ହାଇଦ୍ରାବାଦ: 2022 ବର୍ଷ ଅଭିନୟ ଜଗତ ପାଇଁ ଖୁସିରେ ପରିପୂର୍ଣ୍ଣ । କେତେବେଳେ ସେଲିବ୍ରେଟଙ୍କ ବିବାହ ଖବର ଆସୁଛି ତ ପୁଣି କେତେବେଳେ ଅଭିନେତ୍ରୀ ମାଆ ହେବା ଖବର ପ୍ରଶଂସକଙ୍କ ମୁହଁରେ ହସ ଫୁଟାଇ ଦେଉଛି । ଏସବୁ ମଧ୍ୟରେ ଆଉ ଏକ ଗୁଡ ନ୍ୟୁଜ ହେଉଛି ଯେ, ଦକ୍ଷିଣର ସୁନ୍ଦରୀ ଅଭିନେତ୍ରୀ ପ୍ରଣିତା ସୁଭାଷ ଖୁବ୍ ଶୀଘ୍ର ମାଆ ହେବାକୁ ଯାଉଛନ୍ତି । ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ ସହ ଫଟୋ ସେୟାର କରି ଏହି ଖୁସି ଖବର ଦେଇଛନ୍ତି ।
'ହଙ୍ଗାମା-୨' ଚଳଚ୍ଚିତ୍ରରେ ନଜର ଆସିଥିବା ଅଭିନେତ୍ରୀ ପ୍ରଣିତା ସୁଭାଷ ସୋମବାର ସକାଳେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ରୋମାଣ୍ଟିକ ଫଟୋ ସେୟାର କରିଛନ୍ତି। ଏହି ରୋମାଣ୍ଟିକ ଫଟୋରେ ପ୍ରଣିତା ତାଙ୍କ ସ୍ୱାମୀଙ୍କ କୋଳରେ ବସି ଗର୍ଭଧାରଣ କିଟ୍ ଦେଖାଇଛନ୍ତି, ଯେଉଁଥିରେ ତାଙ୍କର ଗର୍ଭଧାରଣ ରିପୋର୍ଟ ପଜିଟିଭ୍ ନଜର ଆସିଛି ।
ଫଟୋରେ ଅଭିନେତ୍ରୀ ମଧ୍ୟ ବହୁତ ଖୁସି ଦେଖାଯାଉଛନ୍ତି । ବଡ କଥା ହେଉଛି ଅଭିନେତ୍ରୀ ତାଙ୍କ ସ୍ୱାମୀଙ୍କ 34 ତମ ଜନ୍ମଦିନରେ ଏହି ଖୁସି ଖବର ସେୟାର କରିଛନ୍ତି । ଏଭଳି ପରିସ୍ଥିତିରେ ପ୍ରଣିତାଙ୍କ ପାଇଁ ଏହା ଡବଲ ସେଲିବ୍ରେସନର ଦିନ । ସ୍ୱାମୀଙ୍କ ସହ ଫଟୋ ସେୟାର କରି ପ୍ରଣିତା କ୍ୟାପସନରେ ଲେଖିଛନ୍ତି, 'ମୋ ସ୍ବାମୀଙ୍କ 34 ତମ ଜନ୍ମଦିନ ପାଇଁ ... ଏଞ୍ଜେଲଙ୍କ ପାଇଁ ଏକ ଉପହାର ।'
ଉଲ୍ଲେଖନୀୟ ଯେ, ପ୍ରଣିତା ଗର୍ଭଧାରଣର ପ୍ରଥମ ତିନିମାସ ପୂରଣ କରିଛନ୍ତି । ପ୍ରଣିତା ପ୍ରଥମ ଥର ପାଇଁ ମାଆ ହେବାକୁ ଯାଉଛନ୍ତି । ପ୍ରଣିତା ବାଙ୍ଗାଲୋରର ବ୍ୟବସାୟୀ ନିତିନ ରାଜୁଙ୍କୁ 2021 ମଇ 30ରେ ବିବାହ କରିଥିଲେ ଏବଂ ଜୁନ୍ 1ରେ ସୋସିଆଲ ମିଡିଆରେ ସେ ତାଙ୍କ ବିବାହ ବିଷୟରେ ପ୍ରଶଂସକଙ୍କୁ ସୂଚନା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ