ETV Bharat / entertainment

ଆଲିଆଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନାକଲେ ରଣବୀର, ଟ୍ରୋଲ କଲେ ଫ୍ୟାନ୍ସ

author img

By

Published : Aug 16, 2023, 5:17 PM IST

ଆଲିଆ ଭଟ୍ଟ ନିକଟରେ ତାଙ୍କ ସ୍କ୍ରିନ କେୟାର ରୁଟିନ ସେୟାର କରିଥିଲେ। ଏହି ସମୟରେ ସେ ରଣବୀରଙ୍କୁ ତାଙ୍କ ଲିପଷ୍ଟିକ ଲଗାଇବା ପସନ୍ଦ ନାହିଁ ବୋଲି କହିଥିଲେ। ଆଲିଆଙ୍କ ଏହି ବୟାନ ପରେ ଏବେ ରଣବୀର ଟ୍ରୋଲର ଶିକାର କରିଛନ୍ତି। ଅଧିକ ପଢନ୍ତୁ,

ଆଲିଆଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନା କରି ଟ୍ରୋଲ ହେଲେ ରଣବୀର, ଫ୍ୟାନ୍ସ କହିଲେ ଏମିତି

ହାଇଦ୍ରାବାଦ: ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ରଣବୀର କପୁରଙ୍କ ବିଷୟରେ କଥାବାର୍ତ୍ତା କରୁଥିବା ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହୋଇଛି। ସୋସିଆଲ ମିଡିଆରେ ବର୍ତ୍ତମାନ ଭାଇରାଲ ଏହି ଭିଡିଓରେ ରଣବୀର ତାଙ୍କ ପତ୍ନୀ ଆଲିଆଙ୍କ ପ୍ରତି ଯେଉଁଭଳି ବ୍ୟବହାର କରୁଛନ୍ତି ସେଥିପାଇଁ ତାଙ୍କୁ ସମାଲୋଚନା କରାଯାଇଛି। ଭିଡିଓରେ ଆଲିଆ କହିଛନ୍ତି ଯେ ରଣବୀର ତାଙ୍କୁ ଲିପଷ୍ଟିକ୍ ଲଗାଇବାକୁ ମନା କରନ୍ତି।

ନିକଟରେ ଆଲିଆ ଭଟ୍ଟ ଏକ ସାକ୍ଷାତକାରରେ ତାଙ୍କ ଚର୍ମ ଯତ୍ନ ରୁଟିନ ସେୟାର କରିଥିଲେ। ଏହି ଭିଡିଓ ସମୟରେ ଆଲିଆ କହିଛନ୍ତି ଯେ ରଣବୀର ତାଙ୍କ ଲିପଷ୍ଟିକ୍ ଲଗାଇବାକୁ ପସନ୍ଦ କରନ୍ତି ନାହିଁ। ଯେଉଁଥିପାଇଁ ସେ ଏହାକୁ ହଟାଇବାକୁ କୁହନ୍ତି। ରଣବୀର ତାଙ୍କର ପ୍ରାକୃତିକ ଓଠକୁ ପସନ୍ଦ କରନ୍ତି। ସେ ଯେତେବେଳେ ପ୍ରେମିକ ଥିଲେ ସେତେବେଳେ ବି ସେ ଲିପଷ୍ଟିକ୍ ହଟାଇବାକୁ କହୁଥିଲେ। ତେବେ ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବଂ ଏହାକୁ ନେଇ ରଣବୀରଙ୍କୁ ୟୁଜର୍ସ ଟ୍ରୋଲ କରିବାସହ ସମାଲୋଚନା କରିଛନ୍ତି।

ଜଣେ ୟୁଜର୍ସ ଲେଖିଛନ୍ତି, ସେ କାହିଁକି ସବୁବେଳେ ନିୟନ୍ତ୍ରଣ କରନ୍ତି। ଭାଇ, ତାଙ୍କୁ ନିଜ ପସନ୍ଦର ଲିପଷ୍ଟିକ୍ ଲଗାଇବାକୁ ଦିଅ। ସେହି ସମୟରେ, ଆଉ ଜଣେ ଲେଖିଛନ୍ତି, ମୋ ସ୍ୱାମୀ, ମୋ ସ୍ୱାମୀ ସର୍ବଦା ସମାନ କଥା। ଅନ୍ୟ ଜଣେ ଲେଖିଛନ୍ତି - କଣ୍ଟ୍ରୋଲିଂ ସ୍ୱାମୀ ରଣବୀର। ଅନ୍ୟ ଜଣେ ଲେଖିଛନ୍ତି, ଆଲିଆ, ଯଦି ତୁମେ ଅସୁବିଧାରେ ପଡ଼ୁଛ, ତେବେ ଜଣାଅ। ଅନ୍ୟ ଜଣେ ଲେଖିଛନ୍ତି, ମୋତେ ବିଶ୍ବାସ ହେଉନି କି ଆଜିର ଶ୍ରେଷ୍ଠ ଅଭିନେତ୍ରୀ ତାଙ୍କର ଦାମୀ ଲିପଷ୍ଟିକ୍ ଏଥିପାଇଁ ହଟାଉଛନ୍ତି କାରଣ ସେମାନଙ୍କ ସ୍ୱାମୀ କିମ୍ବା ପ୍ରେମିକମାନେ ଏହାକୁ ପୋଛି ଦେବାକୁ କୁହନ୍ତି।

ଏହା ମଧ୍ୟ ପଢନ୍ତୁ: ବିବାହ ବାର୍ଷିକୀରେ ରୋମାଣ୍ଟିକ ହେଲେ ରଣବୀର-ଆଲିଆ

ଆଲିଆ ଏବଂ ରଣବୀରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ଆଲିଆ ଭଟ୍ଟଙ୍କୁ ରକି ଓର ରାନୀ କି ପ୍ରେମ କାହାନୀ ଫିଲ୍ମରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ କଲେକ୍ସନ୍ କରୁଛି। ଆଲିଆ ମଧ୍ୟ ହଲିଉଡରେ ଡେବ୍ୟୁ କରିଛନ୍ତି। ହାର୍ଟ ଅଫ ଷ୍ଟୋନ ଜରିଆରେ ହଲିଉଡରେ ଡେବ୍ୟୁ କରିଛନ୍ତି। ଏହି ଫିଲ୍ମ ନେଟଫ୍ଲିକ୍ସରେ ଅଗଷ୍ଟ 11ରେ ଷ୍ଟ୍ରିମିଂ ହୋଇଛି। ଅନ୍ୟପକ୍ଷରେ ରଣବୀରଙ୍କ ବିଷୟରେ କହିବାକୁ ଗଲେ, ତାଙ୍କୁ ଖୁବ୍ ଶୀଘ୍ର ରଶ୍ମିକା ମନ୍ଦନାଙ୍କ ସହ ଆନିମୋଲରେ ଦେଖିବାକୁ ମିଳିବ। ଅର୍ଜୁନ ରେଡ୍ଡୀ ଏବଂ କବୀର ସିଂଙ୍କ ଭଳି ବ୍ଲକବଷ୍ଟର ଚଳଚ୍ଚିତ୍ର ନିର୍ମାଣ କରିଥିବା ନିର୍ଦ୍ଦେଶକ ସନ୍ଦୀପ ଭଙ୍ଗା ରେଡ୍ଡୀ ଆନିମଲର ନିର୍ଦ୍ଦେଶନା ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.