ETV Bharat / entertainment

Ramcharan Pre Birthday: ସୁଟିଂ ସେଟରେ ପ୍ରି-ବର୍ଥଡେ ସେଲିବ୍ରେସନ କଲେ ରାମଚରଣ - ସାଉଥ ସୁପରଷ୍ଟାର ରାମ ଚରଣ

ଆଗାମୀ ଫିଲ୍ମ RC15 ର କାଷ୍ଟ ଏବଂ କ୍ରୁଙ୍କ ସହ ପ୍ରି ବର୍ଥ ଡେ ପାଳନ କଲେ ସାଉଥ ସୁପରଷ୍ଟାର ରାମ ଚରଣ । ଅଧିକ ପଢନ୍ତୁ

ପୂର୍ବ-ଜନ୍ମଦିନ ପାଳନ କଲେ ସାଉଥ ସୁପରଷ୍ଟାର ରାମ ଚରଣ

author img

By

Published : Mar 26, 2023, 12:38 PM IST

ହାଇଦ୍ରାବାଦ: ଫିଲ୍ମ RRRର ଐତିହାସିକ ସଫଳତା ପାଇଁ ସାଉଥ ସୁପରଷ୍ଟାର ରାମ ଚରଣଙ୍କୁ ଛୁଟୁଛି ଶୁଭେଚ୍ଛାର ସୁଅ। ଭାରତକୁ ଫେରିବା ପରେ ତାଙ୍କୁ ଭବ୍ୟ ସ୍ବାଗତ କରିଥିଲେ ତାଙ୍କ ଫ୍ୟାନ୍ସ । ଏହାରି ମଧ୍ୟରେ ଜନ୍ମଦିନ ପାଳନ କରିଛନ୍ତି ରାମ ଚରଣ । ଗୋଟିଏ ଦିନ ପୂର୍ବରୁ ନିଜ ଆଗାମୀ ଫିଲ୍ମ RC15 ସେଟରେ ଜନ୍ମଦିନ ପାଳନ କଲେ ରାମଚରଣ । ଏହି ଅବସରରେ ଫିଲ୍ମର ସମସ୍ତ କାଷ୍ଟ, କ୍ରୁ ସଦସ୍ୟ ଏବଂ ନିର୍ଦ୍ଦେଶକ ସାମିଲ ହୋଇଥିଲେ । ଏନେଇ ସୋସିଆଲ ମିଡିଆରେ ରାମ ଚରଣଙ୍କ ଜନ୍ମଦିନର ଭିଡିଓ ସେୟାର କରାଯାଇଛି। ଭିଡିଓ ସେୟାର ହେବା ମାତ୍ରେ ଫ୍ୟାନ୍ସମାନେ ମଧ୍ୟ ପୋଷ୍ଟକୁ ଲାଇକ ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

RC15ର ସେଟରେ କାଷ୍ଟ୍ ଗୋଲାପ ଫୁଲର ବର୍ଷା ମଧ୍ୟରେ ଏକ କେକ୍ କାଟି ତାଙ୍କ ଜନ୍ମଦିନ ପାଳନ କରିଥିଲେ । ଇନଷ୍ଟାଗ୍ରାମରେ ତାଙ୍କ ଜନ୍ମଦିନ କାର୍ଯ୍ୟକ୍ରମର ଅନେକ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ରାମ ଚରଣ ବଲିଉଡ ଅଭିନେତ୍ରୀ କିଆରା ଆଡଭାନୀ, RC15 ନିର୍ଦ୍ଦେଶକ ଏସ ଶଙ୍କର, ନିର୍ମାତା ଦିଲ ରାଜୁ ଏବଂ ଏହି ପ୍ରକଳ୍ପର ଅନ୍ୟ ସଦସ୍ୟଙ୍କ ସହ କେକ୍ କାଟିଥିବାର ଦେଖିବାକୁ ମିଳିଛି ।

ଏଥିରେ ରାମ ଚରଣ ଆକାଶ-ନୀଳ ରଙ୍ଗର ସାର୍ଟ ୱାଇଟ ପ୍ୟାଣ୍ଟ ପିନ୍ଧିଥିବା ବେଳେ ଏବଂ ବୋଲ୍ଡ ଚଷମା ସହ ସୁନ୍ଦର ହେୟାର ଷ୍ଟାଇଲରେ ଖୁବ ସୁନ୍ଦର ଦେଖାଯାଉଥିଲେ । ଅନ୍ୟପକ୍ଷରେ, ଅଭିନେତ୍ରୀ କିଆରା ନୀଳ ପ୍ୟାଣ୍ଟ ସହ ଏକ ଧଳା ଟପ୍ ପିନ୍ଧିଥିବାର ନଜର ଆସିଥିଲେ । ସେହିପରି ଏକ ଭିଡିଓରେ ରାମ ଚରଣଙ୍କ ସ୍ବତନ୍ତ୍ର ଏଣ୍ଟ୍ରି ଦେଖିବାକୁ ମିଳିଛି । ସେ ଏଣ୍ଟ୍ରି କରିବା ମାତ୍ରେ ତାଙ୍କୁ ଗୋଲାପ ଫୁଲ ସହ କରତାଳିରେ ସ୍ବାଗତ କରାଯାଉଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ସୋସିଆଲ ମିଡିଆରେ ସେୟାର ହେବା ମାତ୍ରେ ଫ୍ୟାନ୍ସମାନେ ମଧ୍ୟ ପୋଷ୍ଟକୁ ଲାଇକ ସହ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି ।

ଫିଲ୍ମ ବିଷୟରେ କହିବାକୁ ଗଲେ, ଏହି ଚଳଚ୍ଚିତ୍ରରେ କିଆରା ଆଡଭାନୀ ରାମ ଚରଣଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ତାମିଲ ସିନେମାର ବହୁମୁଖୀ ଅଭିନେତା ଏସ ଜେ ସୂର୍ଯ୍ୟଙ୍କ ମଧ୍ୟ ଏକ ପ୍ରମୁଖ ଭୂମିକା ରହିଛି । ନିର୍ଦ୍ଦେଶକ ଏସ ଶଙ୍କର ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ କାହାଣୀ ଲେଖିଛନ୍ତି କାର୍ତ୍ତିକ ସୁବାରାଜ । ନିକଟରେ ରାମ ଚରଣ ଏବଂ କିଆରା ଆଡଭାନୀ ଏହି ଫିଲ୍ମ ପାଇଁ ହାଇବଜେଟର ଏକ ଗୀତର ସୁଟିଂ ଶେଷ କରିଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.