ହାଇଦ୍ରାବାଦ: ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ଦୀପିକା ପାଦୁକୋନ ଏବଂ ଅଭିନେତା ରଣବୀର କପୁରଙ୍କ ପ୍ରଶଂସକଙ୍କ ପାଇଁ ଖୁସି ଖବର । ପୁଣି ବଡ ପରଦାରେ ଏକାଠି ଦେଖିବାକୁ ମିଳିବ ଦୀପିକା ପାଦୁକୋନ ଏବଂ ରଣବୀର କପୁରଙ୍କ ରୋମାନ୍ସ । ୟେ ଜୱାନୀ ହେ ଦେୱାନୀଙ୍କ ନିର୍ମାତା ଏହାର ସିକ୍ୱେଲ ପାଇଁ ପ୍ରସ୍ତୁତ ହେଉଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଫିଲ୍ମର ସିକ୍ବେଲ ବିଷୟରେ କହିଛନ୍ତି । ତେବେ ଏହି ଖବର ଶୁଣି ଫ୍ୟାନ୍ସ ବେଶ ଉତ୍ସାହିତ ଥିବା ଜଣାପଡିଛି ।
ସାକ୍ଷାତକାରରେ ରଣବୀର କପୁର କହିଛନ୍ତି ଯେ 'ୟେ ଜୱାନୀ ହେ ଦିୱାନୀ'ର ସିକ୍ୱେଲ ପାଇଁ ଲେଖକ ତଥା ନିର୍ଦ୍ଦେଶକ ଆୟାନ ମୁଖାର୍ଜୀଙ୍କ ଭଲ କାହାଣୀ ଥିଲା, କିନ୍ତୁ ସେ' ବ୍ରହ୍ମାସ୍ତ୍ର: ପ୍ରଥମ ଭାଗ ଶିବା'ରେ ବ୍ୟସ୍ତ ଥିଲେ ଏବଂ ସେଥିପାଇଁ ସିକ୍ୱେଲର କାହାଣୀ ବିଳମ୍ବ ହୋଇଥିଲା। କାମ କରିପାରିଲେ ନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ 'ୟେ ଜୱାନୀ ହେ ଦିୱାନୀ'ର ସିକ୍ବେଲରେ 10 ବର୍ଷ ପରର କାହାଣୀ ଦେଖାଇବ, ଯେଉଁଠାରେ ବନି, ନେନା, ଅବି ଏବଂ ଆଦିତି ନିଜ ଜୀବନରେ ବ୍ୟସ୍ତ ଅଛନ୍ତି । ମୁଁ ଭାବୁଛି ସେହି ଚରିତ୍ରମାନଙ୍କ ବିଷୟରେ ଅଧିକ ଜାଣିବା ମଜା ଲାଗିବ।
ଫିଲ୍ମ 'ୟେ ଜୱାନୀ ହେ ଦିୱାନୀ' 2013ରେ ରିଲିଜ ହୋଇଥିଲା । ଏବଂ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ଆୟାନ ମୁଖାର୍ଜୀ । ରଣବୀର ଏବଂ ଦୀପିକାଙ୍କ ବ୍ୟତୀତ ଏହି ଫିଲ୍ମରେ କଲ୍କି କୋଚଲିନ୍ ଏବଂ ଆଦିତ୍ୟ ରୟ କପୁର ମଧ୍ୟ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ 4ଜଣଙ୍କ ବନ୍ଧୁତା ଏବଂ ବନି-ନେନାଙ୍କ ଲଭଷ୍ଟୋରୀ ଦର୍ଶାଯାଇଥିଲା । ଫିଲ୍ମଟି ବେଶ ଲୋକପ୍ରିୟତା ହାସଲ କରିଥିଲା । ବର୍ତ୍ତମାନ 10 ବର୍ଷ ପରେ ଆୟାନ୍ ମୁଖାର୍ଜୀ ଏହି ଫିଲ୍ମର ଏକ ସିକ୍ୱେଲ୍ ଆଣିବାକୁ ଯାଉଛନ୍ତି ବୋଲି ଜଣାପଡିଛି ।
ରଣବୀର କପୁରଙ୍କ ୱାର୍କପ୍ରଣ୍ଟ କଥା କହିବାକୁ ଗଲେ 'ତୁ ଝୁଟି ମେଁ ମକାର' ଚଳିତ ବର୍ଷ ମାର୍ଚ୍ଚରେ ରିଲିଜ କରିଥିଲା । ଯାହା ବକ୍ସ ଅଫିସରେ ବହୁତ ଭଲ ପ୍ରତିକ୍ରିୟା ପାଇଥିଲା । ଏହା ବ୍ୟତୀତ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଏନିମୋଲ'ରେ ରଣବୀର ନଜର ଆସିବେ । ଏଥିରେ ସାଉଥ ଲୋକପ୍ରିୟ ଅଭିନେତ୍ରୀ ରଶ୍ମିକା ମନ୍ଦନା, ଅନିଲ କପୁର ଏବଂ ବବି ଦେଓଲ ମଧ୍ୟ ନଜର ଆସିବେ । ଏହି ଫିଲ୍ମ ଚଳିତବର୍ଷ ଅଗଷ୍ଟ 11ରେ ସିନେମାହଲରେ ରିଲିଜ କରିବ । ସେହିପରି 'ବ୍ରହ୍ମାସ୍ତ୍ର'ର ସିକ୍ୱେଲରେ ମଧ୍ୟ ନଜର ଆସିବେ ରଣବୀର । ବ୍ରହ୍ମାସ୍ତ୍ରର ଦ୍ବିତୀୟ ଭାଗ 2026 ଏବଂ ବ୍ରହ୍ମାସ୍ତ୍ରର ତୃତୀୟ ଭାଗ 2027ରେ ରିଲିଜ କରିବ ।