ETV Bharat / entertainment

Pornography Case: ରାଜ କୁନ୍ଦ୍ରାଙ୍କ ନାଁରେ 450 ପୃଷ୍ଠାର ଚାର୍ଜସିଟ୍‌ ଦାଖଲ - ପର୍ଣ୍ଣୋଗ୍ରାଫି ମାମଲା

ରାଜ କୁନ୍ଦ୍ରାଙ୍କ ମୁସ୍କିଲ କମିବାରେ ନାଁ ନେଉନି । ମହାରାଷ୍ଟ୍ର ସାଇବର ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ରାଜ କୁନ୍ଦ୍ରା, ଶର୍ଲିନ୍ ଚୋପ୍ରା ଏବଂ ପୁନମ ପାଣ୍ଡେଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି । ଅଧିକ ପଢନ୍ତୁ

କମୁନି ରାଜ କୁନ୍ଦ୍ରାଙ୍କ ମୁସ୍କିଲ, 450 ପୃଷ୍ଠାର ନୂଆ ଚାର୍ଜସିଟ ଦାଖଲ କଲା ପୋଲିସ

author img

By

Published : Nov 22, 2022, 1:09 PM IST

ମୁମ୍ବାଇ: ମହାରାଷ୍ଟ୍ର ସାଇବର ପୋଲିସ ପର୍ଣ୍ଣୋଗ୍ରାଫି ମାମଲାରେ ଶିଳ୍ପା ଶେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କ ବିରୋଧରେ ପୁଣି ଥରେ ଚାର୍ଜସିଟ ଦାଖଲ କରିଛି । ରାଜଙ୍କ ବ୍ୟତୀତ ଶର୍ଲିନ୍ ଚୋପ୍ରା, ପୁନମ୍ ପାଣ୍ଡେ, ମୀତା ଝୁନ୍‌ଝୁନ୍‌ୱାଲା, ରାଜୁ ଦୁବେ ଏବଂ ଅନ୍ୟମାନଙ୍କ ନାମ ମଧ୍ୟ ଏହି ମାମଲାରେ ଅନ୍ତର୍ଭୁକ୍ତ । ମହାରାଷ୍ଟ୍ର ସାଇବର ପୋଲିସ ଦାବି କରିଛି ଯେ ରାଜ କୁନ୍ଦ୍ରା ମଧ୍ୟ ପର୍ଣ୍ଣୋଗ୍ରାଫି ଚଳଚ୍ଚିତ୍ରର ସୁଟିଂ କରି OTTରେ ବିକ୍ରି କରି ଟଙ୍କା ରୋଜଗାର କରିଥିଲେ । ବର୍ତ୍ତମାନ ମହାରାଷ୍ଟ୍ର ପୋଲିସ ଏହି ପ୍ରସଙ୍ଗରେ 450 ପୃଷ୍ଠାର ଚାର୍ଜସିଟ ଦାଖଲ କରିଛି । ଏହି ପ୍ରସଙ୍ଗରେ ରାଜ କୁନ୍ଦ୍ରାଙ୍କ ଓକିଲ ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି ।

ଏକ ବାର୍ତ୍ତାଳାପ ସମୟରେ ରାଜ କୁନ୍ଦ୍ରାଙ୍କ ଓକିଲ ପ୍ରଶାନ୍ତ ପାଟିଲ କହିଛନ୍ତି ଯେ, ଆମେ ଗଣମାଧ୍ୟମ ରିପୋର୍ଟରୁ ଜାଣିଛୁ ଯେ ମୁମ୍ବାଇ ସାଇବର କ୍ରାଇମବ୍ରାଞ୍ଚ ମାନ୍ୟବର କୋର୍ଟରେ ଏହି ଚାର୍ଜସିଟ ଦାଖଲ କରିଛି । ରାଜ କୁନ୍ଦ୍ରାଙ୍କ ଓକିଲ କହିଛନ୍ତି ଯେ ଆଇନର ଉଚିତ ପ୍ରକ୍ରିୟା ଅନୁସରଣ କରିବା ପାଇଁ ଆମେ କୋର୍ଟରେ ହାଜର ହେବୁ ।

ପ୍ରଶାନ୍ତ ପାଟିଲଙ୍କ ଆହୁରି କହିଛନ୍ତି ଯେ, "ଅଶ୍ଳୀଳ ସାମଗ୍ରୀ ପ୍ରସଙ୍ଗରେ ରାଜ କୁନ୍ଦ୍ରାଙ୍କର କୌଣସି ହାତ ନାହିଁ ଏବଂ ସେ ନ୍ୟାୟ ପାଇଁ ସଂଗ୍ରାମ ଜାରି ରଖିବେ । ସେ କହିଛନ୍ତି- ପ୍ରାଥମିକ ତଥା ଗଣମାଧ୍ୟମ ରିପୋର୍ଟରୁ ଏହି ଅଭିଯୋଗ ବିଷୟରେ ଆମେ ଜାଣିଛୁ । ଉକ୍ତ ଅପରାଧ ସହିତ ରାଜ କୁନ୍ଦ୍ରାଙ୍କର କୌଣସି ସମ୍ପର୍କ ନାହିଁ । ସେମାନଙ୍କ ବିରୋଧରେ କୌଣସି ମାମଲା ରୁଜୁ କରାଯାଇ ନାହିଁ । ରାଜ କୁନ୍ଦ୍ରା ନ୍ୟାୟ ପାଇବାକୁ ଯୋଗ୍ୟ ଏବଂ ତାଙ୍କ ପ୍ରତିରକ୍ଷା ପାଇଁ କୋର୍ଟଙ୍କ ନିକଟକୁ ଯିବେ ।

ଉଲ୍ଲେଖନୀୟ ଯେ, 2021 ମସିହାରେ ମୁମ୍ବାଇ ପୋଲିସ ଏକ ଚାର୍ଜସିଟ ଦାଖଲ କରିଥିଲା । ଏହା ପରେ ସେପ୍ଟେମ୍ବରରେ ଆଉ ଏକ ଚାର୍ଜସିଟ୍ ଦାଖଲ କରାଯାଇଥିଲା । ଯେତେବେଳେ ମୁମ୍ବାଇର ମଡ ଆଇଲାଣ୍ଡ ସ୍ଥିତ ରାଜ କୁନ୍ଦ୍ରାଙ୍କ ବଙ୍ଗଳା ଉପରେ ପୋଲିସ ଚଢାଉ କରିଥିଲା ​​ସେତେବେଳେ ଏହି ଅଶ୍ଳୀଳ ରାକେଟ୍ ମାମଲା ସାମ୍ନାକୁ ଆସିଥିଲା । ଏହା ପରେ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.