ETV Bharat / entertainment

'ଲାଇଟ-କ୍ୟାମେରା-ଆକ୍ସନ': ରାମୋଜୀ ଫିଲ୍ମ ସିଟିରେ ଚାଲିଛି ପୁଷ୍ପା ୨ ଏବଂ ସାଲାରର ସୁଟିଂ

author img

By ETV Bharat Odisha Team

Published : Nov 9, 2023, 5:26 PM IST

Updated : Nov 9, 2023, 6:13 PM IST

ପୁଷ୍ପା ୨ ଏବଂ ସାଲାରକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ, ରାମୋଜୀ ଫିଲ୍ମ ସିଟିରେ ଉଭୟ ଫିଲ୍ମର ସୁଟିଂ ଜାରି ରହିଛି । ଅନେକ ସପ୍ତାହ ଧରି ଚାଲିଥିବା ଏହି ସୁଟିଂରେ ଦମଦାର ଆକ୍ସନ ଏବଂ ଗୀତ ସୁଟିଂ କରାଯାଇଛି । ଅଧିକ ପଢନ୍ତୁ

'ଲାଇଟ-କ୍ୟାମେରା-ଆକ୍ସନ'.... ରାମୋଜୀ ଫିଲ୍ମ ସିଟିରେ ଚାଲିଛି ପୁଷ୍ପା ୨ ଏବଂ ସାଲାରର ସୁଟିଂ

ହାଇଦ୍ରାବାଦ: ଫିଲ୍ମ ଇଣ୍ଡଷ୍ଟ୍ରିର ବହୁ ପ୍ରତୀକ୍ଷିତ ତଥା ହାଇବଜେଟ୍ ସୁପରଷ୍ଟାର୍ ଅଲ୍ଲୁ ଅର୍ଜୁନ ଏବଂ ପ୍ରଭାସଙ୍କ ଚଳଚ୍ଚିତ୍ର ପୁଷ୍ପା-୨ ଏବଂ ସାଲାରକୁ ନେଇ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି । ଆଗାମୀ ଫିଲ୍ମର ଅପଡେଟ୍ ଉପରେ ନଜର ରଖିଛନ୍ତି । ଏହାରି ମଧ୍ୟରେ ଏବେ ଖବର ଆସିଛି ଯେ, ଉଭୟ ଫିଲ୍ମର ସୁଟିଂ ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅବସ୍ଥିତ ପ୍ରସିଦ୍ଧ ରାମୋଜୀ ଫିଲ୍ମ ସିଟିରେ କରାଯାଉଛି । ଗୋଟିଏ ପଟେ ଅଲ୍ଲୁ ଅର୍ଜୁନ ଏବଂ ରଶ୍ମିକା ମନ୍ଦନା ଷ୍ଟାରର ହିଟ୍ 'ପୁଷ୍ପା'ର ରିମେକ୍ ପୁଷ୍ପା ୨ ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଅନ୍ୟପକ୍ଷରେ ପ୍ରଭାସଙ୍କ ଅଭିନୀତ 'ସାଲାର'ର ନିର୍ମାତାମାନେ ମଧ୍ୟ ସୁଟିଂରେ ବ୍ୟସ୍ତ ଅଛନ୍ତି ।

ସୂତ୍ରରୁ ପ୍ରକାଶ ଯେ ଫିଲ୍ମ ପୁଷ୍ପା ୨ ନିର୍ମାତା ଫିଲ୍ମରେ ମେଳାର ପୃଷ୍ଠଭୂମି ଉପରେ ଆଧାରିତ ଏକ ଗୀତ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହା ଜାଣିବାକୁ ମିଳିଛି ଯେ ପ୍ରାୟ ଏକ ହଜାର ନୃତ୍ୟଶିଳ୍ପୀ ଏହି ବହୁ ପ୍ରତୀକ୍ଷିତ ଗୀତର ଏକ ଅଂଶ ଅଟନ୍ତି । ପ୍ରସିଦ୍ଧ କୋରିଓଗ୍ରାଫର ଗଣେଶ ଆଚାର୍ଯ୍ୟ 'ପୁଷ୍ପା ୨'ର ଗୀତକୁ କୋରିଓଗ୍ରାଫି କରୁଛନ୍ତି । ସୂତ୍ରରୁ ପ୍ରକାଶ ଯେ ଗୀତ ବ୍ୟତୀତ ଏକ ଆକ୍ସନ ସିନ ଏବଂ ଫିଲ୍ମର କିଛି ଲିଡ୍ ସିନ ମଧ୍ୟ ରାମୋଜି ଫିଲ୍ମ ସିଟି ଭିତରେ ଏକ ମାସର କାର୍ଯ୍ୟସୂଚୀରେ ସୁଟିଂ କରାଯିବ ।

ଫିଲ୍ମ 'ପୁଷ୍ପା-୨ ଦ ରୁଲ' ବିଷୟରେ କହିବାକୁ ଗଲେ, ସୁକୁମାରନ ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ଏବଂ ଏହା 2021 ର ଏହା ହେଉଛି 'ପୁଷ୍ପା'ର ସିକ୍ୱେଲ୍ ଅଟେ। ନବୀନ ଏର୍ନେନି ଏବଂ ୱାଇ. ରବି ଶଙ୍କର ମିଳିତ ଭାବେ ମୈଥ୍ରୀ ମୁଭି ମେକର୍ସଙ୍କ ବ୍ୟାନରରେ ଏହି ଫିଲ୍ମ ନିର୍ମାଣ କରୁଛନ୍ତି । ଏହି ଚଳଚ୍ଚିତ୍ରର ସଙ୍ଗୀତକୁ ଦେବଶ୍ରୀ ପ୍ରସାଦ ରଚନା କରିଛନ୍ତି । ଏହି ଫିଲ୍ମରେ ଅଲ୍ଲୁଙ୍କ ସହ ପୁଣି ରଶ୍ମିକା ମନ୍ଦାନା ଏବେ ଫାହାଦ ଫାସିଲଙ୍କୁ ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ଆଣ୍ଠୁ ସର୍ଜରୀ କରି ଭାରତ ଫେରିଲେ ପ୍ରଭାସ, ହାଇଦ୍ରାବାଦ ଏୟାରପୋର୍ଟରେ ଆସିଲେ ନଜର

ଏଥିସହ ହାଇଦ୍ରାବାଦର ରାମୋଜି ଫିଲ୍ମ ସିଟିରେ ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର'ର ସୁଟିଂ ମଧ୍ୟ ଚାଲିଛି । ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ପ୍ରଶାନ୍ତ ନୀଲ । ସୂଚନାନୁସାରେ, ନିର୍ମାତାମାନେ ଏକ ସ୍ବତନ୍ତ୍ର ଗୀତର ସୁଟିଂ କରୁଛନ୍ତି, ଯେଉଁଥିରେ ସିମରତ କୌର ମୁଖ୍ୟ ଭୂମିକାରେ ଅଛନ୍ତି । ରାଜୁ ସୁନ୍ଦରମ ଏହି ଗୀତର କୋରିଓଗ୍ରାଫି କରୁଛନ୍ତି । ହୋମ୍ବଲେ ଫିଲ୍ମସ ଦ୍ୱାରା ନିର୍ମିତ ଚଳଚ୍ଚିତ୍ରରେ ପ୍ରଭାସଙ୍କ ସହ ଶ୍ରୁତି ହାସନ ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଫିଲ୍ମ 22 ଡିସେମ୍ବରରେ ମୁକ୍ତିଲାଭ କରିବ ।

Last Updated : Nov 9, 2023, 6:13 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.