତୀୟ ଭାଗ ରିଲିଜକୁ ନେଇ ଲାଗି ରହିଥିବା କଳ୍ପନା ଜଳ୍ପନା ମଧ୍ୟରେ ଫିଲ୍ମ ନିର୍ମାତା ଟିଜର ସହ ରଶ୍ମିକାଙ୍କ ପ୍ରଥମ ଲୁକ୍ ରିଲିଜ କରିଛନ୍ତି । ରଶ୍ମିକା ମନ୍ଦାନାଙ୍କ ଜନ୍ମଦିନ ଫିଲ୍ମ ଟିଜର ସହ ରଶ୍ମିକାଙ୍କ ପ୍ରଥମ ଲୁକ୍ ରିଲିଜ କରାଯାଇଥିବା ଦେଖିବାକୁ ମିଳିଛି । ସୋସିାଲ ମିଡିଆରେ ନିର୍ମାତା ରଶ୍ମିକାଙ୍କ ଲୁକ୍ ସୋୟାର କରି 'ପୁଷ୍ପା: ଦି ରୁଲ' ଶିବଲି ଆକ୍କା ରଶ୍ମିକାଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଥିଲେ ନିର୍ମାତା । ଏଥିସହ ଫିଲ୍ମର ଟିଜର ରିଲିଜ କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି,' ପୁଷ୍ପା କେଉଁଠାରେ? ସନ୍ଧାନ ଶୀଘ୍ର ଶେଷ ହେବ । ଏହାର ସମ୍ପୂର୍ଣ୍ଣ ଭିଡିଓ ଏପ୍ରିଲ 7ରେ ସନ୍ଧ୍ୟା 4.05ରେ ପ୍ରଶଂସକଙ୍କ ସହ ସେୟାର କରାଯିବ ବୋଲି କହିଛନ୍ତି ।

  • " class="align-text-top noRightClick twitterSection" data="">

ସୂଚନାଥାଉ କି, 'ପୁଷ୍ପା: ଦି ରୁଲ'ରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ଏବଂ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଆଜି ରଶ୍ମିକାଙ୍କ ଜନ୍ମଦିନରେ ତାଙ୍କ ଲୁକ ରିଲିଜ କରାଯାଇଥିବା ବେଳେ ଏପ୍ରିଲ୍ 8ରେ ଅଲ୍ଲୁ ଅର୍ଜୁନଙ୍କ ଜନ୍ମଦିନ ଅବସରରେ ପ୍ରଶଂସକମାନେ ଅଲ୍ଲୁଙ୍କ ପ୍ରଥମ ଲୁକ୍ ଦେଖିବାକୁ ପାଇବେ ବୋଲି କୁହାଯାଉଛି । ତେବେ ଫିଲ୍ମର ପ୍ରଥମ ଭାଗ ଏବଂ ଏହାର ଗୀତ ଦେଶ ଏବଂ ବିଶ୍ୱରେ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲା । ସେହିପରି ଏବେ ପୁଣି 'ପୁଷ୍ପା: ଦି ରୁଲ'କୁ ନେଇ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହା ମଧ୍ୟ ବେଶ ଲୋକପ୍ରିୟତା ହାସଲ କରିବା ସହ ଧମାଲ କରିବ ବୋଲି ଆଶା କରାଯାଉଛି ।

ରଶ୍ମିକା ମନ୍ଦନାଙ୍କ ୱାର୍କଫ୍ରଣ୍ଟ କଥା କହିବାକୁ ଗଲେ, 2016 ମସିହାରେ କନ୍ନଡ ଫିଲ୍ମ କିରିକ ପାର୍ଟିରୁ ଫିଲ୍ମି କ୍ୟାରିଆର ଆରମ୍ଭ କରିଥିଲେ ରଶ୍ମିକା । ପରେ ପରେ ତେଲୁଗୁ ଫିଲ୍ମ ଚଲୋ, ତାମିଲ ଫିଲ୍ମ ସୁଲତାନ ଏବଂ ହିନ୍ଦୀ ଫିଲ୍ମ ଗୁଡ ବାଏରେ ଡେବ୍ୟୁ କରିଥିଲେ । ନିଜ ଅଭିନୟ ଯାଦୁରେ ଅନେକ ହିଟ ଫିଲ୍ମ ଦେଇ ବେଶ ଲୋକପ୍ରିୟତା ହାସଲ କରିଛନ୍ତି ରଶ୍ମିକା ।

ସେହିପରି ପରବର୍ତ୍ତୀ ସମୟରେ ରଶ୍ମିକା ହିନ୍ଦୀ ଫିଲ୍ମ ଏନିମୋଲରେ ରଣବୀର କପୁରଙ୍କ ସହ ନଜର ଆସିବାକୁ ଥିବା ବେଳେ ତେଲୁଗୁ ଫିଲ୍ମ ପୁଷ୍ପା-2 ଏବଂ ତେଲୁଗୁ, ତାମିଲ ଫିଲ୍ମ ରେନବୋରେ ନଜର ଆସିବେ । ଫିଲ୍ମ ରେନବୋରର ପୋଷ୍ଟର ସୋମବାର ସୋସିଆଲ ମିଡିଆରେ ପ୍ରକାଶ କରାଯାଇଥିଲା । ଏହା ଏକ ରୋମାଣ୍ଟିକ ଡ୍ରାମା ଉପରେ ଆଧାରିତ ଫିଲ୍ମ ଅଟେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.