ହାଇଦ୍ରାବାଦ: ଜୁନ୍ 19 ତାରିଖରେ, ବଲିଉଡର ପ୍ରାୟ ସମସ୍ତ ସେଲିବ୍ରିଟି ନିଜ ପିତାଙ୍କ ସହ ଫଟୋ ସେୟାର କରି ପିତୃ ଦିବସ (father's day 2021) ପାଳନ କରିଥିଲେ । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ୍ ସେମାନଙ୍କର ପ୍ରଥମ ସନ୍ତାନ (ଝିଅ ମାଲତି ମେରି ଚୋପ୍ରା ଜୋନାସ୍) ଙ୍କ ସହିତ ପିତୃ ଦିବସକୁ ଅତି ସୁନ୍ଦର ଭାବେ ପାଳନ କରିଛନ୍ତି । ପ୍ରିୟଙ୍କା ଏବଂ ନିକ ଏହି ଦିନ ଏକ ସୁନ୍ଦର ଫଟୋ ପୋଷ୍ଟ କରି ପ୍ରଶଂସକଙ୍କୁ ପିତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି ।


ପ୍ରିୟଙ୍କା ଏବଂ ନିକଙ୍କ ଦ୍ୱାରା ସେୟାର ହୋଇଥିବା ଫଟୋଗୁଡ଼ିକରେ ମାଲତି ତାଙ୍କ ପିତା ନିକ ଜୋନାସଙ୍କ ସହିତ ଠିଆ ହୋଇଥିବା ନଜର ଆସିଛନ୍ତି । ଯଦିଓ ଏହି ଦମ୍ପତି ଏପର୍ଯ୍ୟନ୍ତ ଝିଅର ଝଲକ ଦେଖାଇ ନାହାଁନ୍ତି । ଏହି ଫଟୋରେ ନିକ ପାଦରେ ଏକ ଧଳା ରଙ୍ଗର ସ୍ନିକର୍ସ (ଜୋତା) ପିନ୍ଧିଛନ୍ତି । କୌତୁହଳର ବିଷୟ ହେଉଛି ଏହି ଦମ୍ପତି ମଧ୍ୟ ନିଜ ଝିଅକୁ ଧଳା ସ୍ନିକର୍ସ ପିନ୍ଧାଇଛନ୍ତି ।
- " class="align-text-top noRightClick twitterSection" data="
">
ବର୍ତ୍ତମାନ ପ୍ରଶଂସକମାନେ ଏହାକୁ ଦେଖି ବହୁତ ଖୁସି ହୋଇଯାଇଛନ୍ତି ଏବଂ ମାଲତିଙ୍କର ଏହି ସୁନ୍ଦର ଫଟୋରେ ପ୍ରେମ ବର୍ଷା କରୁଛନ୍ତି । ଏହି ଫଟୋ ସେୟାର କରି ନିକ୍ ଲେଖିଛନ୍ତି ଯେ, 'ମୋର ପ୍ରଥମ ପିତୃ ଦିବସ, ଆପଣ ସମସ୍ତଙ୍କୁ ଅଭିନନ୍ଦନ ।' ଏଥିସହିତ ନିକ ତାଙ୍କ ପିତାଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଏବଂ ପ୍ରଶଂସକମାନଙ୍କୁ ପିତୃ ଦିବସର ଶୁଭେଚ୍ଛା ଜଣାଇଛନ୍ତି । କେବଳ ନିକ୍ ନୁହେଁ, ପ୍ରିୟଙ୍କା ଚୋପ୍ରା ମଧ୍ୟ ତାଙ୍କ ମାଆ ମଧୁ ଚୋପ୍ରାଙ୍କ ଜନ୍ମଦିନରେ ଏକ ଫଟୋ ସେୟାର କରି ତାଙ୍କ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।