ETV Bharat / entertainment

ପୁଣି ଧମାଲ ମଚାଇବାକୁ ଏକାଠି ନଜର ଆସିବେ ରଣବୀର-ରୋହିତ

author img

By

Published : May 26, 2022, 6:29 PM IST

ବ୍ଲାକ ଆଉଟଫିଟରେ ରଣବୀରଙ୍କ ସ୍ବାଗ ଦେଖିବାକୁ ମିଳିଛି । ଏଥିରେ ରୋହିତ ଶେଟ୍ଟୀ ତାଙ୍କୁ ଆକ୍ସନ୍ ସିନ୍‌ ପାଇଁ ନିର୍ଦ୍ଦେଶନା ଦେଉଥିବାର ନଜର ଆସିଛନ୍ତିଋ ।ଅଧିକ ପଢନ୍ତୁ

ପୁଣି ଏକାଠି ନଜର ଆସିବେ ରଣବୀର-ରୋହିତ, ମଚାଇବେ ଧମାଲ

ହାଇଦ୍ରାବାଦ: ନିକଟରେ ଅଭିନେତା ରଣବୀର ସିଂ ତାଙ୍କ ପତ୍ନୀ ତଥା ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ଭେଟି କାନ୍ସରୁ(cannes) ଫେରିଛନ୍ତି । ଗତକାଲି (ମେ ୨୫) ସେ କରଣ ଜୋହରଙ୍କ ଜନ୍ମଦିନ ପାର୍ଟିରେ ସାମିଲ ହୋଇଥିଲେ । ଅଭିନେତାଙ୍କ ଅନ୍ଦାଜ ଏଥର ମଧ୍ୟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଥିଲା ​​। ଏହି ସମୟରେ ରଣବୀର ଏକ ଭିଡିଓ ସେୟାର କରିଛନ୍ତି । ଏଥିରେ ସେ ଫିଲ୍ମ ନିର୍ମାତା ରୋହିତ ସେଟ୍ଟୀଙ୍କ ସହ ନଜର ଆସିଛନ୍ତି ।

ରଣବୀର ସିଂ ତାଙ୍କ ଇନଷ୍ଟାଗ୍ରାମରେ ଏକ ଲାଟେଷ୍ଟ ଭିଡିଓ ସେୟାର କରିଛନ୍ତି । ଏହାର କ୍ୟାପସନରେ ସେ ଲେଖିଛନ୍ତି, 'ବସ୍ ଏବଂ ବାବା ଏକାଠି ଫେରିଲେ ।' ଏହା ସହିତ ଫାୟାର ଇମୋଜି ମଧ୍ୟ ପୋଷ୍ଟ କରିଛନ୍ତି । ଭିଡିଓରେ ରଣବୀର ଜବରଦସ୍ତ ଆକ୍ସନ ଦେଉଥିବା ନଜର ଆସିଛନ୍ତି । ବ୍ଲାକ ଆଉଟଫିଟରେ ରଣବୀରଙ୍କ ସ୍ବାଗ ଦେଖିବାକୁ ମିଳିଛି । ଏଥିରେ ରୋହିତ ଶେଟ୍ଟୀ ତାଙ୍କୁ ଆକ୍ସନ୍ ସିନ୍‌ ପାଇଁ ନିର୍ଦ୍ଦେଶନା ଦେଉଥିବାର ନଜର ଆସିଥିଲେ ।

ଭିଡିଓରେ ରଣବୀର ସିଂ କାରର ଉପରେ ଆକ୍ସନ୍ ସିନ୍‌ କରୁଥିବା ନଜର ଆସିଛନ୍ତି । ଏଥିସହିତ ରୋହିତ ଶେଟ୍ଟୀ ଏହି ଭିଡିଓ ସେୟାର କରି ଏକ ମଜାଳିଆ କ୍ୟାପସନ ଦେଇଛନ୍ତି । ସେ ଲେଖିଛନ୍ତି, ଆମେ କିପରି ଏକ ନୁଡଲ୍ ବିଜ୍ଞାପନ ସୁଟ୍ କରୁ, ତାହାର ଝଲକ । ମୁଁ ଜାଣେ ଯାନବାହାନ ଏଥିରେ ମଧ୍ୟ ଉଡୁଛି, କିନ୍ତୁ କ'ଣ କରିବା, ସିଧା କାମ ତ ଆମକୁ ଆସେ ହିଁ ନାହିଁ ! ତେବେ ଆପଣଙ୍କୁ କହିରଖୁଛୁ, ରଣବୀର ଏବଂ ରୋହିତ ପୂର୍ବରୁ ମଧ୍ୟ ଏକାଠି କାମ କରିସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.