ହାଇଦ୍ରାବାଦ: ସାଉଥ ସିନେମାର ସୁପରଷ୍ଟାର ହେଉଛନ୍ତି ରାମ ଚରଣ । ତାଙ୍କ ଚଳଚ୍ଚିତ୍ର ଯୋଗୁଁ ସେ ଅନେକ ଚର୍ଚ୍ଚାରେ ରହିଛନ୍ତି । କିନ୍ତୁ ବର୍ତ୍ତମାନ ସମୟରେ ସେ ଚର୍ଚ୍ଚାକୁ ଆସିବାର କାରଣ ଅତ୍ୟନ୍ତ ସ୍ୱତନ୍ତ୍ର । ରାମ ଚରଣଙ୍କ ପତ୍ନୀ ଉପାସନା କାମିନେନି କୋନିଡେଲା ଗର୍ଭବତୀ ଅଛନ୍ତି । ପିତା ହେବେ ସୁପରଷ୍ଟାର ରାମ ଚରଣ । ସୋସିଆଲ ମିଡିଆରେ ରାମ ଚରଣ ଏନେଇ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି । ବିବାହର 10 ବର୍ଷ ପରେ ଅଭିନେତା ପିତା ହେବାକୁ ଯାଉଛନ୍ତି । ତେଲୁଗୁ ସୁପରଷ୍ଟାରଙ୍କ ପ୍ରଶଂସକଙ୍କ ପାଇଁ ଏହା କୌଣସି ଖୁସି ଖବରଠାରୁ କମ୍ ନୁହେଁ ।
- " class="align-text-top noRightClick twitterSection" data="
">
2023 ବର୍ଷ ରାମ ଚରଣଙ୍କ ପାଇଁ ଅତ୍ୟନ୍ତ ସ୍ୱତନ୍ତ୍ର ହେବାକୁ ଯାଉଛି । ଅଭିନେତା ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ହନୁମାନ ଜୀଙ୍କର ଫଟୋ ଅଛି । ଏହା ପୋଷ୍ଟରେ ଲେଖାଯାଇଛି- 'ଶ୍ରୀ ହନୁମାନ ଜୀଙ୍କ କୃପାରୁ, ଆମକୁ ଏହା ଘୋଷଣା କରି ବହୁତ ଖୁସି ଲାଗୁଛି ଯେ ରାମ ଚରଣ ଏବଂ ଉପାସନା ସେମାନଙ୍କର ପ୍ରଥମ ସନ୍ତାନକୁ ଗ୍ରହଣ କରୁଛନ୍ତି । ଭଲପାଇବା ଏବଂ କୃତଜ୍ଞତା ସହିତ ସୁରେଖା ଏବଂ ଚିରଞ୍ଜୀବୀ କୋନିଡେଲା, ଶୋଭନା ଏବଂ ଅନିଲ କାମିନେନି ।
ସୂଚନାଯୋଗ୍ୟ ଯେ, ଜୁଲାଇରେ ରାମ ଚରଣ ଏବଂ ଉପାସନା ଇଟାଲୀରେ ସେମାନଙ୍କର ଦଶମ ବିବାହ ବାର୍ଷିକୀ ପାଳନ କରିଥିଲେ । କଲେଜରେ ରାମ ଚରଣ ଏବଂ ଉପସାନା ପରସ୍ପରକୁ ଭେଟିଥିଲେ । ଏକ ବର୍ଷ ଡେଟିଂ ପରେ 14 ଜୁନ୍ 2012 ରେ ଦୁହେଁ ବିବାହ କରିଥିଲେ । ଜୁଲାଇରେ ଉପସାନା ଗର୍ଭବତୀ ହେବା ବିଷୟରେ ଅନେକ ଚର୍ଚ୍ଚା ହୋଇଥିଲା, କିନ୍ତୁ ଉପାସନା କହିଥିଲେ ଯେ ସେ ବର୍ତ୍ତମାନ ପିଲା ଚାହୁଁ ନାହାଁନ୍ତି ଏବଂ ଲୋକମାନେ ତାଙ୍କ ନିଷ୍ପତ୍ତିକୁ ସମ୍ମାନ ଦେବା ଉଚିତ୍ । ୱାର୍କ ଫ୍ରଣ୍ଟ ବିଷୟରେ କହିବା ତ, ଦକ୍ଷିଣ ତାରକାଙ୍କୁ ସୁପରହିଟ୍ ଫିଲ୍ମ 'RRR' ରେ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା ।