ETV Bharat / entertainment

ବେବି ପ୍ଲାନିଂକୁ ନେଇ ଏମିତି ଖୁଲାସା କଲେ ରଣବୀର

author img

By

Published : May 10, 2022, 8:39 PM IST

ଅଭିନେତା ରଣବୀର ସିଂ ତାଙ୍କ ଆଗାମୀ ଚଳଚ୍ଚିତ୍ର ଜୟଶଭାଇ ଜୋରଦାରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ରଣବୀର ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ବେବି ପ୍ଲାନିଂକୁ ନେଇ ଏଣିତି ଖୁଲାସା କଲେ ରଣବୀର

ହାଇଦ୍ରାବାଦ: ଅଭିନେତା ରଣବୀର ସିଂ ତାଙ୍କର ଆଗାମୀ ଚଳଚ୍ଚିତ୍ର 'ଜୟଶଭାଇ ଜୋରଦାର' ଯୋଗୁଁ ଚର୍ଚ୍ଚାରେ ଅଛନ୍ତି। ଏହି ଚଳଚ୍ଚିତ୍ରଟି କନ୍ୟା ଭୃଣହତ୍ୟା ପରି ଏକ ସାମାଜିକ ପ୍ରସଙ୍ଗ ଉପରେ ଆଧାରିତ । ଅଭିନେତା ତାଙ୍କ ଚଳଚ୍ଚିତ୍ରର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ରଣବୀର ଏକ ସାକ୍ଷାତକାର ଦେଇଛନ୍ତି, ଯେଉଁଥିରେ ସେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ କିଛି ଖୁଲାସା କରିଛନ୍ତି । ଏହି ସାକ୍ଷାତକାରରେ ସେ ଫ୍ୟାମିଲି ପ୍ଲାନିଂ ବିଷୟରେ କହିଛନ୍ତି। ଏହି ସାକ୍ଷାତକାରରେ ସେ କହିଛନ୍ତି କି, ଏଥିପାଇଁ ସେ ତାଙ୍କ ବେବିର ନାମ ମଧ୍ୟ ଚିନ୍ତା କରିସାରିଛନ୍ତି।

ରଣବୀର ସିଂ ଅନେକ ଥର ପ୍ରକାଶ କରିଛନ୍ତି ଯେ, ସେ ପିତା ହେବାକୁ ଚାହୁଁଛନ୍ତି। ଏହା ସହ ଜଡିତ ଏକ ପ୍ରଶ୍ନ ଅଭିନେତାଙ୍କୁ ସାକ୍ଷାତକାରରେ ପଚରାଯାଇଥିଲା । ଅଭିନେତାଙ୍କୁ ପଚରାଯାଇଥିଲା ଯେ, ଯଦି ସେ ଗୋଟିଏ ଝିଅର ପିତା ହୁଅନ୍ତି, ତେବେ ସେ ତା’ର ନାମ କ'ଣ ରଖିବେ ? ରଣବୀର କହିଛନ୍ତି ଯେ, ମୋତେ କିଛି ୟୁନିକ ନାମ ମଜାଳିଆ ଲାଗେ। ପ୍ରତ୍ୟେକ ନାମର ନିଜସ୍ୱ କିଛି ଗୁଣ ଅଛି। କିଛି ନାମ ଶକ୍ତିଶାଳୀ ହୋଇଥାଏ ତ କିଛି ନାମ କ୍ୟୁଟ ହୋଇଥାଏ ।

ରଣବୀର ଆହୁରି କହିଛନ୍ତି ଯେ, ସେ ଏବଂ ଦୀପିକା ପାଦୁକୋନ ଏକ ତାଲିକା ପ୍ରସ୍ତୁତ କରିଛନ୍ତି। ଯେଉଁଥିରେ ପୁଅ ଏବଂ ଝିଅମାନଙ୍କର ନାମ ଅଛି । ତେବେ ସିଲେକ୍ଟ ନାମଗୁଡିକ ପ୍ରକାଶ କରିବାକୁ ସେ ମନା କରି ଦେଇଛନ୍ତି। ଅଭିନେତା କହିଛନ୍ତି, ମୁଁ ଏହି ନାମଗୁଡ଼ିକୁ ଗୁପ୍ତ ରଖିବି । ମୁଁ ଚାହେଁ ନାହିଁ ଯେ ଲୋକମାନେ ଏହି ନାମଗୁଡିକ ଚୋରି କରନ୍ତୁ ଏବଂ ମୋ ପିଲାଙ୍କ ନାମ କମନ୍‌ ହୋଇଯିବ। ମୁଁ ତାଲିକାକୁ ନିଜ ପାଖରେ ରଖିବି ।

ସୂଚନାଯୋଗ୍ୟ ଯେ, 'ଜୟଶଭାଇ ଜୋରଦାର' ଫିଲ୍ମ ମେ 13 ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ । ଏହି ସିନେମାର କାହାଣୀ କନ୍ୟା ଭୃଣହତ୍ୟା ଭଳି ଏକ ସାମାଜିକ ପ୍ରସଙ୍ଗରେ ଲେଖାଯାଇଛି । ରଣବୀର ସିଂ ଏହି ଚଳଚ୍ଚିତ୍ରରେ ଜୟଶଭାଇ ଚରିତ୍ରରେ ଅଭିନୟ କରୁଛନ୍ତି। ବୋମନ୍ ଇରାନୀଙ୍କୁ ତାଙ୍କ ପିତାଙ୍କ ଭୂମିକାରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ମାଧ୍ୟମରେ ଅଭିନେତ୍ରୀ ଶାଲିନୀ ପାଣ୍ଡେ ବଲିଉଡରେ ଡେବ୍ୟୁ କରୁଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.