ETV Bharat / entertainment

୬୬୦ କୋଟି ପାର୍ କଲା 'ଆନିମଲ', ଖୁବଶୀଘ୍ର ୫୦କୋଟି କ୍ଲବରେ ସାମିଲ ହେବ 'ସାମ ବାହାଦୂର'

author img

By ETV Bharat Odisha Team

Published : Dec 10, 2023, 4:01 PM IST

Animal vs Sam Bahadur Box Office Collection: ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଦ୍ୱାରା ନିର୍ଦ୍ଦେଶିତ 'ଆନିମଲ' ବକ୍ସ ଅଫିସରେ ଧୂଆଁଧାର ପ୍ରଦର୍ଶନ କରୁଛି । ଫିଲ୍ମ ୯ ଦିନ ମଧ୍ୟରେ ବିଶ୍ବରେ ୬୫୦କୋଟି ଉର୍ଦ୍ଧ୍ବ ଟଙ୍କା ଆୟ କରି ସଫଳତା ହାସଲ କରିଛି । ସେପଟେ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ୯ମ ଦିନରେ ଆୟରେ ବୃଦ୍ଧି ଘଟିଛି । ଏହି ଫିଲ୍ମ ୫୦ କୋଟି ପାଖାପାଖି କଲେକ୍ସନ କରିଛି । ଅଧିକ ପଢନ୍ତୁ

୬୬୦ କୋଟି ପାର୍ କଲା 'ଆନିମଲ', ଖୁବଶୀଘ୍ର ୫୦କୋଟି କ୍ଲବରେ ସାମିଲ ହେବ 'ସାମ ବାହାଦୂର'
୬୬୦ କୋଟି ପାର୍ କଲା 'ଆନିମଲ', ଖୁବଶୀଘ୍ର ୫୦କୋଟି କ୍ଲବରେ ସାମିଲ ହେବ 'ସାମ ବାହାଦୂର'

ହାଇଦ୍ରାବାଦ: ଦିନକୁ ଦିନ ବଢିବାରେ ଲାଗିଛି ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'ର ଜଲୱା । ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ଫିଲ୍ମ ରିଲିଜ ହେବାର ପ୍ରଥମ ଦିନରୁ ବକ୍ସ ଅଫିସରେ ଧମାକା କରୁଛି । ଏହି ଚଳଚ୍ଚିତ୍ରଟି ବହୁ ଦର୍ଶକଙ୍କୁ ଆକର୍ଷିତ କରୁଛି । ରଣବୀର କପୁର ଏବଂ ବବି ଦେଓଲଙ୍କ ଅଭିନୀତ ଏହି ଚଳଚ୍ଚିତ୍ରଟି ବିପୁଳ ରୋଜଗାର ସହ ସମଗ୍ର ବିଶ୍ବରେ ନୂଆ ରେକର୍ଡ ସୃଷ୍ଟି କରିଛି । ୯ମ ଦିନରେ ଏହି ଫିଲ୍ମ ବିଶ୍ବରେ ୬୬୦ କୋଟି ଆୟ କରିଥିବା ବେଳେ ଭାରତରେ ୪୦୦କୋଟି ପାଖାପାଖି ଆୟ କରିଛି । ସେପଟେ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ୯ମ ଦିନରେ ଆୟରେ ବୃଦ୍ଧି ଘଟିଥିବା ବେଳେ ଖୁବଶୀଘ୍ର ୫୦ କୋଟି କ୍ଲବରେ ସାମିଲ ହେବାକୁ ଯାଉଛି ।

ନିର୍ମାତା ଟି.ସିରିଜଙ୍କ ଦ୍ବାରା ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ପୋଷ୍ଟରେ ଫିଲ୍ମର ୯ମ ଦିନର ବିଶ୍ବ ବକ୍ସ ଅଫିସ କଲେକ୍ସନ ଦର୍ଶାଯାଇଛି । ଏଥିରେ ଫିଲ୍ମ ବିଶ୍ବରେ ୬୬୦.୮୯ କୋଟି ଆୟ କରିଥିବା ସୂଚନା ଦିଆଯାଇଛି । ତେବେ ଆଶା କରାଯାଉଛି ଯେ ଏହି ସପ୍ତାହରେ ଫିଲ୍ମ 'ଗଦର ୨'କୁ ପଛରେ ପକାଇପାରେ । ଅଗଷ୍ଟ ୧୧ରେ ମୁକ୍ତିଲାଭ କରିଥିବା ସନ୍ନି ଦେଓଲଙ୍କ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୬୯୧.୦୮ କୋଟି ଟଙ୍କା ଆୟ କରିଥିଲା ।

ଭାରତୀୟ ବକ୍ସ ଅଫିସ କଥା କହିବାକୁ ଗଲେ, ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, ଆନିମଲ ୯ମ ଦିନରେ ୩୪.୭୪ କୋଟି ଟଙ୍କା ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୩୯୫.୨୭ କୋଟିକୁ ବୃଦ୍ଧି ପାଇଛି । ଏହିପରି ଫିଲ୍ମ ଖୁବଶୀଘ୍ର ୪୦୦କୋଟି କ୍ଲବରେ ସାମିଲ ହେବାକୁ ଯାଉଛି । ଫିଲ୍ମର ରୋଜଗାର ବିଷୟରେ କହିବାକୁ ଗଲେ 'ଆନିମଲ' ୬୩.୮ କୋଟି ଟଙ୍କା ସହ ଓପନିଂ କରିଥିଲା । ଏହାପରେ ଫିଲ୍ମ ଦ୍ୱିତୀୟ ଦିନରେ ୬୬.୨୭ କୋଟି, ତୃତୀୟ ଦିନରେ ୭୧.୪୬ କୋଟି, ଚତୁର୍ଥ ଦିନରେ ୪୩.୯୬ କୋଟି ଏବଂ ପଞ୍ଚମ ଦିନରେ ୩୭.୪୭ କୋଟି ଟଙ୍କା ଆୟ କରିଛି । ଷଷ୍ଠ ଦିନରେ ୩୦ କୋଟି, ୭ମ ଦିନରେ ୨୪.୨୩ କୋଟି, ୮ମ ଦିନରେ ୨୨.୯୫ କୋଟି ଆୟ କରିଥିଲା ।

ଏହା ମଧ୍ୟ ପଢନ୍ତୁ: 'ଆନିମଲ'ର ଫ୍ୟାନ୍ ହେଲେ ଅଲ୍ଲୁ, ରଣବୀର-ବବିଙ୍କ କଲେ ପ୍ରଶଂସା

ସେପଟେ 'ଆନିମଲ'ର ସୁନାମି ମଧ୍ୟରେ 'ସାମ୍ ବାହାଦୂର'ର କ୍ରେଜ କମିଛି । ହେଲେ ଫିଲ୍ମରେ ବିକିଙ୍କ ଅଭିନୟ ସମସ୍ତଙ୍କ ମନ ଜିତିବାରେ ସଫଳ ହେଉଛି । ସାମ୍ ବାହାଦୂରର ବକ୍ସ ଅଫିସ୍ କଲେକ୍ସନ୍ ବିଷୟରେ କହିବାକୁ ଗଲେ ସାକ୍ନିଲ୍କର ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, 'ସାମ୍ ବାହାଦୂର' ରିଲିଜ୍ ନବମ ଦିନରେ ୬.୭୫ କୋଟି ଟଙ୍କା ଆୟ କରିଛି । ଫଳରେ ଫିଲ୍ମର ମୋଟ ଆୟ ୪୯.୦୫ କୋଟିରେ ପହଞ୍ଚିଛି । ଏହି ଫିଲ୍ମ ୬.୨୫ କୋଟି ଟଙ୍କା ଓପନିଂ କରିଥିବା ବେଳେ ୨ୟ ଦିନରେ ୯ କୋଟି, ୩ୟ ଦିନରେ ୧୦.୩ କୋଟି, ୪ର୍ଥ ଓ ୫ମ ଦିନରେ ୩.୫ କୋଟି, ୬ଷ୍ଠ ଦିନରେ ୩.୨୫ କୋଟି ଏବଂ ୭ମ ଓ ୮ମ ଦିନରେ ଯଥାକ୍ରମେ ୩ କୋଟି, ୩.୫ କୋଟି ଆୟ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.