ହାଇଦ୍ରାବାଦ: ଗ୍ଲୋବାଲ ଷ୍ଟାର୍ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ବିବାହ ପରଠାରୁ ନିଜ ନିଜ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଏବଂ ନିକ ଜୋନାସ ଆଉ ପାଦେ ଆଗକୁ ବଢିଛନ୍ତି । ଏକ ଦମ୍ପତି ଏକ Sports Wear Brand ସହିତ ହାତ ମିଳାଇଛନ୍ତି । ଆହୁରି ମଧ୍ୟ, ଏହି ବ୍ରାଣ୍ଡ ପାଇଁ ପ୍ରିୟଙ୍କା ଏବଂ ନିକ ସେମାନଙ୍କର ଆକ୍ଟିଭ୍ ଓ୍ବିୟରରେ ଏକ ଫଟୋସୁଟ୍ କରିଛନ୍ତି, ଯାହା ସୋସିଆଲ ମିଡିଆରେ ବହୁତ ଭାଇରାଲ ହେବାରେ ଲାଗିଛି ।
- " class="align-text-top noRightClick twitterSection" data="
">
ପ୍ରିୟଙ୍କା ଚୋପ୍ରା ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ସୂଚନା ଦେଇଛନ୍ତି ଯେ, ସେ ପରଫେକ୍ଟ ମୁମେଣ୍ଟ ନାମକ Sports Wear ରେ ବିନିଯୋଗ କରିଛନ୍ତି । ଏଥିରେ ସେ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ଅଂଶୀଦାର ହୋଇଛନ୍ତି । ଏହି ପୋଷ୍ଟକୁ ସେୟାର କରି ପ୍ରିୟଙ୍କା ଚୋପ୍ରା ଲେଖିଛନ୍ତି, ଏହି ଦିନଟି ଆମ ପାଇଁ ସ୍ୱତନ୍ତ୍ର, ପରଫେକ୍ଟ ମୁମେଣ୍ଟ ପରିବାରରେ ଯୋଗ ଦେଇ ଆମେ ଗର୍ବିତ ଅନୁଭବ କରୁଛୁ, ଏଥିରେ ଆମର ଭୂମିକା ବର୍ତ୍ତମାନ ନିବେଶକ ଏବଂ ପରାମର୍ଶଦାତା ରହିବ ।
ଆମେ ଏହି ବ୍ରାଣ୍ଡକୁ ବହୁତ ଭଲପାଉ, ଯେତେବେଳେ ଆମେ କମ୍ପାନୀ ବିଷୟରେ ଜାଣିବାକୁ ପାଇଲୁ, ଆମେ ପ୍ରକୃତରେ ଏହା ସହ ଜଡିତ ହେବାକୁ ଚାହୁଁଥିଲୁ । ଆମେ ପ୍ରତ୍ୟେକ ଦିନ ବ୍ୟସ୍ତ ଥାଉ । ବର୍ତ୍ତମାନ ଆମେ ଏକ ନିବେଶକ ଭାବରେ ଜଡିତ ହୋଇ ଖୁସି ଅନୁଭବ କରୁଛୁ । ତେଣୁ, ଯଦି ଆପଣ ଭ୍ରମଣ, ରଙ୍ଗ ଏବଂ ଆଡଭେନଚରକୁ ଭଲ ପାଆନ୍ତି, ତେବେ ଏହି ବ୍ରାଣ୍ଡ ଆପଣଙ୍କୁ ଏକ ଭିନ୍ନ ଅନୁଭୂତି ଦେବ (ଯଦି ଆପଣଙ୍କର ନାହିଁ) ତେବେ ଆମ ସହିତ ଯୋଡି ହୋଇ ରୁହନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ