ETV Bharat / entertainment

ଆଣ୍ଠୁ ସର୍ଜରୀ କରି ଭାରତ ଫେରିଲେ ପ୍ରଭାସ, ହାଇଦ୍ରାବାଦ ଏୟାରପୋର୍ଟରେ ଆସିଲେ ନଜର

author img

By ETV Bharat Odisha Team

Published : Nov 8, 2023, 3:34 PM IST

ଇଟାଲୀରୁ ଫେରୁଥିବା ବେଳେ ହାଇଦ୍ରାବାଦ ବିମାନବନ୍ଦରରେ ଅଭିନେତା ପ୍ରଭାସଙ୍କୁ ଦେଖିବାକୁ ମିଳିଛି । ଖବର ଅନୁଯାୟୀ ଅଭିନେତା ଆଣ୍ଠୁ ସର୍ଜରୀ ପାଇଁ ଇଟାଲୀକୁ ଯାଇଥିଲେ । ଅଧିକ ପଢନ୍ତୁ,

ଆଣ୍ଠୁ ସର୍ଜରୀ କରି ଭାରତ ଫେରିଲେ ପ୍ରଭାସ, ହାଇଦ୍ରାବାଦ ଏୟାରପୋର୍ଟରେ ଆସିଲେ ନଜର
ଆଣ୍ଠୁ ସର୍ଜରୀ କରି ଭାରତ ଫେରିଲେ ପ୍ରଭାସ, ହାଇଦ୍ରାବାଦ ଏୟାରପୋର୍ଟରେ ଆସିଲେ ନଜର

ହାଇଦ୍ରାବାଦ: ଆଦିପୁରୁଷ ଫ୍ଲପ ପରେ ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାଲାର ସହ ପରଦାକୁ ଫେରୁଛନ୍ତି । ଫିଲ୍ମକୁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଥିବା ବେଳେ ଏହି ଫିଲ୍ମ ଡିସେମ୍ବର ୨୨ରେ ରିଲିଜ ହେବ । ଏହାରି ମଧ୍ୟରେ ବର୍ତ୍ତମାନ ଅଭିନେତା ଇଟାଲୀରୁ ଭାରତ ଫେରିଛନ୍ତି । ସୂଚନା ଅନୁସାରେ, ପ୍ରଭାସ ଆଣ୍ଠୁ ଅସ୍ତ୍ରୋପଚାର ପାଇଁ ସେଠାକୁ ଯାଇଥିଲେ । ସର୍ଜରୀ ପରେ ଅଭିନେତା ଏବଂ ତାଙ୍କ ଟିମ ସଦସ୍ୟମାନଙ୍କ ସହ ହାଇଦ୍ରାବାଦ ଫେରିଛନ୍ତି ।

ସୂଚନା ଅନୁସାରେ, ସୁଟିଂ ସମୟରେ ପ୍ରଭାସଙ୍କ ଆଣ୍ଠୁରେ ଗଭୀର ଆଘାତ ଲାଗିଥିଲା । ଫଳରେ ଆଣ୍ଠୁର ସର୍ଜରୀ ପାଇଁ କିଛି ସପ୍ତାହ ପୂର୍ବରୁ ପ୍ରଭାସ ତାଙ୍କ ଟିମ ସହ ଇଟାଲୀ ଅଭିମୁଖେ ଯାତ୍ରା କରିଥିଲେ । ସେଠାରେ ନିଜ ଆଣ୍ଠୁ ସର୍ଜରୀ କରି ବର୍ତ୍ତମାନ ଭାରତ ଫେରିଛନ୍ତି । ହାଇଦ୍ରାବାଦ ଏୟାରପୋର୍ଟରେ ପ୍ରଭାସଙ୍କୁ ଦେଖିବାକୁ ମିଳିଛି । ଏହି ସମୟରେ ପ୍ରଭାସ ବ୍ଲାକ ରଙ୍ଗର ଆଉଟଫିଟରେ ନଜର ଆସିଛନ୍ତି । ତେବେ ପ୍ରଭାସଙ୍କ ବିମାନବନ୍ଦରର ଏହି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଓମ ରାଉତଙ୍କ ନିର୍ଦ୍ଦେଶିତ ତାଙ୍କର ପୂର୍ବ ଚଳଚ୍ଚିତ୍ର ଆଦିପୁରୁଷ ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିନଥିଲା । ପ୍ରଭାସ ବର୍ତ୍ତମାନ କେଜିଏଫ୍ ଚଳଚ୍ଚିତ୍ର ନିର୍ଦ୍ଦେଶକ ପ୍ରଶାନ୍ତ ନୀଲଙ୍କ ଫିଲ୍ମ ସାଲାରରେ ନଜର ଆସିବେ । ନିର୍ମାତାଙ୍କ ସହ ମିଶି ପ୍ରଭାସ ବର୍ତ୍ତମାନ ସାଲାର ପ୍ରମୋସନ କରିବେ ବୋଲି ଜଣାପଡିଛି । ଏହି ଚଳଚ୍ଚିତ୍ରରେ ପ୍ରଭାସଙ୍କ ବ୍ୟତୀତ ଶ୍ରୁତି ହାସନ, ପୃଥ୍ବୀରାଜ ସୁକୁମାରନ୍ ଏବଂ ଜଗପତି ବାବୁ ମୁଖ୍ୟ ଭୂମିକାରେ ନଜର ଆସିବେ । ହିନ୍ଦୀ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ କନ୍ନଡରେ ସାଲାର ମୁକ୍ତିଲାଭ କରିବ । ତେବେ ଏହି ଫିଲ୍ମ ଶାହାରୁଖ ଖାନଙ୍କ ଫିଲ୍ମ ଡଙ୍କି ସହ କଡା ପ୍ରତିଦ୍ବନ୍ଦ୍ବିତା କରିବ । କାରଣ ଡିସେମ୍ବର ୨୨ରେ ଡଙ୍କି ମଧ୍ୟ ରିଲିଜ ହେବ ।

  • " class="align-text-top noRightClick twitterSection" data="">

ଏହା ମଧ୍ୟ ପଢନ୍ତୁ: ସାଲାର ରିଲିଜ ପରେ ବିବାହ କରିବେ ପ୍ରଭାସ ! ସମ୍ପର୍କୀୟ କଲେ ଖୁଲାସା

ସେପଟେ ପ୍ରଭାସ ସାଲାର ବ୍ୟତୀତ ନିର୍ଦ୍ଦେଶକ ମାରୁଥୀଙ୍କ ସହ ରାଜା ଡିଲକ୍ସ, ନାଗ ଅଶ୍ୱିନଙ୍କ ସହ କଲ୍କି 2898AD ଏବଂ ପାଇପଲାଇନରେ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ପ୍ରୋଜେକ୍ଟ ମଧ୍ୟ ରହିଛି । କଲ୍କି 2898AD ଭାରତୀୟ ସିନେମାର ସବୁଠାରୁ ମହଙ୍ଗା ଚଳଚ୍ଚିତ୍ର ଭାବରେ ବର୍ଣ୍ଣନା କରାଯାଉଛି । ଯେଉଁଥିରେ ଅନେକ ବଡ ବଡ ତାରକା ନଜର ଆସିବେ । ପ୍ରଭାସଙ୍କ ବ୍ୟତୀତ ବଲିଉଡ ଅଭିନେତା ଅମିତାଭ ବଚ୍ଚନ, ସାଉଥ ଅଭିନେତା କମଲ ହାସନ, ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ, ଦିସା ପାଟାନୀ ଏବଂ ପଶୁପତିଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ଆସନ୍ତା ବର୍ଷ ଜାନୁଆରୀ 12ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.