ମୁମ୍ବାଇ: ନ୍ୟୁଡ ଫଟୋ ସେୟାର କରି ବିବାଦରେ ଛନ୍ଦି ହୋଇଥିବା ଅଭିନେତା ରଣଭୀର ସିଂ ମୁମ୍ବାଇ ପୋଲିସକୁ ଏକ ଆଶ୍ଚର୍ଯ୍ୟଜନକ ବିବୃତ୍ତି ଦେଇଛନ୍ତି । ଅଭିନେତା କହିଛନ୍ତି ଯେ, ତାଙ୍କ ଫଟୋକୁ କେହି ଏଡିଟ କରିଛନ୍ତି । ସେ ଏଭଳି କିଛି ନ୍ୟୁଡ୍ ଫଟୋ ସୁଟ୍ ସୋସିଆଲ ମିଡିଆରେ ସେୟାର କରିନାହାନ୍ତି । ରଣଭୀରଙ୍କ ବୟାନ ରେକର୍ଡ କରିବା ପରେ ଏବେ ପୋଲିସ ଏହାକୁ ନେଇ ଯାଞ୍ଚ ଆରମ୍ଭ କରିଛି ।
- " class="align-text-top noRightClick twitterSection" data="
">
ଅନ୍ୟପକ୍ଷରେ ପୋଲିସ କହିଛି ଯେ, ରଣଭୀର ସେମାନଙ୍କର ସମସ୍ତ ପ୍ରଶ୍ନର ଉତ୍ତର ଦେଇଛନ୍ତି ଏବଂ ଅଧିକ ଯାଞ୍ଚ ପାଇଁ ତାଙ୍କୁ ପୁଣି ଡକାଯାଇପାରେ । ଯାଞ୍ଚ ସମୟରେ ରଣଭୀର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ଉଲ୍ଲେଖଯୋଗ୍ୟ ଯେ, କିଛିଦିନ ତଳେ ରଣଭୀର ସିଂ ନିଜର ନ୍ୟୁଡ ଫଟୋ ସୁଟ୍ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ । ଏହି ଫଟୋ ଭାଇରାଲ ହେବାପରେ ଏହାକୁ ପ୍ରଶଂସକମାନେ ବିରୋଧ କରିଥିଲେ । ଏହି ମାମଲାରେ ଗତମାସରେ ମୁମ୍ବାଇର ଚେମ୍ବୁର ପୋଲିସ ଷ୍ଟେସନରେ ହାଜର ହୋଇଥିଲେ ରଣଭୀର । ସେଠାରେ ସେ ଦୁଇଘଣ୍ଟା ଉପସ୍ଥିତ ରହି ନିଜୟ ବୟାନ ରେକର୍ଡ କରାଇଥିଲେ। ରଣଭୀରଙ୍କର ଏହି ବୟାନ ଅଗଷ୍ଟ ୨୯ ତାରିଖରେ ରେକର୍ଡ କରାଯାଇଥିଲା ।
ଏହା ବି ପଢନ୍ତୁ: Nude photoshoot ମାମଲାରେ ରଣଭୀର ସିଂଙ୍କୁ ଅଢେଇ ଘଣ୍ଟା ଘାଣ୍ଟିଲା ପୋଲିସ
ସୂଚନାଯୋଗ୍ୟ ଯେ, ରଣଭୀର ସିଂହ ଲୋକପ୍ରିୟ ଫେସନ୍ ପତ୍ରିକା ପେପର୍ ମାଗାଜିନ ପାଇଁ ଫଟୋସୁଟ୍ କରାଇଥିଲେ। ଏହି ଫଟୋସୁଟ୍କୁ ଗତ ଜୁଲାଇ ୨୧ ତାରିଖରେ ସୋସିଆଲ ମିଡିଆରେ ସେୟାର କରାଯାଇଥିଲା। ଏକ କସ୍ମୋପଲିଟାନ୍ ମାଗାଜିନ୍ ପାଇଁ ଏପରି ଫଟୋସୁଟ୍ କରିଥିବା ବର୍ଟ ରେନୋଲ୍ଡସଙ୍କ ଠାରୁ ସେ ପ୍ରେରିତ ହୋଇ ଏପରି ଫଟୋସୁଟ୍ କରିଥିବା ସୂଚନା ରହିଛି । ଫଟୋସୁଟ୍ରେ ରଣଭୀର ନ୍ୟୁଡ୍ ଲୁକ୍ରେ ନଜର ଆସିଥିଲେ। ଏହାପରେ ସୋସିଆଲ ମିଡିଆରେ ରଣଭୀରଙ୍କୁ ଜୋରଦାର ଟ୍ରୋଲ କରାଯାଇଥିଲା । ଏମିତି କି, ମହିଳାଙ୍କ ଭାବନାକୁ ଆଘାତ ହେଇଥିବା ଅଭିଯୋଗରେ ମୁମ୍ବାଇ ପୋଲିସ୍ ଅଭିନେତାଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ରଣଭୀର ସିଂହଙ୍କ ବିରୋଧରେ ଧାରା ୫୦୯, ୨୯୨, ୨୯୪ ଲାଗିଥିବା ବେଳେ ଆଇଟି ଆକ୍ଟ ଅଧୀନରେ ସେକ୍ସନ ୬୭ (ଏ) ଧାରା ଲାଗିଥିଲା ।