ETV Bharat / entertainment

ସୌରଭ ଗାଙ୍ଗୁଲି ନୁହେଁ କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ରଣବୀର

author img

By

Published : Feb 27, 2023, 12:15 PM IST

ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ଗୁଜବ ନେଇ ରଣବୀରଙ୍କ ଖୁଲାସା । କହିଲେ, ଏଭଳି କୌଣସି ଫିଲ୍ମର ମୋତେ ଅଫର ମିଳିନାହିଁ । ଜାଣନ୍ତୁ ଏପରି କାହିଁକି କହିଲେ ରଣବୀର ।

କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବେ ରଣବୀର କପୁର

ମୁମ୍ବାଇ: ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନେଇ ଅଭିନେତା ରଣବୀର କପୁରଙ୍କ ବଡ଼ ଖୁଲାସା । ତାଙ୍କୁ ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନେଇ କୌଣସି ଫିଲ୍ମର ଅଫର ମିଳିନାହିଁ । ବରଂ ସେ ହିନ୍ଦୀ ସିନେମାର ଦିବଙ୍ଗତ ଗାୟକ କିଶୋର କୁମାରଙ୍କ ବାୟୋପିକରେ ନଜର ଆସିବାକୁ ଯାଉଛନ୍ତି । ସେ ପ୍ରାୟ 11ବର୍ଷ ହେଲାଣି ଏହି ଫିଲ୍ମ ପାଇଁ କାମ କରୁଛନ୍ତି ବୋଲି ଖୁଲାସା କରିଛନ୍ତି ଅଭିନେତା ।

ସୂଚନା ଅନୁସାରେ, ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବାୟୋପିକରେ ବଲିଉଡ ଅଭିନେତା ରଣବୀର କପୁର ନଜର ଆସିବା ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାରି ମଧ୍ୟରେ ରଣବୀର ଏକ ବଡ଼ ଖୁଲାସା କରିଛନ୍ତି । ସେ କହିଛନ୍ତି, ସୌରଭ ଗାଙ୍ଗୁଲିଙ୍କ ବାୟୋପିକ ନେଇ ମୋତେ କିଛି ଜଣାନାହିଁ, ଏବଂ ମୋତେ ଏଭଳି କିଛି ଫିଲ୍ମର ପ୍ରମୋସନ ମଧ୍ୟ ମିଳିନାହିଁ । ସେ ଆହୁରି ମଧ୍ୟ କହିଛନ୍ତି ଯେ, ମୋର ର୍ଦୁଭାଗ୍ୟ ଯେ ଦାଦାଙ୍କ ଫିଲ୍ମରେ କାମ କରିବାକୁ ମୋତେ ଅଫର ମିଳିନାହିଁ ।

ରଣବୀର କପୁରଙ୍କ ଆଗାମୀ ପିଲ୍ମ 'ତୁ ଝୁଟି ମେ ମକ୍କାର' ଫିଲ୍ମ ପ୍ରମୋସନରେ କୋଲକାତା ସ୍ଥିତ ପ୍ରସିଦ୍ଧ କ୍ରିକେଟ ଇଣ୍ଡିଆନ ଗାର୍ଡେନ ଯାଇଥିବା ବେଳେ ସେଠାରେ ସେ ଏହି ଖୁଲାସା କରିଛନ୍ତି । ଏଥିସହ ସେ ପୂର୍ବତନ ଭାରତୀୟ କ୍ରିକେଟ ଟିମର ଅଧିନାୟକ ସୌରଭ ଗାଙ୍ଗୁଲିଙ୍କ ସହ ଭେଟ ହୋଇଥିବା ନଜର ଆସିଛନ୍ତି । ତେବେ ରଣବୀର ବର୍ତ୍ତମାନ ହିନ୍ଦୀ ସିନେମାର ଦିବଙ୍ଗତ ପାର୍ଶ୍ବ ଗାୟକ କିଶୋର କୁମାରଙ୍କ ବାୟୋପିକରେ କାମ କରୁଥିବା କହିଛନ୍ତି । ସେ ପ୍ରାୟ 11ବର୍ଷ ହେଲାଣି ଏହି ଫିଲ୍ମ ପାଇଁ କାମ କରୁଛନ୍ତି । ଅନୁରାଗ ବଶୁଙ୍କ ସହ ମିଶି କାମ ଏହି ପ୍ରୋଜେକ୍ଟରେ କାମ କରୁଛନ୍ତି ରଣବୀର ।

ସୂଚନା ଥାଉ କି, ଅଭିନେତା ରଣବୀର କପୁରଙ୍କ ଆଗାମୀ ଫିଲ୍ମ 'ତୁ ଝୁଟି ମେ ମକ୍କାର'ର ପ୍ରମୋସନରେ ବ୍ୟସ୍ତ ରହିଛନ୍ତି । ଏନେଇ ସେ ଦେଶର ବିଭିନ୍ନ ରାଜ୍ୟକୁ ଯାଇ ଫିଲ୍ମର ପ୍ରମୋସନରେ ଲାଗିପଡିଛନ୍ତି । ତେବେ 'ତୁ ଝୁଟି ମେ ମକ୍କାର' ଫିଲ୍ମ ମାର୍ଚ୍ଚ 8 ତାରିଖ ହୋଲିରେ ରିଲିଜ ହେବାକୁ ଥିବା ବେଳେ ବହୁ ଲୋକପ୍ରିୟତା ହାସଲ କରିବ ବୋଲି ଆଶା କରାଯାଉଛି । ପୂର୍ବରୁ ରଣବୀରଙ୍କ ଫିଲ୍ମ 'ବହ୍ମାସ୍ତ୍ର' ବକ୍ସ ଅଫିସରେ ବେଶ ଲୋକପ୍ରିୟତା ସାଉଁଟିପାରିଥିଲା ।

ସେହିପରି 'ତୁ ଝୁଟି ମେ ମକ୍କାର' ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ଲୁଭ ରଞ୍ଜନ । ଏହି ଫିଲ୍ମରେ ଅନୁଭବ ସିଂ ବସ୍ସି, ଡିମ୍ପଲ କପାଡିଆ, ହସଲିନ କୋର, ରାଜେଶଙ୍କ ଭଳି ଆୟଶା ରାଜା ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ କିଛି ଦିନ ପୂର୍ବେ ମେକର୍ସ ଫିଲ୍ମର ନୂଆ ଗୀତ 'ଶୋ ମେ ଦି ଠୁମକା' ରିଲିଜ କରିଥିଲେ । ଏହି ଗୀତ ଦର୍ଶକଙ୍କୁ ପସନ୍ଦ ଆସିଥିବା ବେଳେ ଫିଲ୍ମ ମଧ୍ୟ ପସନ୍ଦ ଆସିବ ବୋଲି ଆଶା ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.