ମୁମ୍ବାଇ: ଚଳଚ୍ଚିତ୍ର ନିର୍ଦ୍ଦେଶକ ରାଜକୁମାର ସନ୍ତୋଷି (film director Rajkumar Santoshi) ଦୀର୍ଘ ସମୟର ବିରତି ପରେ ପୁଣି ଫିଲ୍ମ ଦୁନିଆକୁ ଫେରିଛନ୍ତି । ସନ୍ତୋଷି ଗାନ୍ଧୀ-ଗଡସେ ଏକ୍ ଯୁଦ୍ଧ (Gandhi-Godse Ek Yudh) ଫିଲ୍ମ ସହିତ ଫେରିଛନ୍ତି । ଭିଡିଓ ସହିତ ଗୁରୁବାର ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରାଯାଇଛି। ଗାନ୍ଧୀ ଗଡସେ ଏକ ଯୁଦ୍ଧ କାହାଣୀ ଚଳଚ୍ଚିତ୍ର, ଯାହାକି ମହାତ୍ମା ଗାନ୍ଧୀ ଏବଂ ନାଥୁରାମ ଗଡସେଙ୍କ ବିପରୀତ ବିଚାରଧାରା ଉପରେ ଚିତ୍ରଣ କରିବ ।
ଏହି ଚଳଚ୍ଚିତ୍ରଟି ସନ୍ତୋଷି ପ୍ରଡକ୍ସନ୍ସ ସହିତ ମିଳିତ ଭାବରେ PVR ପିକ୍ଚର୍ସ ଦ୍ୱାରା ନିର୍ମିତ । ସଙ୍ଗୀତ ହେଉଛି ଆର୍ ରହମାନ୍ଙ୍କର । ଏହି ଫିଲ୍ମ 26 ଜାନୁୟାରୀ 2023 ରେ ମୁକ୍ତିଲାଭ କରିବ। ତେବେ ଫିଲ୍ମର ଟାଇଟଲ୍ ଏବଂ ତାରିଖ ବ୍ୟତୀତ ଭିଡିଓରେ ବାକି କିଛି ପ୍ରକାଶ କରାଯାଇନାହିଁ । ସନ୍ତୋଷିଙ୍କ ଚଳଚ୍ଚିତ୍ରର ଦୃଶ୍ୟ ଦେଖାଯାଇଛି । ଏଥିରେ ଘାୟଲ, ଦାମିନୀ, ଅନ୍ଦାଜ ଅପନା ଅପନା, ପୁକାର, ଅଜବ ପ୍ରେମ କି ଗଜବ କାହାଣୀ, ଲଜ୍ଜା ଏବଂ ଖାକିର ଦୃଶ୍ୟ ସାମିଲ କରାଯାଇଛି ।
9 ବର୍ଷର ବ୍ୟବଧାନ ପରେ ଗାନ୍ଧୀ ଗଡସେ ଏକ ଯୁଦ୍ଧ ଚଳଚ୍ଚିତ୍ର ମାଧ୍ୟମରେ ସନ୍ତୋଷି ପ୍ରତ୍ୟାବର୍ତ୍ତନ କରୁଛନ୍ତି । ତାଙ୍କର ଶେଷ ନିର୍ଦ୍ଦେଶକ ଉଦ୍ୟମ ଥିଲା ଫଟା ପୋଷ୍ଟର ନିକଲା ହିରୋ, ଯାହା 2013 ରେ ମୁକ୍ତିଲାଭ କରିଥିଲା । ଏହି ଚଳଚ୍ଚିତ୍ରରେ ସହିଦ କପୁର ଏବଂ ଇଲିଆନା ଡି’କ୍ରୁଜ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା ।
ତାଙ୍କ କ୍ୟାରିୟରର ସବୁଠାରୁ ଚର୍ଚ୍ଚିତ ଚଳଚ୍ଚିତ୍ର ମଧ୍ୟରେ ଘାୟଲ, ଦାମିନୀ ଏବଂ ଘାତକ ଅନ୍ୟତମ । 1990 ରେ ଘାୟଲ ରିଲିଜ ହୋଇଥିଲା। ଏହି ଚଳଚ୍ଚିତ୍ରରେ ସନ୍ନି ଦେଓଲ, ରାଜ ବାବର ଏବଂ ମୀନାକ୍ଷୀ ଶେଶାଦ୍ରି ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଅମରେଶ ପୁରୀ ଭିଲେନ ଭୂମିକାରେ ଅଭିନୟ କରିଥିଲେ। ଏହି ଚଳଚ୍ଚିତ୍ରଟି ଦୁଇଟି ଜାତୀୟ ଚଳଚ୍ଚିତ୍ର ପୁରସ୍କାର ପାଇଥିଲା ।
ଅଭିନୟ ପାଇଁ ସନ୍ନି ଦେଓଲଙ୍କୁ ସ୍ୱତନ୍ତ୍ର ଜୁରି ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି ଚଳଚ୍ଚିତ୍ରଟି 7 ଟି ଫିଲ୍ମଫେୟାର ପୁରସ୍କାର ମଧ୍ୟ ପାଇଛି । ଏହା ପରେ, 1993 ରେ ଆସିଥିବା ଦାମିନୀ ବହୁତ ଲୋକପ୍ରିୟ ହୋଇଥିଲା । ଏହି ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଋଷି କପୁର ଏବଂ ମୀନାକ୍ଷୀ ଶେଶାଦ୍ରି ଅଭିନୟ କରିଥିଲେ । ସନ୍ନି ଦେଓଲ ଜଣେ ଓକିଲ ଭାବରେ କାମୋ କରିଥିଲେ । ତାଙ୍କର ଛୋଟ ଭୂମିକା ପାଇଁ ସନ୍ନିଙ୍କୁ ଶ୍ରେଷ୍ଠ ସହାୟକ ଅଭିନେତା ଭାବରେ ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା ।