ETV Bharat / entertainment

ଇଫତାର ପାର୍ଟିରେ ଶେହନାଜଙ୍କୁ ଅଣଦେଖା କଲେ ରଶ୍ମୀ ଦେଶାଇ, ଫ୍ୟାନ୍ସ କଲେ ଟ୍ରୋଲ

author img

By

Published : Apr 17, 2023, 10:45 AM IST

ମୁମ୍ବାଇରେ ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ତାରକାମାନେ ଏକାଠି ହୋଇଥିଲେ । ଏହି ଅବସରରେ ଶେହନାଜ ଗିଲଙ୍କୁ ଅଣଦେଖା କରିଥିଲେ ରଶ୍ମୀ ଦେଶାଇ । ଯାହାକୁ ନେଇ ଟ୍ରୋଲ ହୋଇଛନ୍ତି ରଶ୍ମୀ ।

ଶେହନାଜଙ୍କୁ ଅଣଦେଖା କଲେ ରଶ୍ମୀ ଦେଶାଇ, ଫ୍ୟାନ୍ସ କଲେ ଟ୍ରୋଲ

ମୁମ୍ବାଇ: ରାଜନେତା ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ସଲମାନ ଖାନଙ୍କ ସମେତ ଅନେକ ଫିଲ୍ମ ଏବଂ ଟିଭି ତାରକା ସାମିଲ ହୋଇଥିଲେ । ଏହି ପାର୍ଟିରେ ଏକାଠି ନଜର ଆସିଥିଲେ ଲୋକପ୍ରିୟ ଟିଭି ଅଭିନେତ୍ରୀ ରଶ୍ମୀ ଦେଶାଇ ଏବଂ ଶେହନାଜ ଗିଲ । ଉଭୟଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶେହନାଜ ଗିଲଙ୍କୁ ରଶ୍ମୀ ଦେଶାଇ ଅଣଦେଖା କରୁଥିବାର ନଜର ଆସିଛନ୍ତି । ଯାହାକୁ ନେଇ ଏବେ ଅଭିନେତ୍ରୀଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି ।

ପ୍ରତିବର୍ଷ ତାରକାମାନଙ୍କ ପାଇଁ ଇଫତାର ପାର୍ଟିର ଆୟୋଜନ କରନ୍ତି ବାବା ସିଦ୍ଦିକି । ଚଳିତ ବର୍ଷ ମଧ୍ୟ ସେ ଏହି ପାର୍ଟିର ଆୟୋଜନ କରିଥିଲେ । ଯେଉଁଥିରେ ସମସ୍ତ ବଲିଉଡ ଏବଂ ଟିଭି ସେଲିବ୍ରିଟିଙ୍କ ସମେତ ବହୁ ରାଜନୈତିକ ପାର୍ଟି ନେତା କର୍ମୀ ଯୋଗ ଦେଇଥିଲେ । ରବିବାର ରାତିରେ ଆୟୋଜିତ ଏହି ପାର୍ଟିରେ ରଶ୍ମୀ ଦେଶାଇ ଏବଂ ଶେହନାଜ ଗିଲ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି ଯେ, ଶେହନାଜ ଏହି ପାର୍ଟିରେ ଯୋଗଦେବା ମାତ୍ରେ ଶେହନାଜଙ୍କୁ ଦେଖି ଫାଟକ ସମ୍ମୁଖରେ ଠିଆ ହୋଇଥିବା ରଶ୍ମୀ ଦେଶାଇ ତାଙ୍କୁ ଅଣଦେଖା କରି ଚାଲିଯାଉଛନ୍ତି । ତେବେ ଏହି ଘଟଣା ପରେ ରଶ୍ମୀ ଦେଶାଇଙ୍କୁ ଖୁବ ଟ୍ରୋଲ ହେବାକୁ ପଡିଛି । ଫ୍ୟାନ୍ସମାନେ ଶେହନାଜ ସପକ୍ଷରେ କହିବା ସହ ରଶ୍ମୀଙ୍କୁ ଟ୍ରୋଲ କରି ପ୍ରତିକ୍ରିୟା ଦେଇଛନ୍ତି । କେତେକ ଫ୍ୟାନ୍ସ କହିଛନ୍ତି, ଏତେ ଇର୍ଷା ଭଲ ନୁହେଁ ।

ଅନ୍ୟ କେତେକ କହିଛନ୍ତି, ଇର୍ଷା ଦେଖାଯାଉଛି । ସେହିପରି ଅନ୍ୟ ଜଣେ ଲେଖିଛନ୍ତି, ରଶ୍ମୀଙ୍କ ଦିଲ କଳା ଅଛି । ଯେଉଁ ଲୋକ ଭଲ ସେ ହିଁ ଆଗକୁ ବଢିପାରିବ । ରଶ୍ମୀ ଶେହନାଜଙ୍କୁ ଅଣଦେଖା କଲେ କିଛି ହେବନି । ଶେହନାଜଙ୍କ ଉପରେ ଭଗବାନଙ୍କ ଆଶୀର୍ବାଦ ରହୁ । ଅନ୍ୟ ଜଣେ ଲେଖିଛନ୍ତି, ଲୋକେ ରଶ୍ମୀଙ୍କୁ ନ ପଚାରି ଶେହନାଜଙ୍କୁ ପଚାରୁଛନ୍ତି । ଏଣୁ ରଶ୍ମୀ ଶେହନାଜଙ୍କ ଉପରେ ଇର୍ଷା ହେବା ସ୍ବାଭାବିକ ।

ସୂଚନା ଥାଉ କି, ରଶ୍ମି ଦେଶାଇ ଏବଂ ଶେହନାଜ ଗିଲଙ୍କୁ ବିଗ୍ ବସ୍ 13ରେ ଏକାଠି ଦେଖିବାକୁ ମିଳିଥିଲା ​। ଯେଉଁଠାରେ ସ୍ବର୍ଗତ ଟିଭି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ମଧ୍ୟ ସାମିଲ ହୋଇଥିଲେ । ଶୋ’ରେ ରଶ୍ମୀ ଏବଂ ସିଦ୍ଧାର୍ଥ ପରସ୍ପର ଶତ୍ରୁ ହୋଇଥିବାବେଳେ ସେପଟେ ଶେହନାଜ ସିଦ୍ଧାର୍ଥଙ୍କ ସହ ତାଙ୍କ ରୋମାଣ୍ଟିକ୍ କେମେଷ୍ଟ୍ରି ପାଇଁ ଶିରୋନାମାରେ ଥିଲେ । ଏହି କାରଣରୁ ରଶ୍ମୀ ଶେହନାଜଙ୍କୁ ଏହିପରି ଅଣଦେଖା କରିଥିବା କୁହାଯାଉଛି । କିନ୍ତୁ ଘଟଣା ପଛରେ ପ୍ରକୃତ କାରଣ କଣ ରହିଛି, ତାହା କେବଳ ରଶ୍ମୀ ଦେଶାଇ ହିଁ କହିପାରିବେ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.