ETV Bharat / entertainment

Gadar 2 ସଫଳତା ଦେଖି ଖୁସି ହେଲେ ନିକ-ପ୍ରିୟଙ୍କା, ଫିଲ୍ମ ନିର୍ଦ୍ଦେଶକଙ୍କୁ ଦେଲେ ଶୁଭେଚ୍ଛା ବାର୍ତ୍ତା

author img

By ETV Bharat Odisha Team

Published : Aug 23, 2023, 7:49 AM IST

ସନ୍ନି ଦେଓଲଙ୍କ ଫିଲ୍ମ ଗଦର 2 ଦିନକୁ ଦିନ ଭଲ ପ୍ରଦର୍ଶନ କରୁଛି । ଫିଲ୍ମକୁ ନେଇ ସବୁଆଡୁ ପ୍ରଶଂସାର ସୁଅ ଛୁଟୁଥିବା ବେଳେ ବର୍ତ୍ତମାନ ପ୍ରିୟଙ୍କା ଚୋପ୍ରା ଏବଂ ତାରକା ସ୍ୱାମୀ ନିକ ଜୋନାସ ବି ଫିଲ୍ମର ପ୍ରଶଂସା କରିଛନ୍ତି । ଏଥିସହ ଫିଲ୍ମର ସଫଳତା ପାଇଁ ଏହି ଷ୍ଟାର ଦମ୍ପତି ନିର୍ମାତାମାନଙ୍କୁ ଏକ ପୁଷ୍ପଗୁଚ୍ଛ ପଠାଇ ଅଭିନନ୍ଦନ ଜଣାଇଛନ୍ତି । ଅଧିକ ପଢନ୍ତୁ

Gadar 2 ସଫଳତା ଦେଖି ଖୁସି ହେଲେ ନିକ-ପ୍ରିୟଙ୍କା, ଫିଲ୍ମ ନିର୍ଦ୍ଦେଶକଙ୍କୁ ପୁଷ୍ପଗୁଚ୍ଛ ପଠାଇ ଜଣାଇଲେ ଶୁଭେଚ୍ଛା

ହାଇଦ୍ରାବାଦ: ବଲିଉଡ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରା ହିନ୍ଦୀ ଚଳଚ୍ଚିତ୍ର ଠାରୁ ଦୂରରେ ଥାଇପାରନ୍ତି, କିନ୍ତୁ ବଲିଉଡ ଏବଂ କିଛି ବିଶେଷ ଲୋକଙ୍କ ପାଇଁ ତାଙ୍କ ହୃଦୟରେ ବହୁତ ଭଲପାଇବା ରହିଛି । ବର୍ତ୍ତମାନ ଅଭିନେତ୍ରୀ ଏବଂ ତାରକା ସ୍ୱାମୀ ନିକ ଜୋନାସ ଗଦର 2ର ଦମଦାର ସଫଳତା ପାଇଁ ଫିଲ୍ମର ନିର୍ମାତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।

ଅଗଷ୍ଟ 11ରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଗଦର 2 ବକ୍ସ ଅଫିସରେ ଧମାକା କରିଛି । ଏହି ଚଳଚ୍ଚିତ୍ରର କ୍ରେଜ ଭାରତ ତଥା ସାରା ବିଶ୍ବରେ ଦେଖିବାକୁ ମିଳିଛି । 11 ଦିନରେ 350 କୋଟିରୁ ଅଧିକ ଆୟ କରିବାରେ ସଫଳ ହୋଇଛି । ତେବେ ଫିଲ୍ମର ସଫଳତାକୁ ନେଇ ବଲିଉଡର ଅନେକ ସେଲିବ୍ରିଟି ସନ୍ନି ଦେଓଲଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପ୍ରିୟଙ୍କା ଚୋପ୍ରା ତାଙ୍କ ତାରକା ସ୍ୱାମୀ ନିକ ଜୋନାସଙ୍କ ସହ ଗଦର 2ର ସଫଳତା ପାଇଁ ନିର୍ମାତା ଅନୀଲ ଶର୍ମାଙ୍କୁ ଏକ ସୁନ୍ଦର ପୁଷ୍ପଗୁଚ୍ଛ ସହ ଏକ ସ୍ପେଶାଲ କାର୍ଡ ପଠାଇ ଅଭିନନ୍ଦନ ଜଣାଇଛନ୍ତି । ଯାହାକୁ ଅନୀଲ ଶର୍ମା ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ନିର୍ଦ୍ଦେଶକ ଅନିଲ ଶର୍ମା ନିଜ ଇନଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ପ୍ରିୟଙ୍କା ଏବଂ ନିକଙ୍କ ଦ୍ୱାରା ପଠାଯାଇଥିବା ଏକ ପୁଷ୍ପଗୁଚ୍ଛ ଏବଂ ଅଭିନନ୍ଦନ ବାର୍ତ୍ତା ଥିବା ଦେଖିବାକୁ ମିଳିଛି । ପ୍ରିୟଙ୍କା ନିକ ନିର୍ଦ୍ଦେଶକଙ୍କୁ ଅଭିନନ୍ଦନ ଜଣାଇ ଲେଖିଛନ୍ତି, 'ପ୍ରିୟ ଅନୀଲ ସାର୍, ଗଦର 2ର ସଫଳତା ପାଇଁ ଅଭିନନ୍ଦନ, ଆଗାମୀ ଭବିଷ୍ୟତ ପାଇଁ ଶୁଭେଚ୍ଛା ଏବଂ ଭଲପାଇବା । ପ୍ରିୟଙ୍କା ଏବଂ ନିକ' । ସେପଟେ ନିର୍ଦ୍ଦେଶକ ମଧ୍ୟ ପ୍ରିୟଙ୍କା-ନିକଙ୍କୁ ମଧ୍ୟ ଏହି ସୁନ୍ଦର ଉପହାର ଏବଂ ଅଭିନନ୍ଦନ ପାଇଁ ଧନ୍ୟବାଦ ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ନିକ୍‌ ଜୋନାସ୍‌ଙ୍କ କନସର୍ଟ ଦେଖି କାନ୍ଦି ପକାଇଲେ ପ୍ରିୟଙ୍କା ଚୋପ୍ରା, ଭିଡିଓ ଭାଇରାଲ

ସୂଚନା ଥାଉ କି, 2003 ମସିହାରେ ପ୍ରିୟଙ୍କା ଚୋପ୍ରା ସନ୍ନି ଦେଓଲ ଏବଂ ପ୍ରୀତି ଜିଣ୍ଟା ଷ୍ଟାରର ଚଳଚ୍ଚିତ୍ର 'ଦ ହିରୋ- ଲଭ୍ ଷ୍ଟୋରୀ' ସହ ବଲିଉଡରେ ପ୍ରଥମ ଥର ପାଇଁ ଏକାଠି ନଜର ଆସିଥିଲେ । ଏହି ଚଳଚ୍ଚିତ୍ରଟି ଗଦର 2 ନିର୍ଦ୍ଦେଶକ ଅନିଲ ଶର୍ମା ନିର୍ଦ୍ଦେଶନା ଦେଇଥିଲେ। ଯାହା ହିଟ୍ ହେବା ସହ ବେଶ ଲୋକପ୍ରିୟତା ହାସଲ କରିଥିଲା । ସେପଟେ ପ୍ରିୟଙ୍କାଙ୍କ ୱାର୍କଫ୍ରଣ୍ଟ୍‌ କଥା କହିବାକୁ ଗଲେ, ପ୍ରିୟଙ୍କା ପରବର୍ତ୍ତୀ ସମୟରେ ହେଡସ୍ ଅଫ୍ ଷ୍ଟେଟ୍‌ରେ ଇଦ୍ରିସ୍ ଏଲ୍‌ବା ଏବଂ ଜନ୍ ସିନାଙ୍କ ସହ ସ୍କ୍ରିନ୍ ସେୟାର୍ କରିବେ । ଇଲିୟା ନାଇଶୁଲାରଙ୍କ ଦ୍ବାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ଜୋସ୍ ଆପେଲବାମ୍ ଏବଂ ଆଣ୍ଡ୍ରେ ନେମେକ୍ ଲେଖିଛନ୍ତି । ଏଥିସହ ସେ ଫର୍‌ହାନ ଅଖତରଙ୍କ ଜି ଲେ ଜରା ସହ ମଧ୍ୟ ବଲିଉଡକୁ ଫେରିବେ ପ୍ରିୟଙ୍କା । ଏହି ଫିଲ୍ମରେ ଆଲିଆ ଭଟ୍ଟ ଏବଂ କ୍ୟାଟ୍ରିନା କୈଫଙ୍କ ସହ ନଜର ଆସିବେ । ପ୍ରିୟଙ୍କା ଏହି ପ୍ରକଳ୍ପରୁ ବିଦାୟ ନେଇଥିବା କଥା ଶିରୋନାମାରେ ରହିଥିଲା । ତେବେ ପ୍ରିୟଙ୍କା ଏହି ଫିଲ୍ମରେ ନଜର ଆସିବେ କି ନାହିଁ ସେନେଇ ନିର୍ମାତା କୌଣସି ସୂଚନା ଦେଇନାହାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.