ETV Bharat / entertainment

Pushpa 2: ଇନସ୍ପେକ୍ଟର ଭ୍ରମର ସିଂ ଶିଖାୱତଙ୍କ ଏଣ୍ଟ୍ରି, ସୁଟିଂ ଶେଷ କଲେ ଫହାଦ ଫାସିଲ

author img

By

Published : May 18, 2023, 5:26 PM IST

'ପୁଷ୍ପା ୨: ଦ ରୁଲ'ର ନିର୍ମାତାମାନେ ସେଟରୁ ଏକ ଫଟୋ ସେୟାର କରିଛନ୍ତି। ଯେଉଁଥିରେ ଫହଦ ଫାସିଲଙ୍କୁ ଦେଖିବାକୁ ମିଳିଛି। ସେ ଏହି ଫଟୋ ସେୟାର କରି ଫିଲ୍ମର ଏକ ପ୍ରମୁଖ ଅଂଶର ସୁଟିଂ ଶେଷ ହୋଇଥିବା ନେଇ ପ୍ୟାନ୍ସକୁ ସୂଚନା ଦେଇଛନ୍ତି। ଅଧିକ ପଢନ୍ତୁ,

'ପୁଷ୍ପା ୨: ଦ ରୁଲ'ରେ ସୁଟିଂ ଶେଷ କଲେ ଫହଦ ଫାସିଲ

ହାଇଦ୍ରାବାଦ: ଚର୍ଚ୍ଚାରେ ସାଉଥ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨: ଦ ରୁଲ'। ଫିଲ୍ମର ଟିଜର, ଅଲ୍ଲୁ ଏବଂ ଅଭିନେତ୍ରୀ ରଶ୍ମିକାଙ୍କ ଲୁକ୍‌ ରିଲିଜ ହେବା ଦିନଠାରୁ ଫ୍ୟାନ୍ସମାନେ ଉତ୍ସାହର ସହ ଫିଲ୍ମକୁ ଅପେକ୍ଷା କରିଛନ୍ତି । ଏହାରି ମଧ୍ୟରେ ନିର୍ମାତାମାନେ ଫିଲ୍ମ ବିଷୟରେ ଅପ୍‌ଡେଟ୍‌ ଦେଇଛନ୍ତି । ନିର୍ମାତାମାନେ ଆଜି ସୋସିଆଲ ମିଡିଆରେ ସେଟ୍‌ରୁ ଏକ ଫଟୋ ସେୟାର କରିଛନ୍ତି । ଏବଂ ଫିଲ୍ମର ଏକ ପ୍ରମୁଖ ଅଂଶର ସୁଟିଂ ଶେଷ ହୋଇଥିବା ନେଇ ଫ୍ୟାନ୍ସକୁ ସୂଚନା ଦେଇଛନ୍ତି । ଭ୍ରମର ସିଂ ଶିଖାୱତ ଆକା ଫହଦ୍ ଫସିଲ ନିକଟରେ ତାଙ୍କ ଭାଗର ସୁଟିଂ ଶେଷ କରିଛନ୍ତି । ସେ ପ୍ରତିଶୋଧ ସହ ଫିଲ୍ମରେ ଏଣ୍ଟ୍ରି କରିବେ ।

ଫହାଦ୍ ଫସିଲ ଏବଂ ନିର୍ଦ୍ଦେଶକ ସୁକୁମାରଙ୍କ ଏକ ଫଟୋ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ସେୟାର କରି କ୍ୟାପସନ ଲେଖିଛନ୍ତି, 'ପୁଷ୍ପା-2ର ଏକ ପ୍ରମୁଖ ଅଂଶ ଭ୍ରମର ସିଂ ଶିଖାୱତ ଆକା ଫହଦ୍ ଫସିଲଙ୍କ ସହ ସୁଟିଂ ସମାପ୍ତ ହୋଇଛି । ଏଥର ସେ ପ୍ରତିଶୋଧ ନେଇ ଫେରିବେ । ଏହି ଫଟୋରେ ଉଭୟ ସେଟ୍‌ରେ ଏକ ଦୃଶ୍ୟ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି । ଫହାଦ୍ 'ପୁଷ୍ପା: ଦି ରାଇଜ୍'ରେ ଇନ୍ସପେକ୍ଟର ଭ୍ରମର ସିଂ ଶିଖାୱତଙ୍କ ଭୂମିକାରେ ଅଭିନୟ କରିଥିଲେ । ପୁଣି ସେ 'ପୁଷ୍ପା ୨: ଦ ରୁଲ'ରେ ମଧ୍ୟ ନଜର ଆସିବାକୁ ଥିବା ବେଳେ ଫିଲ୍ମରେ ସେ ତାଙ୍କ ଚରିତ୍ରର ସୁଟିଂ ଶେଷ କରିଛନ୍ତି । ତେବେ ପ୍ରଥମ ଭାଗ ଅପେକ୍ଷା 2ୟ ଭାଗରେ ତାଙ୍କ ଭୂମିକା ଆହୁରି ଦମଦାର ରହିଛି ।

ପୋଷ୍ଟଟି ସେୟାର ହେବା ମାତ୍ରେ ପ୍ରଶଂସକମାନେ କମେଣ୍ଟ ବର୍ଷା କରିଛନ୍ତି । ପ୍ରତିକ୍ରିୟାରେ ଫାୟାର ଇମୋଜି ଦେଇଛନ୍ତି । ଏଥିସହ ଅନେକ ଫ୍ୟାନ୍ସ ଫିଲ୍ମର ରିଲିଜ୍ ତାରିଖ ବିଷୟରେ ମଧ୍ୟ ପଚାରିଛନ୍ତି । ଜଣେ ପ୍ରଶଂସକ ଲେଖିଛନ୍ତି, 'ପୁଷ୍ପରାଜ ଅନସ୍କ୍ରିନରେ ଆପଣଙ୍କ ପ୍ରଦର୍ଶନକୁ ଅପେକ୍ଷା କରିଛି । ସମସ୍ତ ଶ୍ରେଷ୍ଠ ଫହଦ୍ ଫସିଲ୍ ଭାଇ । ଅନ୍ୟ ଜଣେ ପ୍ରଶଂସକ ଲାଲ୍ ହାର୍ଟ ଇମୋଜି ସହ ଲେଖିଛନ୍ତି, 'ଦୟାକରି ସାର୍ ପୁଷ୍ପା ରିଲିଜ୍ ତାରିଖ କୁହନ୍ତୁ'।

ସୂଚନା ଥାଉ କି, ଏହି ଫିଲ୍ମ 2021 ବ୍ଲକବଷ୍ଟର 'ପୁଷ୍ପା: ଦି ରାଇଜ୍'ର ଏକ ସିକ୍ୱେଲ, ଯେଉଁଥିରେ ତେଲୁଗୁ ସୁପରଷ୍ଟାର ଅଲୁ ଅର୍ଜୁନ ପୁଷ୍ପରାଜ ଭୂମିକାରେ ଅଭିନୟ କରିଥିଲେ। ଏବଂ ତାଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦନା ନଜର ଆସିଥିଲେ। ଏଥିସହ ଫିଲ୍ମର ପ୍ରଥମ ଭାଗ ଏବଂ ଏହାର ଗୀତ ଏବଂ ବିଶ୍ୱରେ ବେଶ୍ ଚର୍ଚ୍ଚା ସାଉଣ୍ଟିଥିଲା । ସେହିପରି ପୁଷ୍ପା 2ର ଟିଜର ଏବଂ ପ୍ରଥମ ଲୁକ୍‌ ପୂର୍ବରୁ ପ୍ରଶଂସକଙ୍କ ଉତ୍ସାହ ସ୍ତରକୁ ବଢାଇଛି । ତେବେ ବର୍ତ୍ତମାନ ସୁଟିଂର ଏକ ପାର୍ଟ ସମାପ୍ତ ହେବା ପରେ ପ୍ରଶଂସକଙ୍କ ଖୁସି ଦ୍ୱିଗୁଣିତ ହୋଇଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.