ETV Bharat / entertainment

Priyanka Chopra: ପ୍ରିୟଙ୍କାଙ୍କ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଜାଣି କରନ ଜୋହରଙ୍କୁ ଟାର୍ଗେଟ କଲେ କଙ୍ଗନା ରାଣାୱତ - ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା

ବଲିଉଡର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରାଙ୍କ ଠାରୁ ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ଦେଇଥିବା ବିବାଦୀୟ ମନ୍ତବ୍ୟ ଜାଣି ଖପ୍ପା ହେଲେ ବଲିଉଡ କୁଇନ କଙ୍ଗନା ରାଣାୱତ। ଜାଣନ୍ତୁ କଣ କହିଲେ କଙ୍ଗନା,

ପ୍ରିୟଙ୍କାଙ୍କ ବଲିଉଡ ବିଦାୟ ସତ ଜାଣି କରଣ ଜୋହରଙ୍କୁ ଟାର୍ଗେଟ କଲେ କଙ୍ଗନା ରାଣାୱତ

author img

By

Published : Mar 28, 2023, 5:15 PM IST

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିକୁ ନେଇ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି ଗ୍ଲୋବାଲ ତାରକା ପ୍ରିୟଙ୍କା ଚୋପ୍ରା । ଯାହାକୁ ନେଇ ଇଣ୍ଡଷ୍ଟ୍ରିରେ ଝଡ ଦେଖିବାକୁ ମିଳିଛି । ନିକଟରେ ଏକ ସାକ୍ଷାତକାରରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ ବଲିଉଡର ସମସ୍ତ କଳା ଚିଠି ଖୋଲିବା ସହ ତାଙ୍କ ବଲିଉଡ ୟାତ୍ରା ବିଷୟରେ ଆଲୋଚନା କରିଥିଲେ । ଯେଉଁଥିରେ ସେ ଇଣ୍ଡଷ୍ଟ୍ରିରେ ରାଜନୀତି ଚାଲିଥିବା କଥା କହିଥିବା ବେଳେ ସେ ଏହି ରାଜନୀତିରେ ଫସିବାକୁ ଚାହିଁନଥିବା କହିଛନ୍ତି । ତାଙ୍କର ଏହି ମନ୍ତବ୍ୟକୁ ନେଇ ବଲିଉଡ କୁଇନ କଙ୍ଗନା ରଣାୱତ ଖପ୍ପା ହୋଇଛନ୍ତି । ସୋସିଆଲ ମିଡିଆରେ ପ୍ରିୟଙ୍କା ଚୋପ୍ରାଙ୍କ ଏହି ସାକ୍ଷାତକାରକୁ ସେୟାର କରି ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଟାର୍ଗେଟ କରିଛନ୍ତି ।

ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ପ୍ରଥମ ଥର ପାଇଁ ତାଙ୍କର ଜଣେ ପ୍ରଶଂସକଙ୍କ ସହ ବଲିଉଡରୁ ଦୂରେଇ ରହିବାର ଯନ୍ତ୍ରଣା ବଖାଣିଛନ୍ତି । ପ୍ରିୟଙ୍କାଙ୍କ ପ୍ରଶଂସକମାନେ ଭାବୁଥିଲେ ଯେ ସେ ବିବାହ ପରେ ସେ ବଲିଉଡରୁ ଦୂରେଇ ଯାଇଛନ୍ତି । ନିକଟରେ ଏକ ସାକ୍ଷାତକାରରେ ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା ଏକ ସାକ୍ଷାତକାରରେ ଏହାକୁ ଭୁଲ ବୋଲି ପ୍ରମାଣିତ କରିଥିଲେ । ସେ କହିଥିଲେ ଯେ ବଲିଉଡ ରାଜନୀତିରୁ ଦୂରେଇ ରହିବାକୁ ଚାହୁଁଛନ୍ତି ।

  • When big bullies bully, some kneel down, some surrender, some give up and leave, some take drugs, few have lost life too. Against this ‘impossible to defeat’ gang of bullies, very very few quit and make their own universe of success. Those are the real life stars. https://t.co/TArOEtzwPY

    — Vivek Ranjan Agnihotri (@vivekagnihotri) March 28, 2023 " class="align-text-top noRightClick twitterSection" data=" ">

ପ୍ରିୟଙ୍କା ଚୋପ୍ରା ତାଙ୍କ ଆଗାମୀ ଫିଲ୍ମ ସିଟାଡେଲ ପାଇଁ ଡେକ୍ସ ଶେଫଡେଙ୍କ ସୋ’ରେ ତାଙ୍କ ବଲିଉଡ କ୍ୟାରିଅର ବିଷୟରେ ୟେତେବେଳେ ପଚରାଯାଇଥିଲା, ସେତେବେଳେ ପ୍ରିୟଙ୍କା ଦୁଃଖ ପ୍ରକାଶ କରିବା ସହ ଆର୍ମଚେୟାର ଏକ୍ସପର୍ଟଙ୍କୁ କହିଥିଲେ ଯେ, 'ମୁଁ ବଲିଉଡର ରାଜନୀତିରେ ଥକି ଯାଇଥିଲି ଏବଂ ମୁଁ ସେଠାରେ ଚାହୁଁଥିବା କାମ ପାଇପାରିଲି ନାହିଁ । ମୋତେ ଇଣ୍ଡଷ୍ଟ୍ରିର ଏକ କୋଣରେ ଫୋପାଡି ଦିଆଯାଉଥିଲା, ମୋତେ କାଷ୍ଟ କରାଯାଉ ନଥିଲା, ମୋ ନାଁରେ ଅଭିଯୋଗ ଆସୁଥିଲା, ମୋତେ ରାଜନୀତି ଭଲ ଲାଗେନି ନୁହେଁ, ଯେତେବେଳେ ମୁଁ ଏସବୁରୁ ଥକି ଗଲି, ସେତେବେଳେ ମୁଁ ବଲିଉଡ ଛାଡିବାକୁ ସ୍ଥିର କଲି ।

କରଣ ଜୋହରଙ୍କୁ ଟାର୍ଗେଟ କଲେ କଙ୍ଗନା ରାଣାୱତ
କରଣ ଜୋହରଙ୍କୁ ଟାର୍ଗେଟ କଲେ କଙ୍ଗନା ରାଣାୱତ

ତେବେ ପ୍ରିୟଙ୍କା ଚୋପ୍ରାଙ୍କ ବଲିଉଡରୁ ବିଦାୟ ମନ୍ତବ୍ୟକୁ ନେଇ କଙ୍ଗନା ରଣାୱତ ପ୍ରତିକ୍ରିୟା ରଖିଛନ୍ତି । ଏହି ଖବର ଶୁଣି କଙ୍ଗନା ରଣାୱତ କ୍ରୋଧିତ ହୋଇଛନ୍ତି । କଙ୍ଗନା ନିଜ ଟ୍ବିଟର ହ୍ୟାଣ୍ଡଲରେ ପ୍ରିୟଙ୍କାଙ୍କ ପୋଷ୍ଟକୁ ସେୟାର କରିବା ସହ ଲୋକପ୍ରିୟ ଫିଲ୍ମ ନିର୍ମାତା କରଣ ଜୋହରଙ୍କୁ ଟାର୍ଗେଟ କରିଛନ୍ତି । ପୋଷ୍ଟ ସେୟାର କରି ସେ ଲେଖିଛନ୍ତି, ପ୍ରିୟଙ୍କା ଚୋପ୍ରାଙ୍କ ଭଳି ଅଭିନେତ୍ରୀ ମଧ୍ୟ କରଣ ଜୋହରଙ୍କ ବିରୋଧରେ ଅଭିଯୋଗ କରଛନ୍ତି । ତାଙ୍କୁ ଭାରତ ଛାଡିବାକୁ ବାଧ୍ୟ କରିଥିଲେ । କଙ୍ଗନା ଆହୁରି ଲେଖିଛନ୍ତି, 'ପ୍ରିୟଙ୍କା ଚୋପ୍ରା ବଲିଉଡ ବିଷୟରେ କ’ଣ କହିଛନ୍ତି, ଏହି ଗ୍ୟାଙ୍ଗ ତାଙ୍କ ସହ ରାଜନୀତି କରି ତାଙ୍କୁ ବଲିଉଡ ଛାଡିବାକୁ ବାଧ୍ୟ କରିଛି, ଏହା କାହାର କାମ ହୋଇଥିବ ତାହା ସମସ୍ତେ ଜାଣନ୍ତି ।' ତେବେ କଙ୍ଗନାଙ୍କ ଏହି ପୋଷ୍ଟ ସେୟାର ପରେ ଫ୍ୟାନ୍ସମାନେ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ।

ପ୍ରିୟଙ୍କାଙ୍କ ବଲିଉଡ ବିଦାୟ ସତ ଜାଣି କଙ୍ଗନା ରାଣାୱତଙ୍କ ପ୍ରତିକ୍ରିୟା

ସେହିପରି ପ୍ରିୟଙ୍କା ଚୋପ୍ରାଙ୍କୁ ସମର୍ଥନ କରି କାଶ୍ମୀର ଫାଇଲ୍ସ ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ ଟ୍ବିଟ୍ କରି ଲେଖିଛନ୍ତି, 'ଯେତେବେଳେ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି ଗାଳିଗୁଲଜ ହୁଏ, କେହି କେହି ଫିଲ୍ମ ଇଣ୍ଡଷ୍ଟ୍ରିକୁ ଛାଡି ଚାଲିଯାଆନ୍ତି ଆଉ କେହି କେହି ହାରି ଚାଲିଯାଆନ୍ତି ତ ଆଉ କେହି ଜୀବନ ବି ହାରି ଦେଇଥାଆନ୍ତି । ଏମିତି ବହୁତ କମ ଲୋକ ଅଛନ୍ତି ଯିଏ ହାର ନମାନି ନିଜ କାମକୁ ବଜାୟ ରଖିଥାନ୍ତି। ତୁମେ ସେଥି ମଧ୍ୟରୁ ଜଣେ । ତୁମେ ଜଣେ ପ୍ରକୃତ ତାରକା ବୋଲି କହିଛନ୍ତି ବିବେକ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.