ETV Bharat / entertainment

ଜେଲର ସୁଟିଂ ଶେଷ, ଟିମ୍‌ ସହ ସେଲିବ୍ରେଟ୍‌ କଲେ ରଜନୀକାନ୍ତ ଏବଂ ତମନ୍ନା

author img

By

Published : Jun 2, 2023, 5:47 PM IST

ସାଉଥ୍‌ ଫିଲ୍ମ ସୁପରଷ୍ଟାର ରଜନୀକାନ୍ତ-ତମନ୍ନା ଭାଟିଆ ଷ୍ଟାରର ଫିଲ୍ମ 'ଜେଲର' ଫିଲ୍ମର ସୁଟିଂ ଶେଷ । ଟିମ୍‌ ସହ ସେଲିବ୍ରେସନ କରିଛନ୍ତି ରଜନୀକାନ୍ତ ଏବଂ ତମନ୍ନା । ସୋସିଆଲ ମିଡିଆରେ ଫଟୋ ସେୟାର କରିଛି ସୋନ୍‌ ପିକ୍ଚର୍ସ ସେଲିବ୍ରେସନର । ଅଧିକ ପଢନ୍ତୁ

ଜେଲର ସୁଟିଂ ଶେଷ, ଟିମ ସହ ସେଲିବ୍ରେଟ କଲେ ରଜନୀକାନ୍ତ ଏବଂ ତମନ୍ନା

ମୁମ୍ବାଇ: ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କ ପରବର୍ତ୍ତୀ ଚଳଚ୍ଚିତ୍ର 'ଜେଲର'ର ସୁଟିଂ ଶେଷ କରିଛନ୍ତି। ଫିଲ୍ମର ନିର୍ମାତା ସନ୍ ପିକ୍ଚର୍ସ ଟ୍ୱିଟରରେ ଏହି ସେଲିବ୍ରେସନର କିଛି ଫଟୋ ସେୟାର କରିଛି । ଫଟୋଗୁଡ଼ିକରେ ରଜନୀକାନ୍ତ ତମନ୍ନା ଏବଂ ନିର୍ଦ୍ଦେଶକ ନେଲସନ ଦିଲ୍ଲୀପ କୁମାରଙ୍କ ସହ କେକ୍ କାଟିଥିବାର ନଜର ଆସିଛନ୍ତି । ଅଗଷ୍ଟ 10ରେ ସିନେମାହଲରେ ରିଲିଜ ହେବ ଏହି ଫିଲ୍ମ । ଫିଲ୍ମର ସୁଟିଂ ଶେଷ ହୋଇଥିବା ଶୁଣିବା ମାତ୍ରେ ଫ୍ୟାନ୍ସ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି ।

ସନ୍ ପିକ୍ଚର୍ସ ଏହାର ଅଫିସିଆଲ୍ ଟ୍ୱିଟରରେ ସେଲିବ୍ରେସନର ଫଟୋ ସେୟାର କରିଛନ୍ତି। ଏବଂ କ୍ୟାପସରେ ଲେଖିଛନ୍ତି, "ଜେଲର ସୁଟିଂ ଶେଷ ହୋଇଛି।" ଅଗଷ୍ଟ 10 ରେ ସିନେମାହଲରରେ ଫିଲ୍ମ ରିଲିଜ କରିବ। ଫଟୋଗୁଡ଼ିକରେ ରଜନୀକାନ୍ତ ଅଭିନେତ୍ରୀ ତମନ୍ନା ଭାଟିଆ, ତାଙ୍କ ସହ-ଷ୍ଟାର ଏବଂ ଅନ୍ୟ ଟିମର ସଦସ୍ୟଙ୍କ ସହ ଏକ କେକ କାଟୁଥିବାର ନଜର ଆସିଛନ୍ତି। ରଜନୀକାନ୍ତ ବ୍ରାଉନ ପ୍ୟାଣ୍ଟ ସହ ଗ୍ରୀନ ସାର୍ଟ ପିନ୍ଧିଥିବା ବେଳେ ତମନ୍ନା କଫି ରଙ୍ଗର ଆଉଟଫିଟରେ ଖୁବ ସୁନ୍ଦର ଲାଗୁଛନ୍ତି।

ଏହି ଫିଲ୍ମଟି ଏକ ଜେଲ୍‌ ଭିତରେ ସୁଟିଂ କରାଯାଇଛି । ଅଗଷ୍ଟ 10ରେ ରିଲିଜ ହେବାକୁ ଥିବା ଏହି ଚଳଚ୍ଚିତ୍ରରେ ରଜନୀକାନ୍ତ ଜଣେ ଜେଲର ଭୂମିକାରେ ନଜର ଆସିବେ । ତାଙ୍କ ବିପକ୍ଷରେ ସାଉଥ ଅଭିନେତ୍ରୀ ତମନ୍ନା ଭାଟ୍ଟିଆଙ୍କୁ ଦେଖିବାକୁ ମିଳିବ । ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ନେଲସନ ଦିଲ୍ଲୀପ କୁମାର । ରଜନୀକାନ୍ତ ଏବଂ ତମନ୍ନାଙ୍କ ବ୍ୟତୀତ ଏଥିରେ ଶିବରାଜକୁମାର, ମୋହନଲାଲ, ଜ୍ୟାକି ଶ୍ରଫ ଏବଂ ରାମିଆ କୃଷ୍ଣନ ମଧ୍ୟ ଅଭିନୟ କରିଛନ୍ତି । ଏହା ଦ୍ୱିତୀୟ ଥର ପାଇଁ ରଜନୀକାନ୍ତ ଜ୍ୟାକିଙ୍କ ସହ ନଜର ଆସିବାକୁ ଯାଉଛନ୍ତି । ଉଭୟ ପୂର୍ବରୁ 1987ରେ 'ଉତ୍ତର ଦକ୍ଷିଣ'ରେ କାମ କରିଥିଲେ।

ସୂଚନା ଅନୁଯାୟୀ, ଜ୍ୟାକି ଶ୍ରଫ୍ ଜେଲରରେ ଜଣେ ଭିଲେନ୍ ଭୂମିକାରେ ନଜର ଆସିବେ । ତାମିଲରେ ଜ୍ୟାକି ଶ୍ରଫଙ୍କୁ ଶେଷରେ ରେଣ୍ଡାଗାମରେ ଦେଖିବାକୁ ମିଳିଥିଲା, ଯେଉଁଥିରେ ଅରବିନ୍ଦ ସ୍ବାମୀ ଏବଂ କୁଞ୍ଚାକୋ ବୋବାନ୍ ମଧ୍ୟ ଅଭିନୟ କରିଥିଲେ । ଏଥିସହ 2019ରେ, ସେ ବିଜୟଙ୍କ ବିଗିଲରେ ମୁଖ୍ୟ ଭିଲେନ୍‌ ଭୂମିକାରେ ଅଭିନୟ କରିଥିଲେ, ଯାହା ବକ୍ସ ଅଫିସରେ ହିଟ୍ ପ୍ରମାଣିତ ହୋଇଥିଲା।

ସେପଟେ ରଜନୀକାନ୍ତ ଲାଲ ସଲାମରେ ମଧ୍ୟ ନଜର ଆସିବେ । ଏହି ଫିଲ୍ମକୁ ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶନା ଦେଇଛନ୍ତି । 'ଲାଲ ସଲାମ'ରେ ରଜନୀକାନ୍ତ ଏକ କ୍ୟାମିଓ ରୋଲ୍‌ରେ ନଜର ଆସିବେ । ଯାହାର ସୁଟିଂ ସେ ଶେଷ କରିଛନ୍ତି । ସେ ଏହି ଚଳଚ୍ଚିତ୍ରରେ ମୁମ୍ବାଇର କ୍ରାଇମ ଗୁରୁ ଭୂମିକାରେ ଅଭିନୟ କରିଛନ୍ତି । ଏହି ଫିଲ୍ମରେ ବିଷ୍ଣୁ ବିଶାଲ ଏବଂ ବିକ୍ରାନ୍ତ ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.