ETV Bharat / entertainment

Alia Bhatt Ranbir Kapoor Wedding: ବିବାହ ପ୍ରସ୍ତୁତି ଆରମ୍ଭ, ଧଳା ଚାଦରରେ ଘୋଡାଇଲେ ବିଲ୍ଡିଂ

author img

By

Published : Apr 12, 2022, 10:17 AM IST

ଆଲିଆ ଭଟ୍ଟ ଏବଂ ରଣବୀର କପୁର ଶୀଘ୍ର ବିବାହ କରିବାକୁ ଯାଉଛନ୍ତି। କପୁର ଏବଂ ଭଟ୍ଟ ପରିବାର ଏହି ବିବାହକୁ ଗୁପ୍ତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଯେଉଁଥିପାଇଁ ସେମାନେ ଅନ୍ୟ ଏକ ଉପାୟ ଆପଣାଇଛନ୍ତି । ଅଧିକ ପଢନ୍ତୁ

ବିବାହ ପ୍ରସ୍ତୁତି ଆରମ୍ଭ, କିନ୍ତୁ ଦେଖିପାରିବେନି ଲଭ ବାର୍ଡଙ୍କୁ

ହାଇଦ୍ରାବାଦ: ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ (Ranbir-Alia wedding) କାଉଣ୍ଟଡାଉନ ଆରମ୍ଭ ହୋଇଯାଇଛି। ଉଭୟେ ସିଙ୍ଗଲରୁ ମ୍ୟାରେଡ କପଲ ଲିଷ୍ଟରେ ସାମିଲ ହେବାକୁ ଯାଉଛନ୍ତି । ଆଲିଆ ତାଙ୍କ ଡ୍ରିମ ବୟ ରଣବୀରଙ୍କ ଜୀବନସାଥୀ ହୋଇଯିବେ । ଉଭୟଙ୍କ ବିବାହକୁ ନେଇ ସବୁଆଡେ ଜବରଦସ୍ତ ଉତ୍ସାହ ରହିଛି । ତେବେ ରଣବୀର ଏବଂ ଆଲିଆଙ୍କ ପରିବାର ଏହି ବିବାହକୁ ବ୍ୟକ୍ତିଗତ ରଖିବା ପାଇଁ ଯଥାସମ୍ଭବ ଚେଷ୍ଟା କରୁଛନ୍ତି, ଯେଉଁ କାରଣରୁ ଉଭୟ ପରିବାର ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ ତାରିଖ ନିଶ୍ଚିତ କରିନାହାଁନ୍ତି। କିନ୍ତୁ ଦୁଇ ପରିବାର ମଧ୍ୟରେ ବିବାହ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।

ରଣବୀର ଏବଂ ଆଲିଆଙ୍କ ବିବାହ ଅଭିନେତାଙ୍କ ଘର 'ବାସ୍ତୁ'ରେ ହେବ ବୋଲି କୁହାଯାଉଛି। ଏହିପରି ଭାବେ ଘରକୁ ମଧ୍ୟ ଚାରିଆଡୁ କପଡାରେ ଢାଙ୍କି ଦିଆଯାଇଛି । ରଣବୀର ଏବଂ ଆଲିଆଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହେବ, ଯେଉଁଥିରେ କେବଳ ଘନିଷ୍ଠ ବ୍ୟକ୍ତି ସାମିଲ ହେବେ । ଏଭଳି ପରିସ୍ଥିତିରେ, ବିବାହ ପୂର୍ବରୁ ରଣବୀର କପୁରଙ୍କ 'ଘର ବାସ୍ତୁ' କୁ ସମ୍ପୂର୍ଣ୍ଣ ରୂପେ ଧଳା ପରଦାରେ ଢାଙ୍କି ଦିଆଯାଇଛି, ଯାହା ଫଳରେ ଘର ଭିତରେ ଚାଲିଥିବା ପ୍ରସ୍ତୁତି ବିଷୟରେ ସୂଚନା ବାହାରକୁ ଆସିପାରିବ ନାହିଁ ।

ସୋସିଆଲ ମିଡିଆରେ ଏକ ଭିଡିଓ ମଧ୍ୟ ସାମ୍ନାକୁ ଆସିଛି ଯେଉଁଥିରେ ଜଣେ ବ୍ୟକ୍ତି ରଣବୀରଙ୍କ ଘର ବାହାରେ ଧଳା ପରଦା ଲଗାଉଥିବାର ସ୍ପଷ୍ଟ ଦେଖାଯାଉଛି। ଏଥିରୁ ଏହା ସ୍ପଷ୍ଟ ହୋଇଛି ଯେ ବିବାହକୁ ବ୍ୟକ୍ତିଗତ ରଖିବା ପାଇଁ ଉଭୟେ ଚେଷ୍ଟା କରୁଛନ୍ତି।

ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ବିବାହ ପୂର୍ବରୁ ଘରକୁ ସୁନ୍ଦର ଭାବେ ସଜାଯାଉଛି। ସୋସିଆଲ ମିଡିଆରେ କୃଷ୍ଣ ରାଜଙ୍କ ବଙ୍ଗଳା ସଜାଇବାର ଏକ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଘର (alia bhatt ranbir kapoor wedding venue)କୁ ସୁନ୍ଦର ଭାବେ ସଜାଯାଇଛି। ବିବାହ ପରେ ଆଲିଆ ରଣବୀରଙ୍କ ସହ ଏହି ବଙ୍ଗଳାରେ ରହିବାକୁ ଯାଉଛନ୍ତି। ନୀତୁ କପୁର ମଧ୍ୟ ତାଙ୍କ ପିଲାମାନଙ୍କ ସହିତ ଏହି ଘରେ ରହିବେ । ଏହା ବ୍ୟତୀତ, ଆର.କେ ଷ୍ଟୁଡିଓକୁ ଆଲୋକରେ ଅତି ସୁନ୍ଦର ଭାବରେ ସଜାଯାଇଛି । ଅବଶ୍ୟ ଆର.କେ ଷ୍ଟୁଡିଓକୁ କପୁର ପରିବାର ବିକ୍ରି କରିଦେଇଥିଲେ ଏବଂ ବର୍ତ୍ତମାନ ଏହି ସମ୍ପତ୍ତି ସେମାନଙ୍କର ନୁହେଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.