ETV Bharat / entertainment

ଚଳିତ ମାସରେ ବିବାହ କରିବେ ରଣଦୀପ ହୁଡା ! ଗାର୍ଲଫ୍ରେଣ୍ଡ ଲିନଙ୍କୁ କରିବେ ଜୀବନ ସାଥୀ

author img

By ETV Bharat Odisha Team

Published : Nov 5, 2023, 4:04 PM IST

ବିବାହକୁ ନେଇ ଚର୍ଚ୍ଚାରେ ବଲିଉଡ ଅଭିନେତା ରଣଦୀପ ହୁଡା । ସୂଚନା ଅନୁସାରେ, ଅଭିନେତା ଗାର୍ଲଫ୍ରେଣ୍ଡ ଲିନଙ୍କ ସହ ଚଳିତ ମାସରେ ବିବାହ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ

ଚଳିତ ମାସରେ ବିବାହ କରିବେ ରଣଦୀପ ହୁଡା! ଗାର୍ଲଫ୍ରେଣ୍ଡ ଲିନଙ୍କୁ କରିବେ ଜୀବନ ସାଥୀ

ହାଇଦ୍ରାବାଦ: ବିବାହ କରିବାକୁ ଯାଉଛନ୍ତି ବଲିଉଡ ଅଭିନେତା ରଣଦୀପ ହୁଡା । ଗାର୍ଲଫ୍ରେଣ୍ଡ ଲିନ ଲୈସରମଙ୍କ ସହ ରଣଦୀପଙ୍କ ପଡିବ ହାତଗଣ୍ଠି । ମିଡିଆ ରିପୋର୍ଟ ଅନୁସାରେ, ଅଭିନେତା ଏହି ମାସ ଶେଷରେ ବିବାହ କରିବେ । ହେଲେ ରଣଦୀପ ଏପର୍ଯ୍ୟନ୍ତ ବିବାହ ତାରିଖକୁ ନେଇ କୌଣସି ସୂଚନା ଦେଇନାହାନ୍ତି ।

ରଣଦୀପ ହୁଡା ଦୀର୍ଘ ଦିନ ଧରି ଲିନ୍ ଲୈଶରମଙ୍କୁ ଡେଟିଂ କରିଆସୁଛନ୍ତି । ରିପୋର୍ଟ ଅନୁଯାୟୀ, ଦୀର୍ଘ ଦିନରେ ଡେଟିଂ ପରେ ବର୍ତ୍ତମାନ ଅଭିନେତା ବିବାହ କରିବାକୁ ପ୍ରସ୍ତୁତ ଅଛନ୍ତି । ସେ ଏହି ମାସ ଶେଷରେ ବିବାହ କରିପାରନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରଣଦୀପ ହୁଡା ଏବଂ ଲିନଙ୍କ ବିବାହ ଅତ୍ୟନ୍ତ ବ୍ୟକ୍ତିଗତ ରଖିବାକୁ ଚାହୁଁଛନ୍ତି । ତାଙ୍କ ବିବାହରେ କେବଳ ତାଙ୍କ ପରିବାର ଏବଂ କିଛି ଘନିଷ୍ଠ ବନ୍ଧୁ ଯୋଗଦେବେ । ବିବାହ ପରେ ହିଁ ରଣଦୀପ ଏହାର ଅଫିସିଆଲ୍ ଘୋଷଣା କରିବେ ବୋଲି କହିଛନ୍ତି ।

ଲିନ ରଣଦୀପଙ୍କ ଠାରୁ ପ୍ରାୟ 10 ବର୍ଷ ସାନ ଅଟନ୍ତି । 47 ବର୍ଷୀୟ ରଣଦୀପ ଏବଂ 37 ବର୍ଷିୟ ଲିନ୍ ସେମାନଙ୍କ ସମ୍ପର୍କକୁ ନେଇ ପ୍ରକାଶ କରିନାହାନ୍ତି । ହେଲେ ଇନଷ୍ଟାଗ୍ରାମରେ ସେମାନଙ୍କର କିଛି ଫଟୋ ସାମ୍ନାକୁ ଆସିଛି । ଯାହାକୁ ନେଇ ଉଭୟ ଲାଇମଲାଇଟରେ ରହିଆସୁଛନ୍ତି । ରଣଦୀପଙ୍କ ଗର୍ଲଫ୍ରେଣ୍ଡ ବିଷୟରେ କହିବାକୁ ଗଲେ, ସେ ମଣିପୁରର ବାସିନ୍ଦା । ଏବଂ ଜଣେ ଭାରତୀୟ ମଡେଲ୍ ଏବଂ ଅଭିନେତ୍ରୀ । ସେ 'ମେରିକମ', 'ରେଙ୍ଗୁନ୍', 'ଉମ୍ରିକା' ଭଳି ଚଳଚ୍ଚିତ୍ରରେ କାମ କରିଛନ୍ତି । କେବଳ ଏତିକି ନୁହେଁ, ଶାହାରୁଖ ଖାନଙ୍କ ଚଳଚ୍ଚିତ୍ର 'ଓମ୍ ଶାନ୍ତି ଓମ୍'ରେ ଲିନ୍ ଏକ କ୍ୟାମିଓ ରୋଲରେ ମଧ୍ୟ ନଜର ଆସିଛନ୍ତି । ଏଥିସହ ସେ ମିସ୍ ନର୍ଥ ଇଷ୍ଟ ବିୟୁଟି ପେଜେଣ୍ଟରେ ଲିନ୍ ପ୍ରଥମ ରନର୍ସ ଅପ୍ ହୋଇଥିଲେ ।

ଏହା ମଧ୍ୟ ପଢନ୍ତୁ: ବୀର ସାବରକର ଭୂମିକା ପାଇଁ 26 କିଲୋ ଓଜନ କମାଇଲେ ଅଭିନେତା

ରଣଦୀପ ହୁଡାଙ୍କ ୱାର୍କ ପ୍ରଣ୍ଟ କଥା କହିବାକୁ ଗଲେ, ତାଙ୍କୁ 'ସ୍ବତନ୍ତ୍ରୀୟ ବୀର ସାବରକର'ରେ ଦେଖିବାକୁ ମିଳିବ, ଯେଉଁଥିରେ ସେ ଜଣେ ସ୍ୱାଧୀନତା ସଂଗ୍ରାମୀ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ନିର୍ମାତା ଆନନ୍ଦ ପଣ୍ଡିତ ହୋଇଥିବା ବେଳେ ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଇଛନ୍ତି ରଣଦୀପ । ତେବେ ଏହି ଚଳଚ୍ଚିତ୍ର ସହ ଅଭିନେତା ନିର୍ଦ୍ଦେଶନା କ୍ଷେତ୍ରରେ ମଧ୍ୟ ଡେବ୍ୟୁ କରିବାକୁ ଯାଉଛନ୍ତି । ପ୍ରକାଶ ଥାଉ କି, ସାବରକରଙ୍କ ଭଳି ଦେଖାଯିବା ପାଇଁ ରଣଦୀପ 26 କିଲୋ ଓଜନ ହ୍ରାସ କରିଛନ୍ତି ଏବଂ ଚାରିମାସ ପର୍ଯ୍ୟନ୍ତ କେବଳ କ୍ଷୀର ଏବଂ ଖଜରା ଖାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ନିର୍ମାତା ଏନେଇ ପ୍ରକାଶ କରିଥିଲେ । ତେବେ ଏହି ଫିଲ୍ମ ଚଳିତ ବର୍ଷ ରିଲିଜ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.