ETV Bharat / entertainment

IIFM 2022, ଫିଲ୍ମ 83 ପାଇଁ ରଣଭୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

author img

By

Published : Aug 18, 2022, 9:06 AM IST

ମେଲବର୍ଣ୍ଣରେ IIFM ଚଳଚ୍ଚିତ୍ର ମହୋତ୍ସବ ଅଗଷ୍ଟ 12 ତାରିଖରୁ ଆରମ୍ଭ ହୋଇଯାଇଛି । ଚଳିତ ବର୍ଷ ରଣଭୀର ସିଂଙ୍କୁ ତାଙ୍କ ଚଳଚ୍ଚିତ୍ର 83 ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ

IIFM 2022, ଫିଲ୍ମ 83 ପାଇଁ ରଣଭୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର
IIFM 2022, ଫିଲ୍ମ 83 ପାଇଁ ରଣଭୀର ସିଂଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର

ହାଇଦ୍ରାବାଦ: ମେଲବର୍ଣ୍ଣରେ ଆଇଆଇଏଫ୍‌ଏମ୍‌ ଚଳଚ୍ଚିତ୍ର ମହୋତ୍ସବ (Indian Film Festival of Melbourne (IFFM) Awards 2022) ଅଗଷ୍ଟ 12 ତାରିଖରୁ ଆରମ୍ଭ ହୋଇଯାଇଛି। ଏହା ଆସନ୍ତା 30 ତରିଖ ପର୍ଯ୍ୟନ୍ତ ଚାଲିବ । ଏହି ମହୋତ୍ସବ ପ୍ରତିବର୍ଷ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ହୋଇଥାଏ । ଏହି ଉତ୍ସବରେ ଚଳଚ୍ଚିତ୍ର, ଟିଭି ସୋ' ଏବଂ ୱେବ୍ ସିରିଜ୍‌ର ସ୍କ୍ରିନିଂ ହୋଇଥାଏ । ଚଳିତ ବର୍ଷ ରଣଭୀର ସିଂଙ୍କୁ ତାଙ୍କ ଚଳଚ୍ଚିତ୍ର 83 ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ପ୍ରଦାନ କରାଯାଇଛି । ବର୍ତ୍ତମାନ ରଣଭୀର ସିଂ ଏକ ଫଟୋ ସେୟାର କରି ଏହି ଖୁସି ବ୍ୟକ୍ତ କରିଛନ୍ତି। ତେବେ ଗତ ରବିବାର ଚଳିତ ବର୍ଷର ପୁରସ୍କାର ଘୋଷଣା କରାଯାଇଥିଲା ।

ରଣଭୀର ସିଂ ସୋସିଆଲ ମିଡିଆରେ ନିଜର ଏକ ସୁନ୍ଦର ଫଟୋ ସେୟାର କରି ପୁରସ୍କାର ମିଳିବାର ଖୁସି ବ୍ୟକ୍ତ କରିଛନ୍ତି । ରଣଭୀର ସିଂ ଲେଖିଛନ୍ତି, ମେଲବର୍ଣ୍ଣର ଭାରତୀୟ ଚଳଚ୍ଚିତ୍ର ମହୋତ୍ସବ (ଆଇଏଫ୍‌ଏଫ୍‌ଏମ୍‌) ରେ 83 ପାଇଁ ଶ୍ରେଷ୍ଠ ଅଭିନେତା ପୁରସ୍କାର ଜିତି ଖୁସି ଅଛି ।

full list of winners
full list of winners

IFFMର 13 ତମ ସଂସ୍କରଣ

IFFM ର 13 ତମ ସଂସ୍କରଣ ମେଲବୋର୍ଣ୍ଣରେ ଚାଲିଛି । ଅଗଷ୍ଟ 30 ରେ ସମାରୋହ ଶେଷ ହେବ କିନ୍ତୁ ବ୍ୟକ୍ତିଗତ ଇଭେଣ୍ଟ ଅଗଷ୍ଟ 20ରେ ଶେଷ ହେବ । ଏହା ପରେ ମଧ୍ୟ ଏହି ସମାରୋହ ଦଶ ଦିନ ପର୍ଯ୍ୟନ୍ତ ଚାଲିବ । ସୂଚନାଯୋଗ୍ୟ ଯେ ଅଗଷ୍ଟ 14 ରେ ପାଲିସ୍ ଥିଏଟରରେ ପୁରସ୍କାର ବିତରଣ କରାଯାଇଥିଲା ।

ରଣଭୀର ସିଂଙ୍କ ବ୍ୟତୀତ ୱେବ୍ ସିରିଜ୍ 'ମୁମ୍ବାଇ ଡାଏରିଜ୍‌' 26 ଏବଂ ବିଦ୍ୟା ବାଲାନ୍ ଏବଂ ଶେଫାଲୀ ଶାହାଙ୍କ ଅଭିନୀତ ଚଳଚ୍ଚିତ୍ର 'ଜଲସା' (2022) ପୁରସ୍କାର ଲାଭ କରିଛି। ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ସୁରିଆଙ୍କ ହିଟ୍ ଫିଲ୍ମ 'ଜୟ ଭୀମ' ଏବଂ ଆଲିଆ ଭଟ୍ଟଙ୍କ ଅଭିନୀତ ଚଳଚ୍ଚିତ୍ର 'ଗଙ୍ଗୁବାଇ କାଠିଆୱାଡି' ଏହି ଉତ୍ସବରେ ସର୍ବାଧିକ ନୋମିନେସନ୍‌ ମିଳିଥିଲା।

IFFM 2022ରେ ବିଜେତାଙ୍କ ତାଲିକା

ସର୍ବୋତ୍ତମ ଚଳଚ୍ଚିତ୍ର: 83

ଶ୍ରେଷ୍ଠ ନିର୍ଦ୍ଦେଶକ: ସୁଜିତ ସରକାର୍ (ସର୍ଦ୍ଦାର ଉଦ୍ଦମ୍) ଏବଂ ଅପର୍ନା ସେନ୍ (ଦି ରେପିଷ୍ଟ)

ଶ୍ରେଷ୍ଠ ଅଭିନେତା: ରଣଭୀର ସିଂ (83)

ଶ୍ରେଷ୍ଠ ଅଭିନେତ୍ରୀ: ଶେଫାଲୀ ଶାହା (ଜଲସା)

ଶ୍ରେଷ୍ଠ ସିରିଜ୍ ବଲିଉଡ୍: ମୁମ୍ବାଇ ଡାଏରିଜ୍‌ 26/11

ଏକ ସିରିଜର ଶ୍ରେଷ୍ଠ ଅଭିନେତା: ମୋହିତ ରାଇନା, ଡାଏରିଜ୍‌ (ମୁମ୍ବାଇ 26/11)

ସିରିଜର ଶ୍ରେଷ୍ଠ ଅଭିନେତ୍ରୀ: ସାକ୍ଷୀ ତନୱାର (ମାଇଁ)

ସର୍ବୋତ୍ତମ ଇଣ୍ଡି ଫିଲ୍ମ (Best Indie Film): ଜଗ୍ଗି

ଆଜୀବନ ସଫଳତା ପୁରସ୍କାର: କପିଲ ଦେବ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.