ମୁମ୍ବାଇ: ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରାଙ୍କ ଫ୍ୟାନ୍ସଙ୍କ ପାଇଁ ଏକ ଖୁସି ଖବର । ନିକଟରେ ପ୍ରିୟଙ୍କା ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇ ହେଡଲାଇନରେ ରହିଥିଲେ । ଯାହାକୁ ନେଇ ବଲିଉଡରେ ଝଡ଼ ଦେଖିବାକୁ ମିଳିଥିଲା । ତେବେ ଏହାରି ମଧ୍ୟରେ ଝିଅ ମାଲତୀ ମେରୀଙ୍କ ସହ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା । ଯାହାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ତାଙ୍କ ଝିଅ ମାଲତୀ ମେରି ଚୋପ୍ରା ଜୋନସ ଏବଂ ସ୍ୱାମୀ ନିକ ଜୋନସଙ୍କ ସହ ଭାରତକୁ ଫେରିଛନ୍ତି । ଆଜି ପ୍ରିୟଙ୍କା ଏବଂ ତାଙ୍କ ପରିବାରକୁ ବିମାନବନ୍ଦରରେ ଏକାଠି ଦେଖିବାକୁ ମିଳିଥିଲା । ବାପା, ମା ଏବଂ ଝିଅ ବେଶ ସୁନ୍ଦର ଲାଗୁଥିଲେ । ପ୍ରିୟଙ୍କା ଚୋପ୍ରା ତାଙ୍କ ଝିଅ ସହ ପ୍ରଥମ ଥର ପାଇଁ ଭାରତ ଆସିଛନ୍ତି । ଏଥିସହ ମାଲତୀ ପ୍ରଥମ ଥର ପାଇଁ ତାଙ୍କ ମା ମଧୁ ଚୋପ୍ରାଙ୍କ ଘରକୁ ମଧ୍ୟ ଆସିଛନ୍ତି ।
- " class="align-text-top noRightClick twitterSection" data="
">
ତେବେ ଏହି ସମୟରେ ଫିଙ୍କ୍ ଥାଇ ହାଇ ସ୍ଲିଟ୍ ଡ୍ରେସରେ ପ୍ରିୟଙ୍କା ଚୋପ୍ରାଙ୍କୁ ଦେଖିବାକୁ ମିଳିଥିବା ବେଳେ ମାଲତୀ ଏକ ସୁନ୍ଦର ଫ୍ରକ୍ ପିନ୍ଧିଥିବାର ନଜର ଆସିଥିଲେ। ସେହିପରି ନିକ୍ ଜୋନାସଙ୍କୁ ବ୍ଲାକ ସାର୍ଟ, ବ୍ଲୁ ଜିନ୍ସ ସହ କମଳା ରଙ୍ଗର ଟୋପି ଏବଂ ଗଗସ୍ଲରେ ଦେଖିବାକୁ ମିଳିଥିଲା। ଜୋନସ ପରିବାର ବହୁତ ସୁନ୍ଦର ଦେଖାଯାଉଛନ୍ତି। ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରାଙ୍କ ଭାରତରେ ପହଞ୍ଚିବାର ଖବର ସୋସିଆଲ ମିଡିଆ ଏବଂ ବଲିଉଡରେ ବ୍ୟାପିବାରେ ଲାଗିଛି। ବିମାନବନ୍ଦରରେ ଜୋନସ ପରିବାରର ଦୃଶ୍ୟ ଦେଖିବାକୁ ମିଳୁଛି। ସୂଚନା ଥାଉ କି, ମାଲତୀ ଜନ୍ମ ହେବାର ଏକ ବର୍ଷ ପରେ ସେ ଗ୍ରୀଷ୍ମ ଛୁଟି ପାଇଁ ନାନୀଙ୍କ ଘରକୁ ଆସିଛନ୍ତି। ଗତ ବର୍ଷ ଜାନୁଆରୀରେ ସରୋଗେସି ମାଧ୍ୟମରେ ଜନ୍ମ ହୋଇଥିଲେ ମାଲତୀ ।
ଏଥିସହ ପ୍ରିୟଙ୍କା ଚୋପ୍ରା ବଲିଉଡରୁ ଦୂରେଇ ରହିବାର କାରଣ କହି ଫିଲ୍ମ ଇଣ୍ଡଷ୍ଟ୍ରି ଏବଂ ତାଙ୍କ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲେ । ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ କହିଥିଲେ ଯେ, 'ମୁଁ ବଲିଉଡର ରାଜନୀତିରେ ଥକି ଯାଇଥିଲି ଏବଂ ମୁଁ ସେଠାରେ ଚାହୁଁଥିବା କାମ ପାଇ ପାରିଲି ନାହିଁ । ମୋତେ ଇଣ୍ଡଷ୍ଟ୍ରିର ଏକ କୋଣରେ ଫୋପାଡି ଦିଆଯାଉଥିଲା, ମୋତେ କାଷ୍ଟ କରାଯାଉ ନଥିଲା, ମୋ ନାଁରେ ଅଭିଯୋଗ ଆସୁଥିଲା, ମୋତେ ରାଜନୀତି ଭଲ ଲାଗେନି, ଯେତେବେଳେ ମୁଁ ଏସବୁରୁ ଥକି ଗଲି, ସେତେବେଳେ ମୁଁ ବଲିଉଡ ଛାଡିବାକୁ ସ୍ଥିର କଲି ।' ଏହି ଖବର ପ୍ରସାରିତ ପରେ ସମଗ୍ର ଚଳଚ୍ଚିତ୍ର ଜଗତରେ ଉତ୍ତେଜନା ଦେଖାଦେଇଥିଲା ।