ETV Bharat / entertainment

ଆରପାରିରେ ଲୋକପ୍ରିୟ ପଞ୍ଜାବୀ ଅଭିନେତା ମଙ୍ଗଲ ଧିଲନ୍

ଦୁନିଆକୁ ଅଲବିଦା କହିଲେ ହିନ୍ଦୀ ଏବଂ ପଞ୍ଜାବୀ ଅଭିନେତା ମଙ୍ଗଲ ଧିଲନ। କର୍କଟ ରୋଗରେ ଆକ୍ରାନ୍ତ ହୋଇ ଅସୁସ୍ଥ ଥିଲେ ଅଭିନେତା। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ତାଙ୍କ ବିୟୋଗରେ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି। ଅଧିକ ପଢନ୍ତୁ,

author img

By

Published : Jun 11, 2023, 11:31 AM IST

ଆରପାରିରେ ହିନ୍ଦୀ ଏବଂ ପଞ୍ଜାବୀ ଲୋକପ୍ରିୟ ଅଭିନେତା ମଙ୍ଗଲ ଧିଲନ୍

ହାଇଦ୍ରାବାଦ: ପୁଣି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଝଟକା । ଗତ କିଛି ଦିନ ମଧ୍ୟରେ ଇଣ୍ଡଷ୍ଟ୍ରିରୁ ଆସିଛି ଦୁଃଖଦ ଖବର । ଜଣକ ପରେ ଜଣେ ଲୋକପ୍ରିୟ ଅଭିନେତା, ଅଭିନେତ୍ରୀଙ୍କ ଦେହାନ୍ତ ଖବର ସମସ୍ତଙ୍କୁ ଚକିତ କରୁଛି । ଏହାରି ମଧ୍ୟରେ ଆଜି ପୁଣି ହିନ୍ଦୀ ଏବଂ ପଞ୍ଜାବୀ ଅଭିନେତା ମଙ୍ଗଲ ଧିଲୋନଙ୍କର ଆଜି ସକାଳେ ଦେହାନ୍ତ ହୋଇଛି । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ସେ । ତେବେ ଚିକିତ୍ସାଧୀନ ଅବସ୍ଥାରେ ଅଭିନେତା ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ବିୟୋଗରେ ପୁରା ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳିଯାଇଛି ।

ଅଭିନେତା ଗତ କିଛି ବର୍ଷ ଧରି କର୍କଟ ରୋଗ ସହ ଲଢୁଥିଲେ । କିଛି ଦିନ ପୂର୍ବରୁ ସେ ଅତ୍ୟନ୍ତ ଗୁରୁତର ଥିଲେ । ତାଙ୍କୁ ପଞ୍ଜାବର ଲୁଧିଆନା ସହରର ଏକ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ଫଳରେ ସେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି । ଅଭିନେତା ଯଶପାଲ ଶର୍ମା ମଙ୍ଗଲ ଧିଲନଙ୍କ ବିୟୋଗ ନେଇ ସୂଚନା ଦେଇଛନ୍ତି ।

ଅଭିନେତା ଯଶପାଲ କହିଛନ୍ତି ଯେ ''ସେ ଦୀର୍ଘ ଦିନ ଧରି କର୍କଟ ରୋଗ ସହ ଲଢୁଥିଲେ ଏବଂ ଏକ ମାସ ପର୍ଯ୍ୟନ୍ତ ସେ ଲୁଧିଆନା କର୍କଟ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ଦୁନିଆକୁ ଅଲବିଦା କହିଛନ୍ତି ।'' ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଶୁଣି ବଲିଉଡ ଏବଂ ପଞ୍ଜାବୀ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି । ଏହି ଖବର ଶୁଣି ସମସ୍ତ ସେଲିବ୍ରେଟି ଅଭିନେତାଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ସମବେଦନା ଜଣାଇଛନ୍ତି ।

ମଙ୍ଗଲ ଧିଲନ୍ ଫରିଦକୋଟର ଏକ ପଞ୍ଜାବୀ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ସେଠାରୁ ତାଙ୍କର ପ୍ରାରମ୍ଭିକ ଅଧ୍ୟୟନ ଆରମ୍ଭ କରିଥିଲେ । ଏହା ପରେ ସେ ପରିବାର ସହ ଉତ୍ତରପ୍ରଦେଶକୁ ଚାଲି ଆସିଥିଲେ । ସେଠାରୁ ସେ ପୁଣି ପଞ୍ଜାବକୁ ଆସିଥିଲେ ଏବଂ ସେଠାରୁ ସେ ସ୍ନାତକ କରିଥିଲେ । ଜଣେ ଅଭିନେତା ହେବା ବ୍ୟତୀତ ସେ ଜଣେ ଲେଖକ ଏବଂ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଧ୍ୟ ଥିଲେ ।

ସେ ନାଟକରେ କାମ କରି ନିଜର ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଦିଲ୍ଲୀ ଏବଂ ଚଣ୍ଡିଗଡ଼ର ଥିଏଟରରେ କାମ କରିଥିଲେ ଏବଂ ପରେ ଚଳଚ୍ଚିତ୍ର ଏବଂ ସିରିଏଲ ଜଗତରେ ଏଣ୍ଟ୍ରି କରିଥିଲେ । ଅନେକ ହିନ୍ଦୀ ଚଳଚ୍ଚିତ୍ର ସହ ସେ ଅନେକ ପ୍ରସିଦ୍ଧ ଟିଭି ସିରିଏଲରେ ଚରିତ୍ର ଏବଂ ନେଗେଟିଭ ରୋଲରେ ଅଭିନୟ କରିଥିଲେ । ମଙ୍ଗଲ ଧିଲନ୍ 1988ରେ ଖୁନ୍ ଭାରୀ ମାଙ୍ଗ ଫିଲ୍ମରୁ ବଲିଉଡରେ ଡେବ୍ୟୁ କରିଥିଲେ । ପରେ ଜଖମୀ ଅରତ, ଦୟାବାନ୍, ଭ୍ରଷ୍ଟାଚାର, ଅକେଲା, ବିଶ୍ବାତ୍ମା, ଅମ୍ବା, ଅକେଲା, ଜିନ୍ଦେଗି ଏକ ଜୁଆ, ଦଲାଲ, ସାହିବାନ୍ ଭଳି ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ ଏବଂ ନିଜର ଏକ ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ତାଙ୍କୁ ଶେଷ ଥର ପାଇଁ 2017 ଚଳଚ୍ଚିତ୍ର ତୋଫାନ୍ ସିଂରେ ଦେଖିବାକୁ ମିଳିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.