ETV Bharat / entertainment

Ranbir-Alia wedding: ମେହେନ୍ଦୀ ସେରିମନିରେ ପହଞ୍ଚିଲେ କପୁର ଫ୍ୟାମିଲି, ଭିଡିଓ ଭାଇରାଲ୍‌

ରଣବୀର-ଆଲିଆ ବିବାହର ରୀତିନୀତି ଆରମ୍ଭ ହୋଇଛି । ଗଣେଶ ପୂଜନ ପରେ ବର୍ତ୍ତମାନ ମେହେନ୍ଦି ସେରିମନି ଆରମ୍ଭ ହୋଇଯାଇଛି । ଏଥିପାଇଁ କପୁର ପରିବାରର ଲୋକମାନେ ଧୀରେ ଧୀରେ 'ବାସ୍ତୁ'ରେ ପହଞ୍ଚୁଛନ୍ତି । ଅଧିକ ପଢନ୍ତୁ

author img

By

Published : Apr 13, 2022, 6:35 PM IST

ମେହେନ୍ଦୀ ସେରିମନିରେ ପହଞ୍ଚିଲେ କପୁର ପରିବାର
ମେହେନ୍ଦୀ ସେରିମନିରେ ପହଞ୍ଚିଲେ କପୁର ପରିବାର

ମୁମ୍ବାଇ: ରଣବୀର-ଆଲିଆ ବିବାହର ରୀତିନୀତି ଆରମ୍ଭ ହୋଇଛି । ଗଣେଶ ପୂଜନ ପରେ ବର୍ତ୍ତମାନ ମେହେନ୍ଦି ସେରିମନି ଆରମ୍ଭ ହୋଇଯାଇଛି । ଏଥିପାଇଁ କପୁର ପରିବାରର ଲୋକମାନେ ଧୀରେ ଧୀରେ 'ବାସ୍ତୁ'ରେ ପହଞ୍ଚୁଛନ୍ତି । ରଣବୀରଙ୍କ ମାତା ନୀତୁ କପୁରଙ୍କ ବ୍ୟତୀତ ଭଉଣୀ ରିଦ୍ଧିମା ସାହନି ଏବଂ ଭାଣିଜୀ ସମାରା, କରିସ୍ମା କପୁର ଏବଂ କରୀନା କପୁର ମଧ୍ୟ ମେହେନ୍ଦି ସମାରୋହରେ ସାମିଲ ହେବେ। ମେହେନ୍ଦି କାର୍ଯ୍ୟକ୍ରମ ପାଇଁ ନୀତୁ କପୁର ଏକ ମଲ୍ଟି ରଙ୍ଗର ଶାଢୀ ପିନ୍ଧିଥିବାବେଳେ ତାଙ୍କ ଝିଅ ରିଦ୍ଧିମାଙ୍କୁ ନୀଳ ରଙ୍ଗର ଲେହେଙ୍ଗାରେ ଦେଖିବାକୁ ମିଳିଥିଲା ।

ମେହେନ୍ଦି ସମାରୋହ ପାଇଁ କରିସ୍ମା କପୁର ଏକ ହଳଦିଆ ରଙ୍ଗର ପୋଷାକରେ ଦେଖାଯାଇଥିବାବେଳେ କରୀନା କପୁର ଏକ ଧଳା ଲେହେଙ୍ଗା ପିନ୍ଧିଛନ୍ତି । ରଣବୀର କପୁରଙ୍କ ପିଉସୀ ରିମା ଜୈନା ଏବଂ ତାଙ୍କ ପୁଅ ଅରମାନ ମଧ୍ୟ ମେହେନ୍ଦି ସମାରୋହରେ ପହଞ୍ଚିଛନ୍ତି।

ତେବେ ବିବାହ ପୂର୍ବରୁ ଆର.କେ ହାଉସ୍, ଆର.କେ ଷ୍ଟୁଡିଓ ଏବଂ ବାସ୍ତୁକୁ ରଙ୍ଗୀନ ଆଲୋକରେ ସଜାଯାଇଛି । ଏହା ବ୍ୟତୀତ ଜୁହୁ ସ୍ଥିତ ଆଲିଆ ଭଟ୍ଟଙ୍କ ଘର ରଙ୍ଗୀନ ଆଲୋକ ମାଳାରେ ଝଲସୁଛି । ଖବର ଅନୁଯାୟୀ, ବୀନା ନାଗଡା ଆଲିଆ ଭଟ୍ଟଙ୍କୁ ମେହେନ୍ଦୀ ଲଗାଇବେ ।

ଖବର ଅନୁସାରେ, ରଣବୀର ଏବଂ ଆଲିଆଙ୍କ ବିବାହ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ହେବ, ଯେଉଁଥିରେ କେବଳ ଘନିଷ୍ଠ ବ୍ୟକ୍ତି ସାମିଲ ହେବେ । ଏଭଳି ପରିସ୍ଥିତିରେ, ବିବାହ ପୂର୍ବରୁ ରଣବୀର କପୁରଙ୍କ 'ଘର ବାସ୍ତୁ' କୁ ସମ୍ପୂର୍ଣ୍ଣ ରୂପେ ଧଳା ପରଦାରେ ଢାଙ୍କି ଦିଆଯାଇଥିଲା, ଯାହା ଫଳରେ ଘର ଭିତରେ ଚାଲିଥିବା ପ୍ରସ୍ତୁତି ବିଷୟରେ ସୂଚନା ବାହାରକୁ ଆସିପାରିବ ନାହିଁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.