ETV Bharat / entertainment

୪୦୦ କୋଟି ପାର୍ କଲା 'ଆନିମଲ', ୫ମ ଦିନରେ ବି ଜଲୱା ଦେଖାଇପାରିଲାନି 'ସାମ ବାହାଦୂର'

author img

By ETV Bharat Odisha Team

Published : Dec 6, 2023, 12:36 PM IST

Animal vs Sam Bahadur Bo Collection Day 5: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' ଏବଂ ବିକି କୌଶଲଙ୍କ ଫିଲ୍ମ 'ସାମ ବାହାଦୂର' ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳିଛି । ବର୍ତ୍ତମାନ ଉଭୟ ଫିଲ୍ମ ରିଲିଜର ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ୫ମ ଦିନରେ କେତେ କଲେକ୍ସନ କରିଛି । ଜାଣନ୍ତୁ

୪୦୦କୋଟି ପାର୍ କଲା 'ଆନିମଲ', ୫ମ ଦିନରେ ବି ଜଲୱା ଦେଖାଇପାରିଲାନି 'ସାମ ବାହାଦୂର'

ହାଇଦ୍ରାବାଦ: ଭଲ ପ୍ରଦର୍ଶନ କରୁଛି ରଣବୀର କପୁରଙ୍କ ଫିଲ୍ମ 'ଆନିମଲ' । ରିଲିଜ ହେବାର ପ୍ରଥମ ଦିନରୁ ଫିଲ୍ମ ଜବରଦସ୍ତ ପ୍ରଦର୍ଶନ ସହ ବମ୍ପର କଲେକ୍ସନ କରୁଛି । ବିଶ୍ବ ବକ୍ସ ଅଫିସ୍‌ରେ ଫିଲ୍ମ ୧୦୦କୋଟିରୁ ଅଧିକ ଏବଂ ଭାରତୀୟ ବକ୍ସ ଅଫିସରେ ୬୩.୮ କୋଟି ଆୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । ସେହିପରି ଆନିମଲ ରିଲିଜ ଦିନ ବିକି କୌଶଲଙ୍କ ଫିଲ୍ମ ସାମ ବାହାଦୂର ବି ପ୍ରେକ୍ଷାଳୟରେ ରିଲିଜ ହୋଇଛି । ସାମ ବାହାଦୂର ଆନିମଲ ତୁଳନାରେ ଏତେଟା ଭଲ ପ୍ରଦର୍ଶନ କରିନାହିଁ । ତେବେ ଉଭୟ ଫିଲ୍ମ ରିଲିଜର ୬ଷ୍ଠ ଦିନରେ ପହଞ୍ଚିଥିବା ବେଳେ ୫ମ ଦିନରେ 'ଆନିମଲ' ବିଶ୍ବରେ ୪୦୦କୋଟି ପାର କରିଥିବା ବେଳେ 'ସାମ ବାହାଦୂର' ଭାରତରେ ମାତ୍ର ୩ କୋଟିରୁ ଅଧିକ ଆୟ କରିଛି ।

'ଆନିମଲ' ବକ୍ସ ଅଫିସ କଲେକ୍ସନ

ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, 'ଆନିମଲ' ରିଲିଜ୍ ହେବାର ପଞ୍ଚମ ଦିନରେ ଅର୍ଥାତ୍ ମଙ୍ଗଳବାର ଦିନ ୩୮.୨୫ କୋଟି ଟଙ୍କା ଆୟ କରିଛି । ଏହା ସହିତ ପାଞ୍ଚ ଦିନରେ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ ୨୮୩.୭୪ କୋଟିରେ ପହଞ୍ଚିଛି । ଏଥିସହ ଏହି ଚଳଚ୍ଚିତ୍ର ସାରା ବିଶ୍ୱରେ ୪୨୫ କୋଟିରୁ ଅଧିକ ଆୟ କରିଛି । ତେବେ ରିଲିଜ୍ ହେବାର ପଞ୍ଚମ ଦିନରେ ୨୮୦କୋଟିରୁ ଅଧିକ ଟଙ୍କା କଲେକ୍ସନ କରି 'ଆନିମଲ' ଇତିହାସ ସୃଷ୍ଟି କରିଛି । ଏହି ଫିଲ୍ମ ଖୁବଶୀଘ୍ର ଘରୋଇ ବକ୍ସ ଅଫିସ୍‌ରେ ୩୦୦କୋଟି ଟଙ୍କାରରେ ପହଞ୍ଚିବ । ଏହି ଫିଲ୍ମ 100 କୋଟି ବଜେଟ୍‌ରେ ନିର୍ମିତ ହୋଇଛି ।

  • ପ୍ରଥମ ଦିନ (ଶୁକ୍ରବାର)- ୬୩.୮ କୋଟି
  • ୨ୟ ଦିନ (ଶନିବାର)- ୬୬.୨୭ କୋଟି
  • ୩ୟ ଦିନ (ରବିବାର)- ୭୧.୪୬ କୋଟି
  • ୪ର୍ଥ ଦିନ (ସୋମବାର)-୪୩.୯୬ କୋଟି
  • ୫ମ ଦିନ (ମଙ୍ଗଳବାର)- ୩୮.୨୫ କୋଟି

ମୋଟ କଲେକ୍ସନ ୨୮୩.୭୪ କୋଟି

'ସାମ ବାହାଦୂର' ବକ୍ସ ଅଫିସ କଲେକ୍ସନ

'ସାମ ବାହାଦୂର' ହେଉଛି ଦେଶର ପ୍ରଥମ ଫିଲ୍ଡ ମାର୍ଶଲ ସାମ ମାନେକଶାହଙ୍କର ବାୟୋପିକ ଅଟେ । ଏହି ଚଳଚ୍ଚିତ୍ରରେ ବିକି କୌଶଲ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମ ଦର୍ଶକଙ୍କ ଠାରୁ ଅନେକ ସକାରାତ୍ମକ ପ୍ରତିକ୍ରିୟା ଗ୍ରହଣ କରିଛି । ହେଲେ କିନ୍ତୁ ଫିଲ୍ମ ରଣବୀର କପୁରଙ୍କ ଆନିମଲ ସହ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବେଳେ ଆଶା ଅନୁଯାୟୀ ରୋଜଗାର କରୁନାହିଁ । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, 'ସାମ୍ ବାହାଦୂର' ରିଲିଜ୍ ହେବାର ପଞ୍ଚମ ଦିନରେ ୩.୫୦ କୋଟି ଟଙ୍କା କଲେକ୍ସନ କରିଛି । ଏହାସହିତ 'ସାମ ବାହାଦୂର'ର ପାଞ୍ଚ ଦିନର ଆୟ ବର୍ତ୍ତମାନ ୩୨.୫୫ କୋଟିରେ ପହଞ୍ଚିଛି । ଏହି ଫିଲ୍ମ 55 କୋଟି ବଜେଟ୍‌ରେ ନିର୍ମିତ ହୋଇଛି ।

  • ପ୍ରଥମ ଦିନ (ଶୁକ୍ରବାର)- ୬.୨୫ କୋଟି
  • ୨ୟ ଦିନ (ଶନିବାର)- ୯ କୋଟି
  • ୩ୟ ଦିନ (ରବିବାର)- ୧୦.୩ କୋଟି
  • ୪ର୍ଥ ଦିନ (ସୋମବାର)-୩.୫୦ କୋଟି
  • ୫ମ ଦିନ (ମଙ୍ଗଳବାର)- ୩.୫୦ କୋଟି

ମୋଟ କଲେକ୍ସନ ୩୨.୫୫ କୋଟି

ଏହା ମଧ୍ୟ ପଢନ୍ତୁ: ଖୁବଶୀଘ୍ର ୨୫୦କୋଟି କ୍ଲବରେ ସାମିଲ ହେବ 'ଆନିମଲ', ୪ର୍ଥ ଦିନରେ 'ସାମ ବାହାଦୂର' କଲା ଏତିକି ଆୟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.