ETV Bharat / entertainment

Raids on Pub: ଧରାପଡିଲେ ସୁପରଷ୍ଟାର ଚିରଞ୍ଜୀବଙ୍କ ଝିଆରୀଙ୍କ ସମେତ ନାମୀଦାମୀ ସେଲିବ୍ରିଟି - ହାଇଦ୍ରାବାଦ ପବରେ ଚଢାଉ

ରାତି ଅଧରେ ପବ ଉପରେ ଚଢାଉ କଲା ପୋଲିସ ଟାକ୍ସଫୋର୍ସ । ପବରେ ଧରାପଡିଲେ ସାଉଥ ସୁପରଷ୍ଟାର ଚିରଞ୍ଜୀବଙ୍କ ଝିଆରୀ ତଥା ଅଭିନେତ୍ରୀ ନିହାରିକାଙ୍କ ସହ ବିଗବସ ବିଜେତା ରାହୁଲ ସିପଲିଗଞ୍ଚ । ପବ୍ ମାଲିକଙ୍କ ସମେତ ପାଖାପାଖି ୧୪୪ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ । ଅଧିକ ପଢନ୍ତୁ

Pubରେ ଚଢାଉ : ପୋଲିସ ସ୍କାନରେ ଆସିଲେ ଅଭିନେତ୍ରୀ ନିହାରିକାଙ୍କ ସହ ବିଗବସ ବିଜେତା

author img

By

Published : Apr 3, 2022, 6:05 PM IST

Updated : Apr 3, 2022, 6:24 PM IST

ହାଇଦ୍ରାବାଦ : ରାତି ଅଧରେ ପବ ଉପରେ ଚଢାଉ କଲା ପୋଲିସ ଟାକ୍ସଫୋର୍ସ । ପବରେ ଧରାପଡିଲେ ସାଉଥ ସୁପରଷ୍ଟାର ଚିରଞ୍ଜୀବଙ୍କ ଝିଆରୀ ତଥା ଅଭିନେତ୍ରୀ ନିହାରିକାଙ୍କ ସହ ବିଗବସ ବିଜେତା ରାହୁଲ ସିପଲିଗଞ୍ଜ । ପବ୍ ମାଲିକଙ୍କ ସମେତ ପାଖାପାଖି ୧୪୪ ଜଣଙ୍କୁ ହେପାଜତକୁ ନେଇଛି ପୋଲିସ ।

Raids on Pub: ଧରାପଡିଲେ ସୁପରଷ୍ଟାର ଚିରଞ୍ଜୀବଙ୍କ ଝିଆରୀଙ୍କ ସମେତ ନାମୀଦାମୀ ସେଲିବ୍ରିଟି

ସୂଚନା ଅନୁସାରେ, ହାଇଦ୍ରାବାଦରେ ଥିବା ବଞ୍ଜାରା ହିଲ୍ସ ନିକଟରେ ଥିବା (Pudding and Mink Pub) ପୁଡିଙ୍ଗ ଆଣ୍ତ ମିଙ୍କ ପବରେ ପୋଲିସ ଟାକ୍ସଫୋର୍ସ ରାତି ପ୍ରାୟ ୩ଟାରେ ଚଢାଉ କରିଥିଲେ । ପବ ବନ୍ଦର ସମୟ ହୋଇଯାଇଥିଲେ ମଧ୍ୟ ତାହା ଖୋଲା ରହିଥିଲା । ଫଳରେ ଚଢାଉ କରିଥିଲା ପୋଲିସ ।

ଚଢାଉ ସମୟରେ ପୋଲିସର ସ୍କାନର ଭିତରକୁ ଆସିଥିଲେ ସାଉଥ ସୁପରଷ୍ଟାର ଚିରଞ୍ଜୀବଙ୍କ ଝିଆରୀ ତଥା ଅଭିନେତ୍ରୀଙ୍କ ନିହାରିକା । କେବଳ ନିହାରିକା ନୁହେଁ ବିଗବସ ବିଜେତା ରାହୁଲ ସିପଲିଗଞ୍ଜଙ୍କ ସମେତ ଅନ୍ୟ କେତେକ ସେଲିବ୍ରିଟିଙ୍କ ପିଲାମାନେ ମଧ୍ୟ ଏ ପବରେ ଥିଲେ । ପୋଲିସ ନିହାରିକାଙ୍କୁ ଏକ ନୋଟିସ ଦେଇ ତାଙ୍କୁ ଘରକୁ ପଠାଇ ଦେଇଥିବା ସୂଚନା ମିଳିଛି ।

ତେବେ ଏ ପବଟି ଜଣେ ପୂର୍ବତନ ସାଂସଦଙ୍କର ବୋଲି ଜଣାପଡିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ପବ ଚଳାଇବା ଅଭିଯୋଗରେ ପୋଲିସ ପବ ମାଲିକଙ୍କ ସମେତ ୧୪୪ ଜଣଙ୍କୁ ହେପାଜତକୁ ନେଇଛି । ଏହାସହ ପବ ମାଲିକଙ୍କ ବିରୋଧରେ ଏକ ମାମଲା ରୁଜୁ କରିଛି ।

ସେପଟେ, ଚଢାଉ ସମୟରେ ପବରେ କୋକେନ, ଗଞ୍ଜା, ଏଲଏସଡି(LSD)ର କାରବାର ହେଉଥିବା ମଧ୍ୟ ପୋଲିସ ସୂଚନା ପାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ କେହି ଡ୍ରଗ୍ସ ଫିଙ୍ଗି ଦେଇଥିବା ଜଣାପଡିଛି । ଡ୍ରଗ୍ସ କିପରି ପବ୍ ଭିତରକୁ ଆସିଲା ସେନେଇ ପୋଲିସ ତଦନ୍ତ ଆରମ୍ଭ କରିଛି। ଯେଉଁମାନେ ଡ୍ରଗ୍ସ ନେଇଥିଲେ ସେମାନଙ୍କୁ ଚିହ୍ନଟ କରିବା ସିସିଟିଭି ଫୁଟେଜ ଜରିଆରେ ତଦନ୍ତ ଆରମ୍ଭ କରିଛି ପୋଲିସ ।

ଏହି ମାମଲାରେ ଉଚ୍ଚ ପଦାଧିକାରୀମାନେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସେମାନେ ବନଜାରା ହିଲ୍ସର ( CI) ସର୍କଲ ଇନ୍ସପେକ୍ଟର ଶିବ ଚନ୍ଦ୍ରନଙ୍କୁ ନିଲମ୍ବିତ କରିଛନ୍ତି । ଏସିପି ସୁଦର୍ଶନ ଏକ ଚାର୍ଜ ମେମୋ ଜାରି କରିଛନ୍ତି । ସେମାନେ PUB ବିରୋଧରେ ପୂର୍ବ ଅଭିଯୋଗ ଉପରେ ଆଧାର କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ ମଧ୍ୟ କରିଛନ୍ତି । ତେବେ ପୋଲିସ ହେପାଜତରେ ଥିବା ଯୁବକଙ୍କୁ ସବିଶେଷ ତଥ୍ୟ ନେବା ପରେ ସେମାନଙ୍କୁ ଛଡା ଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 3, 2022, 6:24 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.