ହାଇଦ୍ରାବାଦ: ପ୍ରିୟଙ୍କା ଚୋପ୍ରା ନିଜ ପରିବାର ସହିତ ସମୟ ବିତାଇବାକୁ ଖୁବ୍ ପସନ୍ଦ କରନ୍ତି । କେବଳ ପରିବାର ନୁହେଁ, ବରଂ ଖୁସିକୁ ଦ୍ବିଗଣିତ କରିବା ପାଇଁ ସମୟ ସମୟରେ ଫଟୋ ମଧ୍ୟ ସୋସିଆଲ ମିଡିଆରେ ସେୟାର କରନ୍ତି । ବର୍ତ୍ତମାନ ସେ ଝିଅ ମାଳତୀଙ୍କର କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ନିକ୍ଙ୍କ ସହ ଅପକମିଂ ଟୁର୍ରେ ଯିବା ପାଇଁ ତାଙ୍କ ଲଗେଜ୍ ପ୍ରସ୍ତୁତ କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ପ୍ରିୟଙ୍କା ତାଙ୍କ ମ୍ୟାନେଜରଙ୍କୁ ମଧ୍ୟ ଭେଟିଥିଲେ, ଯାହାର ଫଟୋ ସେ ତାଙ୍କ ଇନ୍ଷ୍ଟା ଷ୍ଟୋରୀରେ ମଧ୍ୟ ସେୟାର କରିଛନ୍ତି ।
ପ୍ରିୟଙ୍କା ଇନ୍ଷ୍ଟା ଷ୍ଟୋରୀରେ ମାଳତି ମେରି ଚୋପ୍ରାଙ୍କ କିଛି ଫଟୋ ସେୟାର କରିଛନ୍ତି । ଯେଉଁଥିରେ ମାଳତି ଏକ ଖାଲି ସୁଟକେସ୍ ଭିତରେ ବସି ମସ୍ତି କରୁଥିବା ଦେଖିବାକୁ ମିଳିଛି । ଏହା ସହିତ ସେ ତାଙ୍କ ଚାରିପାଖକୁ ଏପଟସେପଟ ଚାହିଁ ହସୁ ଥିବାର ଦେଖାଯାଇଛି । ଏହି ସମୟରେ, ମାଳତି ପ୍ରିଣ୍ଟେଡ୍ ଅଫ୍ ହ୍ବାଇଟ୍ କୁର୍ତ୍ତା ପାଇଜାମାରେ ନଜର ଆସିଛନ୍ତି । ଏହା ସହିତ ଛୋଟଛୋଟ କାନଫୁଲ ପିନ୍ଧି ଥିବାରୁ ଖୁବ ସୁନ୍ଦର ଲାଗୁଛନ୍ତି କ୍ୟୁଟ୍ କୁନି ମାଳତୀ ।
ଏହି ପୋଷ୍ଟରେ ପ୍ରିୟଙ୍କା କ୍ୟାପସନ୍ ଦେଇଛନ୍ତି, 'ଆମେ ଟୁର୍ ପାଇଁ ପ୍ରସ୍ତୁତ'। ଏହି ପୋଷ୍ଟ ସହିତ, ପ୍ରିୟଙ୍କା ସ୍ବାମୀ ନିକ ଜୋନାସଙ୍କୁ ମଧ୍ୟ ଟ୍ୟାଗ୍ କରିଛନ୍ତି । କହିରଖୁଛୁ ଯେ ନିକଙ୍କ ପ୍ରଥମ ଟୁର୍ ନ୍ୟୁୟର୍କରେ ହେବ ।
ଏହା ମଧ୍ୟ ପଢନ୍ତୁ: ହୃଦଘାତରେ ଚାଲିଗଲା କନ୍ନଡ ଅଭିନେତାଙ୍କ ପତ୍ନୀ ସ୍ପନ୍ଦନାଙ୍କ ଜୀବନ
ଅନ୍ୟ ଏକ ଫଟୋରେ ପ୍ରିୟଙ୍କା ତାଙ୍କ ମ୍ୟାନେଜର ଅଞ୍ଜୁଲାଙ୍କ ସହ ପୋଜ୍ ଦେଉଥିବା ନଜର ଆସିଛନ୍ତି । ଏହି ସମୟରେ ମାଳତୀ ତାଙ୍କ କୋଳରେ ଅଛନ୍ତି । ଧଳା ପୋଷାକରେ ପ୍ରିୟଙ୍କା ବହୁତ ସୁନ୍ଦର ଦେଖାଯାଉଛନ୍ତି । ଏଥି ସହିତ, ସେ ଖୋଲା କେଶରେ ଚଷମା ପିନ୍ଧି ନିଜର ଲୁକ୍ ପୁରା କରିଛନ୍ତି ।
ଆହୁରି ମଧ୍ୟ, ଅଞ୍ଜୁଲାଙ୍କ ସହିତ ମାଳତୀ ଖେଳୁଥିବା ଏକ ଫଟୋ ପ୍ରିୟଙ୍କା ସେୟାର କରିଛନ୍ତି, ଯେଉଁଥିରେ ସେ ଲେଖିଛନ୍ତି, "ରବିବାର ହେଉଛି କୁର୍ତ୍ତା ପାଇଜାମା ଦିନ ।" ଉଲ୍ଲେଖନୀୟ ଯେ, ଏହା ପ୍ରଥମ ଥର ନୁହେଁ ଯେତେବେଳେ ପ୍ରିୟଙ୍କା ଝିଅ ମାଳତୀଙ୍କ ସହ ଭ୍ରମଣ କରିବାକୁ ଯାଉଛନ୍ତି । ଏହାପୂର୍ବରୁ ମଧ୍ୟ ସେ ମାଳତୀଙ୍କ ସହ ନ୍ୟୁୟର୍କ ଯାଇଛନ୍ତି । ଗତ ଜୁଲାଇରେ ସ୍ୱାମୀ ନିକ୍ ଜୋନାସ୍ ଏବଂ ଝିଅ ମାଳତୀଙ୍କ ସହ ପ୍ରିୟଙ୍କା ଚୋପ୍ରା ଖୁବ୍ ଉପଭୋଗ କରିଥିଲେ ଯାହାର ଫଟୋ ସାମ୍ନାକୁ ଆସିିଥିଲା । ନିକ୍ ଜୋନାସ ନିଜେ କହିିଥିଲେ ଯେ, ଜୁଲାଇ ମାସ ତାଙ୍କ ଏବଂ ତାଙ୍କ ପରିବାର ପାଇଁ ଚଳଚ୍ଚିତ୍ର ପରି ଥିଲା । ସାମ୍ନାକୁ ଆସିଥିବା ଫଟୋଗୁଡ଼ିକରେ ପ୍ରିୟଙ୍କା, ନିକ୍ ଏବଂ ଝିଅ ମଧ୍ୟରେ ଥିବା ବଣ୍ଡିଂ ବା ଭଲପାଇବା ଦେଖିବାକୁ ମିଳିିଥିଲା । ନିକ୍ ଫଟୋଗୁଡିକୁ ତାଙ୍କ ଇନ୍ଷ୍ଚାରେ ସେୟାର କରି କ୍ୟାପସନ୍ରେ ଲେଖିଥିଲେ- July was a movie. ❤️ । ମାଳତୀ ଜାନୁଆରୀ 2022ରେ ସରୋଗେସି ମାଧ୍ୟମରେ ଜନ୍ମଗ୍ରହଣ କରିଥିଲେ ।