ETV Bharat / entertainment

ଦୁଇ ଶହ କୋଟି କ୍ଲବରେ ଆନିମଲ, ଭାଙ୍ଗିଲା ପଠାନ ଓ ଟାଇଗର 3ର ରେକର୍ଡ

author img

By ETV Bharat Odisha Team

Published : Dec 4, 2023, 10:30 AM IST

Animal Box Office Collection: ରିଲିଜ ହୋଇଥିବା ରଣବୀର କପୁରଙ୍କ ଫିଲ୍ମ 'ଆନିମଲ'କୁ ନେଇ ଦର୍ଶକଙ୍କ ମଧ୍ୟରେ ଭିନ୍ନ କ୍ରେଜ ଦେଖିବାକୁ ମିଳିଛି । ଏହି ଫିଲ୍ମ କେବଳ ଭାରତରେ ନୁହେଁ ବିଶ୍ବରେ ଭଲ ପ୍ରଦର୍ଶନ କରୁଛି । ୩ ଦିନ ମଧ୍ୟରେ ଭାରତରେ ଏବଂ ବିଶ୍ବରେ କେତେ କଲେକ୍ସନ କଲାଣି ? ଜାଣନ୍ତୁ

୨୦୦କୋଟି କ୍ଲବରେ ସାମିଲ ହେଲା 'ଆନିମଲ', ପଠାନ ଓ ଟାଇଗର ୩ ର ଭାଙ୍ଗିଲା ରେକର୍ଡ

ହାଇଦ୍ରାବାଦ: ବମ୍ପର କଲେକ୍ସନ ସହ ଭଲ ପ୍ରଦର୍ଶନ କରୁଛି ରଣବୀର କପୁରଙ୍କ ଫିଲ୍ମ ଆନିମଲ । କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ଧମାକା କରୁଛି ଆନିମଲ । ଫିଲ୍ମ ରିଲିଜର ୩ ଦିନ ମଧ୍ୟରେ ଦମଦାର ପ୍ରଦର୍ଶନ କରି ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଏହି ଫିଲ୍ମ ଭାରତୀୟ ବକ୍ସ ଅଫିସରେ ୩ଦିନ ମଧ୍ୟରେ ୨୦୦କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ବିଶ୍ବ ବକ୍ସ ଅଫିସରେ ୩୪୦ କୋଟିରୁ ଅଧିକ ଆୟ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

'ଆନିମଲ' ଭାରତୀୟ ବକ୍ସ ଅଫିସ କଲେକ୍ସନ

ରଣବୀର କପୁରଙ୍କ 'ଆନିମଲ'ର ରୋଜଗାର ବିଷୟରେ କହିବାକୁ ଗଲେ 'ଆନିମଲ' ରିଲିଜ୍ ହେବାର ପ୍ରଥମ ଦିନରେ ଅର୍ଥାତ୍ ଶୁକ୍ରବାର ଦିନ 63.8 କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନରେ ଅର୍ଥାତ୍ ଶନିବାର ଦିନ ଏହି ଚଳଚ୍ଚିତ୍ରଟି 3.87 ପ୍ରତିଶତ ସହ 66.27 କୋଟି ଟଙ୍କା ଆୟ କରିଛି । ବର୍ତ୍ତମାନ ରିଲିଜ୍ ହେବାର ତୃତୀୟ ଦିନରେ ଅର୍ଥାତ୍ ରବିବାର ଫିଲ୍ମର ରୋଜଗାରର ପ୍ରାରମ୍ଭିକ ଆକଳନ ସାମ୍ନାକୁ ଆସିଛି । ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ, ଫିଲ୍ମ ରିଲିଜର ତୃତୀୟ ଦିନରେ ଅର୍ଥାତ୍ ରବିବାର ଦିନ 72.50 କୋଟି ଟଙ୍କା ଆୟ କରିଛି । ଫଳରେ ଫିଲ୍ମର ମୋଟ କଲେକ୍ସନ ବର୍ତ୍ତମାନ 202.57 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

'ଆନିମଲ' 'ପଠାନ୍' ଓ 'ଟାଇଗର ୩' ର ରେକର୍ଡ ଭାଙ୍ଗିଲା

ରିଲିଜ୍ ହେବାର ମାତ୍ର ତିନି ଦିନ ମଧ୍ୟରେ 'ଆନିମଲ' 200 କୋଟି ପାର୍ କରିଛି । ଏହା ସହିତ ଶାହାରୁଖ ଖାନଙ୍କ ଜବାନଙ୍କ ପରେ ୨୦୦କୋଟି ଟଙ୍କାର କ୍ଲବରେ ସାମିଲ ହୋଇଥିବା ଏହି ଚଳଚ୍ଚିତ୍ର ଦ୍ୱିତୀୟ ଫିଲ୍ମ ହୋଇପାରିଛି । ଏହାସହ ଆନିମଲ ଶାହାରୁଖ ଖାନଙ୍କ ପଠାନ ଏବଂ ସଲମାନ ଖାନଙ୍କ ଟାଇଗର ୩ର ରେକର୍ଡ ଭାଙ୍ଗିଛି । ସୂଚନା ଥାଉ କି, ପଠାନ ୪ଦିନରେ ୨୦୦ କୋଟି କ୍ଲବରେ ସାମିଲ ହୋଇଥିବା ବେଳେ ୬ଦିନରେ ଟାଇଗର ୩ ଏଣ୍ଟ୍ରି କରିଥିଲା ।

ଏହା ମଧ୍ୟ ପଢନ୍ତୁ: 'ଆନିମଲ' ସଫଳତା ଦେଖି ଭାବବିହ୍ବଳ ହେଲେ ବବି, କହିଲେ ଲାଗୁଛି ଯେମିତି ସ୍ବପ୍ନ ଦେଖୁଛି

'ଆନିମଲ' ବିଶ୍ବ ବକ୍ସ ଅଫିସ କଲେକ୍ସନ

ରିପୋର୍ଟ ଅନୁସାରେ, ଏହି ଫିଲ୍ମ ତିନି ଦିନ ମଧ୍ୟରେ ସାରା ବିଶ୍ୱରେ 340 କୋଟି ଟଙ୍କା କଲେକ୍ସନ କରି ରେକର୍ଡ ସୃଷ୍ଟି କରିଛି । ଶୁକ୍ରବାର ଏହି ଫିଲ୍ମ ଫିଲ୍ମ ୧୧୪ କୋଟି ଆୟ କରିଥିବା ବେଳେ ଶନିବାର ୧୧୦ କୋଟି ଏବଂ ରବିବାର ୧୧୬ କୋଟି ଆୟ କରି ସଫଳତା ହାସଲ କରିଛି । ଏହିପରି ଏହି ଚଳଚ୍ଚିତ୍ର ଅନେକ ହଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଛି । ଆନିମଲ 'ନେପୋଲିୟନ' ଏବଂ 'ହଙ୍ଗର ଗେମ୍ସ' ଭଳି ହଲିଉଡ ଫିଲ୍ମକୁ ମଧ୍ୟ ପଛରେ ପକାଇଛି । ସୂଚନା ଥାଉ କି, ନାପୋଲିଅନ୍ ସପ୍ତାହ ଶେଷରେ 36 ମିଲିୟନ୍ ଡଲାର୍ (300 କୋଟି ଟଙ୍କା) ରୋଜଗାର କରିଥିବାବେଳେ ହଙ୍ଗର ଗେମ୍ସ ତିନି ଦିନରେ 30 ମିଲିୟନ୍ ଡଲାର୍ (250 କୋଟି ଟଙ୍କା) ରୋଜଗାର କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.