ETV Bharat / entertainment

Chandrayaan-3 successful landing: ଉପହାସ କରିଥିଲେ, ଏବେ କହିଲେ ଗର୍ବର ମୁହୂର୍ତ୍ତ

ଚନ୍ଦ୍ରଯାନ 3କୁ କଟାକ୍ଷ କରି ବିବାଦରେ ଫସିଥିଲେ ଅଭିନେତା ପ୍ରକାଶ ରାଜ । ପରେ ତାଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଥିଲା । ଏବେ ପୁଣି ଚନ୍ଦ୍ରଯାନ 3ର ଐତିହାସିକ ସଫଳ ଅବତରଣ ଉପରେ ପ୍ରତିକ୍ରିୟା ଦେଇ ଚର୍ଚ୍ଚାକୁ ଆସିଛନ୍ତି ପ୍ରକାଶ ରାଜ । ଅଧିକ ପଢନ୍ତୁ

ପ୍ରକାଶ ରାଜ
ପ୍ରକାଶ ରାଜ
author img

By ETV Bharat Odisha Team

Published : Aug 24, 2023, 12:02 PM IST

ହାଇଦ୍ରାବାଦ: ଚନ୍ଦ୍ରଯାନ 3ର ଐତିହାସିକ ସଫଳ ଅବତରଣ ପରେ ଅଭିନେତା ପ୍ରକାଶ ରାଜ ପୁଣି ଏକ ପ୍ରତିକ୍ରିୟା ଦେଇଛନ୍ତି । ଏହା ଭାରତ ଏବଂ ମାନବିକତା ପାଇଁ ଗର୍ବର ମୁହୂର୍ତ୍ତ ବୋଲି କହିଛନ୍ତି ସାଉଥ୍‌ ଅଭିନେତା ପ୍ରକାଶ ରାଜ । ନିକଟରେ ପ୍ରକାଶ ରାଜ ଚନ୍ଦ୍ରଯାନ 3କୁ ନେଇ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରିଥିଲେ, ଯାହା ପରେ ତାଙ୍କୁ ବହୁତ ସମାଲୋଚନା କରାଯାଇଥିଲା । ସେ ଚନ୍ଦ୍ରଯାନକୁ ପରିହାସ କରିଥିବା ଅଭିଯୋଗ ହୋଇଥିଲା । ଏହା ପରେ ପ୍ରକାଶଙ୍କ ବିରୋଧରେ କର୍ଣ୍ଣାଟକର ବାଗଲକୋଟ ଜିଲ୍ଲାର ବନହଟ୍ଟି ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା । ଏହି ଅଭିଯୋଗ ହିନ୍ଦୁ ସଙ୍ଗଠନର ନେତାମାନେ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ବର୍ତ୍ତମାନ ପୁଣି ଏକ ପୋଷ୍ଟ ସେୟାର କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି ଅଭିନେତା ।

  • PROUD MOMENT for INDIA and to Humankind.. 🙏🏿🙏🏿🙏🏿Thank you #ISRO #Chandrayaan3 #VikramLander and to everyone who contributed to make this happen .. may this guide us to Explore and Celebrate the mystery of our UNIVERSE .. #justasking

    — Prakash Raj (@prakashraaj) August 23, 2023 " class="align-text-top noRightClick twitterSection" data=" ">

ପ୍ରକାଶ ରାଜ ତାଙ୍କ ‘ଏକ୍ସ’ ହ୍ୟାଣ୍ଡଲରେ ଲେଖିଛନ୍ତି, “ଏହା ଭାରତ ଏବଂ ମାନବିକତା ପାଇଁ ଗର୍ବର ମୁହୂର୍ତ୍ତ। ଇସ୍ରୋ, ବିକ୍ରମ ଲାଣ୍ଡର୍‌, ଚନ୍ଦ୍ରଯାନ 3 ଏବଂ ସେମାନଙ୍କୁ ଧନ୍ୟବାଦ, ଯେଉଁମାନେ ଏହାକୁ ସମ୍ଭବ କରିପାରିଛନ୍ତି । ଏହା ଆମକୁ ଆମ ୟୁନିଭର୍ସର ମିଷ୍ଟ୍ରି ଏକ୍ସପ୍ଲୋର କରିବାରେ ଗାଇଡ କରୁ’ ବୋଲି ସେ ଉଲ୍ଲେଖ କରିଛନ୍ତି । ତାଙ୍କର ଏହି ପୋଷ୍ଟକୁ ନେଇ ସେ ଏବେ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚାରେ ଅଛନ୍ତି । ଏହା ପୂର୍ବରୁ ଅଗଷ୍ଟ ୨୦ ତାରିଖ ଦିନ ଏକ କାର୍ଟୁନ ପୋଷ୍ଟ କରିଥିଲେ । ଯାହାକୁ ନେଇ ସେ ଖୁବ୍ ଟ୍ରୋଲ ହୋଇଥିଲେ।

  • Hate sees only Hate.. i was referring to a joke of #Armstrong times .. celebrating our kerala Chaiwala .. which Chaiwala did the TROLLS see ?? .. if you dont get a joke then the joke is on you .. GROW UP #justasking https://t.co/NFHkqJy532

    — Prakash Raj (@prakashraaj) August 21, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢନ୍ତୁ: Chandrayaan-3 ମିଶନକୁ ପରିହାସ; ପ୍ରକାଶ ରାଜଙ୍କ ନାଁରେ ଥାନାରେ ମାମଲା, ପୂର୍ବରୁ ହୋଇଥିଲେ ଟ୍ରୋଲ୍

ସୂଚନାଯୋଗ୍ୟ ଯେ, ଅଗଷ୍ଟ 20ରେ ସେ ଟ୍ୱିଟରରେ ଏକ କାର୍ଟୁନର ଫଟୋ ସେୟାର କରିଥିଲେ । ଫଟୋରେ ଜଣେ ବ୍ୟକ୍ତି ସାର୍ଟ ଏବଂ ଲୁଙ୍ଗି ପିନ୍ଧି ଚା’ ଢାଳୁଥିବାର ନଜର ଆସିଥିଲେ । ସେ କ୍ୟାପସନରେ ଲେଖିଛନ୍ତି, "ବ୍ରେକିଙ୍ଗ୍ ନ୍ୟୁଜ୍: ଚନ୍ଦ୍ରରୁ ବିକ୍ରମ ଲ୍ୟାଣ୍ଡର ପଠାଇଥିବା ପ୍ରଥମ ଫଟୋ" । ଏହା ପରେ ହାସଟ୍ୟାଗ୍ ଦେଇ ଜଷ୍ଟ ଆସ୍କିଙ୍ଗ ବୋଲି ଲେଖିଛନ୍ତି ପ୍ରକାଶ ରାଜ୍ । ତାଙ୍କର ଏହି ପୋଷ୍ଟରେ ଲୋକମାନେ ତାଙ୍କୁ ବହୁତ ଟ୍ରୋଲ କରିଥିଲେ, ଯାହା ପରେ ତାଙ୍କ ପ୍ରତିକ୍ରିୟା ମଧ୍ୟ ଆସିଥିଲା ​​। ସେ ପୋଷ୍ଟରେ ଏକ୍ସ କରି ଉଲ୍ଲେଖ କରିଥିଲେ ଯେ ଯେଉଁମାନେ ନେଗେଟିଭ ସେମାନଙ୍କୁ ସେପରି କିଛି ଦେଖାଯାଇଥାଏ, କେରଳର ଚା ବାଲାକୁ ଯୋଡି ଆର୍ମଷ୍ଟ୍ରଙ୍ଗଙ୍କ ସମୟର ଜୋକ୍ କରୁଥିଲି ବୋଲି ସେ ଉଲ୍ଲେଖ କରିଥିଲେ ।

ଏହା ମଧ୍ୟ ପଢନ୍ତୁ: Prakash Raj Controversy: ଚନ୍ଦ୍ରଯାନ-3 କୁ କଟାକ୍ଷ କରି ବିବାଦରେ ପ୍ରକାଶରାଜ, ଟ୍ରୋଲ କରୁଛନ୍ତି ୟୁଜର୍ସ

ଉଲ୍ଲେଖଯୋଗ୍ୟ ଯେ, ୨୩ ଅଗଷ୍ଟ ସନ୍ଧ୍ୟା ପାଖାପାଖି ୬ଟା ୪ ମିନିଟ୍‌ରେ ଚନ୍ଦ୍ରଯାନ-୩ ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା, ଯାହା ପରେ ସାରା ଦେଶରେ ଖୁସିର ମାହୋଲ ଦେଖିବାକୁ ମିଳିଥିଲା । ବଲିଉଡର ସମସ୍ତ ତାରକା ମଧ୍ୟ ସୋସିଆଲ ମିଡିଆ ମାଧ୍ୟମରେ ଏହି ବଡ ସଫଳତା ପାଇଁ ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସେହି ତାରକାମାନଙ୍କ ମଧ୍ୟରେ ଶାହରୁଖ ଖାନ, ଅକ୍ଷୟ କୁମାର, ଅଜୟ ଦେବଗନ, ଅନୁପମ ଖେର, ସନି ଦେଓଲଙ୍କ ପରି ଅନେକ ତାରକା ଅଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.