ହାଇଦ୍ରାବାଦ: ରଣଭୀର ସିଂ ଏବଂ ଆଲିଆ ଭଟ୍ଟଙ୍କ ରିଲିଜ୍ ଫିଲ୍ମ 'ରକି ଔର ରାନୀ କି ପ୍ରେମ କାହାନୀ' ଦର୍ଶକଙ୍କ ଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି । ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଭଲ ପ୍ରଦର୍ଶନ କରିଥିଲା ଏବଂ ପ୍ରଥମ ସପ୍ତାହରେ ବମ୍ପର କଲେକ୍ସନ କରି ସଫଳତା ମଧ୍ୟ ହାସଲ କରିଥିଲା । ବର୍ତ୍ତମାନ ଫିଲ୍ମ 4ଦିନ ମଧ୍ୟରେ 50କୋଟି ପାର୍ କରିଛି । କିନ୍ତୁ ସୋମବାର ଅର୍ଥାତ 4ର୍ଥ ଦିନରେ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ବିଫଳ ହୋଇଛି ।
ଜୁଲାଇ 28ରେ ରିଲିଜ କରିଥିବା ଏହି ଫିଲ୍ମ 11.1 କୋଟି ସହ ଓପନିଂ କରିଥିଲା । ଅନ୍ୟପକ୍ଷରେ, ଫିଲ୍ମଟି ସପ୍ତାହ ଶେଷରେ ମଧ୍ୟ ବମ୍ପର କଲେକ୍ସନ କରିଥିଲା । ଶନିବାର ଦିନ 16.5 କୋଟି ବ୍ୟବସାୟ କରିଥିବା ବେଳେ ରବିବାର 19କୋଟି ରୋଜଗାର କରିଥିଲା । ବର୍ତ୍ତମାନ ସୋମବାର ଫିଲ୍ମର ରୋଜଗାରରେ ବହୁତ ହ୍ରାସ ପାଇଛି । ରିପୋର୍ଟ ଅନୁଯାୟୀ, 'ରକି ଔର ରାନୀ କି ପ୍ରେମ କାହାନୀ' ରିଲିଜ୍ ହେବାର ଚତୁର୍ଥ ଦିନରେ ଅର୍ଥାତ୍ ସୋମବାର ଦିନ 7.50 କୋଟି ବ୍ୟବସାୟ କରିଛି । ଏହା ସହିତ ଫିଲ୍ମର ମୋଟ କଲେକ୍ସନ ବର୍ତ୍ତମାନ 53.40 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।
କରଣ ଜୋହର 7 ବର୍ଷ ପରେ 'ରକି ଔର ରାନୀ କି ପ୍ରେମ କାହାନୀ' ସହ ବକ୍ସ ଅଫିସ୍କୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ତାଙ୍କର ପ୍ରତ୍ୟେକ ଚଳଚ୍ଚିତ୍ର ପରି କରଣ ମଧ୍ୟ ଏହି ଚଳଚ୍ଚିତ୍ରକୁ ବହୁତ ଦମଦାର କରିଛନ୍ତି । ତେବେ ରଣଭୀର-ଆଲିଆଙ୍କ ଚଳଚ୍ଚିତ୍ରର ଓପନିଂ ସଂଗ୍ରହ ଅଜୟ ଦେବଗନଙ୍କ ଭୋଲା ଏବଂ କାର୍ତ୍ତିକ ଆର୍ଯ୍ୟନଙ୍କ ସତ୍ୟପ୍ରେମ କି କଥାର ଓପନିଂ ସପ୍ତାହ ସଂଗ୍ରହକୁ ପଛରେ ପକାଇଛି । ଏଥିସହ, ଏହି ଚଳଚ୍ଚିତ୍ର 2023 ବର୍ଷର ପଞ୍ଚମ ସର୍ବୋଚ୍ଚ ଓପନିଂ ୱିକେଣ୍ଡ୍ କଲେକ୍ସନ୍ ଫିଲ୍ମ ହୋଇପାରିଛି । କିନ୍ତୁ ଫିଲ୍ମ ସୋମବାର ଭଲ କଲେକ୍ସନ କରିବାରେ ବିଫଳ ହୋଇଛି । ତେବେ ଏଭଳି ସ୍ଥିତିରେ ଆଗାମୀ ଦିନରେ ବକ୍ସ ଅଫିସରେ 'ରକି ଔର ରାନୀ କି ପ୍ରେମ କାହାନୀ' କିପରି ପ୍ରଦର୍ଶନ କରୁଛି ତାହା ଦେଖିବାକୁ ବାକି ରହିଲା ।
ଏହା ମଧ୍ୟ ପଢନ୍ତୁ: ସ୍ୱାମୀ ରଣଭୀର ସିଂଙ୍କ ଫିଲ୍ମକୁ ଭିନ୍ନ ଢଙ୍ଗରେ ପ୍ରମୋସନ କଲେ ଦୀପିକା, ଭିଡିଓ ଭାଇରାଲ
ସୂଚନା ଥାଉ କି, ଏହି ଚଳଚ୍ଚିତ୍ରରେ ଆଲିଆ ଭଟ୍ଟ ଏବଂ ରଣଭୀର ସିଂ, ଧର୍ମେନ୍ଦ୍ର, ଜୟା ବଚ୍ଚନ, ଶବାନା ଆଜମୀ, ଆମୀର ବଶୀର, ତୋତା ରାୟ ଚୌଧୁରୀ, ଚୁର୍ନି ଗାଙ୍ଗୁଲି, କ୍ଷିତୀ ଯୋଗ ଏବଂ ଅଞ୍ଜଳି ଆନନ୍ଦ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ରଟି ପଞ୍ଜାବୀ ପରିବାରର ରକି ଏବଂ ବଙ୍ଗାଳୀ ପରିବାରର ଝିଅ ରାନୀଙ୍କ ପ୍ରେମ କାହାଣୀ ଉପରେ ଆଧାରିତ ।