ETV Bharat / entertainment

ବିବାହ କରିବେ ରକୁଲ ! ଏହି ଦିନ ବୟଫ୍ରେଣ୍ଡ ଜ୍ୟାକିଙ୍କ ଧରିବେ ହାତ

author img

By ETV Bharat Odisha Team

Published : Jan 1, 2024, 7:35 PM IST

RakulPreet-Jackky Bhagnani Weeding: ରକୁଲ ପ୍ରୀତ ସିଂ ଏବଂ ବୟଫେଣ୍ଡ ଜ୍ୟାକି ଭଗ୍ନାନୀ ଦୀର୍ଘ ଦିନ କରି ଡେଟ କରିଆସୁଛନ୍ତି । ବର୍ତ୍ତମାନ ଉଭୟଙ୍କ ବିଷୟରେ ଖୁସି ଖବର ସାମ୍ନାକୁ ଆସିଛି । ରିପୋର୍ଟ ଅନୁସାରେ, ଏହି କପଲ ଚଳିତ ବର୍ଷ ବିବାହ କରିବାକୁ ଯାଉଛନ୍ତି । ଅଧିକ ପଢନ୍ତୁ,

ବିବାହ କରିବେ ରକୁଲ! ବୟଫ୍ରେଣ୍ଡ ଜ୍ୟାକି ଭଗ୍ନାନୀଙ୍କ ସହ ଏହି ଦିନ ପଡିବ ହାତଗଣ୍ଠି

ହାଇଦ୍ରାବାଦ: ୨୦୨୩ ପରି ପୁଣି ୨୦୨୪ରେ ମଧ୍ୟ ଅନେକ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଜାନୁଆରୀରେ ଆମୀର କାନଙ୍କ ଝିଅ ଇରା ଖାନ ନିଜ ପ୍ରେମିକ ନୁପୁର ଶିଖରେଙ୍କୁ ବିବାହ କରିବେ । ଏହି ସମୟରେ ବର୍ତ୍ତମାନ ଆଉ ଜଣେ ବଲିଉଡ ସେଲିବ୍ରିଟି ମଧ୍ୟ ବିବାହ କରିବା ନେଇ ଯୋଜନା କରିଛନ୍ତି । ଏହି ଯୋଡି ହେଉଛନ୍ତି ବଲିଉଡ ଲୋକପ୍ରିୟ ଅଭିନେତ୍ରୀ ରକୁଲ ପ୍ରୀତ ସିଂ ଏବଂ ଫିଲ୍ମ ନିର୍ମାତା ତଥା ଅଭିନେତା ଜ୍ୟାକି ଭଗ୍ନାନୀ । ଉଭୟ ଦୀର୍ଘ ଦିନ ଧରି ଡେଟ କରିଆସୁଥିଲେ । ରିପୋର୍ଟ ଅନୁସାରେ, ବର୍ତ୍ତମାନ ଏହି ଲଭବାର୍ଡ ଚଳିତ ବର୍ଷ ବିବାହ କରିବେ ବୋଲି ଜଣାପଡିଛି ।

ମିଡିଆ ରିପୋର୍ଟ ଅନୁସାରେ, ରକୁଲ ଏବଂ ଜ୍ୟାକି ଚଳିତ ବର୍ଷ ଫେବୃଆରୀ ମାସରେ ବିବାହ ବନ୍ଦନରେ ବାନ୍ଧି ହେବେ । ଏହି କପଲଙ୍କ ଫେବୃଆରୀ ୨୨ରେ ହାତଗଣ୍ଠି ପଡିବ ବୋଲି ଜଣାପଡିଛି । କିନ୍ତୁ ବିବାହ ନେଇ ଏହି ଲଭବାର୍ଡ କୌଣସି ଅଫିସିଆଲି ଘୋଷଣା କରିନାହାନ୍ତି । ରିପୋର୍ଟରେ ଏହା ମଧ୍ୟ କୁହାଯାଉଛି ଯେ, ଏହି କପଲ ନିଜ ବିବାହକୁ ପ୍ରାଇଭେସି ରଖିବାକୁ ଚାହୁଁଛନ୍ତି । ଜ୍ୟାକି ଏବଂ ରକୁଲ ଗୋଆର ଜିରୋଏଡରେ ବିବାହ କରିବା ନେଇ ଯୋଜନା ରହିଛି । ସୂଚନା ଥାଉ କି, ବର୍ତ୍ତମାନ ରକୁଲ ଏବଂ ଜ୍ୟାକି ଥାଇଲ୍ୟାଣ୍ଡରେ ନୂଆ ବର୍ଷ ପାଳନ କରୁଛନ୍ତି ।

ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ
ରକୁଲ ପ୍ରୀତ ସିଂଙ୍କ ପୋଷ୍ଟ

ତେବେ ଏହା ପ୍ରଥମ ଥର ପାଇଁ ନୁହଁ ଅନେକ ଥର ରକୁଲ ଏବଂ ଜ୍ୟାକିଙ୍କ ବିବାହକୁ ନେଇ ରୁମର ଖବର ସାମ୍ନାକୁ ଆସିଛି । ଏହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ହେଲେ ପରେ ଅଭିନେତ୍ରୀ ବିବାହ ଯୋଜନା ନଥିବା ନେଇ ପ୍ରତିକ୍ରିୟା ଦେଇଥିଲେ । କହିରଖୁଛୁ କି, ଏହି କପଲହ୍କ ଲଭଷ୍ଟୋରୀ ଲକଡାଉନରୁ ଆରମ୍ଭ ହୋଇଥିଲା । କୁହାଯାଉଛି କି, ଏମାନଙ୍କ ସାକ୍ଷାତ ପ୍ରଥମେ ସାଧାରଣ ବନ୍ଧୁତା ସହ ହୋଇଥିଲା । ସେବେ ଠାରୁ ଉଭୟଙ୍କ ମଧ୍ୟରେ ବାର୍ତ୍ତାଲାପ ଆରମ୍ଭ ହେଲା । ପରେ ପରେ ଧୀରେ ଧୀରେ ଏହା ଘନିଷ୍ଟ ହେବା ସହ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୨୧ ମସିହାରେ ଜ୍ୟାକି ସୋସିଆଲ ମିଡିଆରେ ଅଭିନେତ୍ରୀଙ୍କୁ ପ୍ରୋପଜ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: ରାତି ଅଧରେ ବୟଫ୍ରେଣ୍ଡ ସହ ବର୍ଥ ଡେ’ ସେଲିବ୍ରେସନ କଲେ ରକୁଲ, ଭିଡିଓ ଭାଇରାଲ

ୱାର୍କପ୍ରଣ୍ଟ କଥା କହିବାକୁ ଗଲେ, ରକୁଲଙ୍କୁ କମଲ ହାସନଙ୍କ ଫିଲ୍ମ 'ଇଣ୍ଡିଆନ ୨' ରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ରକୁଲ ଏବଂ କମଲଙ୍କ ବ୍ୟତୀତ ନୟନତାରା, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କରଙ୍କ ସହ ଅନେକ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ । ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ସେପଟେ ଜ୍ୟାକିଙ୍କ କଥା କହିବାକୁ ଗଲେ, ସେ ତାଙ୍କ ଆଗାମୀ ପ୍ରଡକ୍ସନ ଫିଲ୍ମ 'ବଡେ ମିୟାଁ ଛୋଟେ ମିୟାଁ' ର ରିଲିଜର ଅପେକ୍ଷାରେ ରହିଛନ୍ତି । ଏଥିରେ ଅକ୍ଷୟ କୁମାର, ଟାଇଗର ଶ୍ରଫ, ସୋନାକ୍ଷୀ ସିହ୍ନା ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.