ETV Bharat / entertainment

Adipurush Leak: ୟୁଟ୍ୟୁବରେ ଆଦିପୁରୁଷ ଲିକ, କିଛି ଘଣ୍ଟା ମଧ୍ୟରେ 2.3 ମିଲିୟନ୍ ଭିୟୁ

author img

By

Published : Jul 10, 2023, 12:27 PM IST

ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ ଫ୍ଲପ୍‌ ହୋଇଥିବା ବେଳେ ସୋସିଆଲ ମିଡିଆରେ ହିଟz ହୋଇଛି । ଏହି ଚଳଚ୍ଚିତ୍ରଟି OTT ରେ ଆସିବା ପୂର୍ବରୁ ୟୁଟ୍ୟୁବରେ ଲିକ୍ ହୋଇଥିଲା । ଫିଲ୍ମର HD ପ୍ରିଣ୍ଟ ଲିକ୍ ହେବା ମାତ୍ରେ 2 ମିଲିୟନରୁ ଅଧିକ ଭ୍ୟୁ ମିଳିଛି । ଅଧିକ ପଢନ୍ତୁ

ୟୁଟ୍ୟୁବରେ ଲିକ ହେଲା ଆଦିପୁରୁଷ, କିଛି ଘଣ୍ଟା ମଧ୍ୟରେ 2.3 ମିଲିୟନ୍ ଭ୍ୟୁ

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ଆଦିପୁରୁଷ ବକ୍ସ ଅଫିସରେ ଫ୍ଲପ ହୋଇଛି । ଫିଲ୍ମ ରିଲିଜ ହେବା ମାତ୍ରେ ସଂଳାପ , VFX ଏବଂ ଚରିତ୍ର ପାଇଁ ବିବାଦରେ ଛନ୍ଦି ହେଲା । ଫଳରେ ଫିଲ୍ମ ସାରା ଦେଶରେ କଡ଼ା ସମାଲୋଚନାର ସମ୍ମୁଖୀନ ହେବାକୁ ପଡିଲା। ବିବାଦ ଯୋଗୁଁ OTTରେ ରିଲିଜ ହୋଇପାରୁନି ଫିଲ୍ମ। ହେଲେ ବର୍ତ୍ତମାନ ଫିଲ୍ମ ୟୁଟ୍ୟୁବରେ ଲିକ ହୋଇଛି। ମାତ୍ର କିଛି ଘଣ୍ଟା ମଧ୍ୟରେ ଫିଲ୍ମକୁ 2 ମିଲିୟନରୁ ଅଧିକ ଲୋକ ଦେଖି ସାରିଲେଣି ।

ରିପୋର୍ଟ ଅନୁସାରେ, ତେବେ ଫିଲ୍ମର HD ପ୍ରିଣ୍ଟ୍‌ ଶନିବାର ୟୁଟ୍ୟୁବରେ ଲିକ୍ ହୋଇଛି । ଓମ୍ ରାଉତଙ୍କ ଫିଲ୍ମ ଲିକ୍ ହେବା ପରେ କିଛି ସମୟ ମଧ୍ୟରେ 2.3 ମିଲିୟନ୍ ଭିୟୁ ପାଇଛି । ଅର୍ଥାତ୍ OTTରେ ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ପ୍ରକାଶ କରାଯାଇ ନାହିଁ । ହେଲେ ଅନେକ ଲୋକ ଏହି ଫିଲ୍ମକୁ କିନ୍ତୁ ମାଗଣାରେ ଦେଖି ସାରିଛନ୍ତି । ସୂଚନା ଥାଉ କି, କିଛି ସମୟ ପରେ ୟୁଟ୍ୟୁବରୁ ଫିଲ୍ମର ଏହି ଲିଙ୍କକୁ ହଟାଇ ଦିଆଯାଇଛି ।

ଏହା ମଧ୍ୟ ପଢନ୍ତୁ: ଦେଶବାସୀଙ୍କ ଆଗରେ ମୁଣ୍ଡ ନୁଆଁଇଲେ ମନୋଜ, କହିଲେ ଏମିତି

ଫିଲ୍ମ ବିଷୟରେ କହିବାକୁ ଗଲେ ପ୍ରାୟ 500 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର ତାର ବଜେଟ ମୂଲ୍ୟ ବାହାର କରିବା କଷ୍ଟକର ହୋଇପଡିଛି । ରିପୋର୍ଟ ଅନୁଯାୟୀ, ଜୁନ 16ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ 24ଦିନରେ ପହଞ୍ଚିଲାଣି । କିନ୍ତୁ ବର୍ତ୍ତମାନ ପର୍ଯ୍ୟନ୍ତ ଫିଲ୍ମର ୱାର୍ଲ୍ଡ୍‌ ବକ୍ସ ଅଫିସ୍‌ରେ ମାତ୍ର 360 କୋଟି ସଂଗ୍ରହ କରିଛି । ଏହି ଚଳଚ୍ଚିତ୍ରରେ ପ୍ରଭାସ ଏବଂ କ୍ରିତି ସାନନ୍ ରାମ ଏବଂ ସୀତାଙ୍କ ଭୂମିକାରେ ନଜର ଆସିଥିଲେ । ଏହା ବ୍ୟତୀତ ସୈଫ ଅଲି ଖାନ ରାବଣ ଭୂମିକାରେ ନଜର ଆସିଥିବା ବେଳେ ତାଙ୍କ ସମେତ ଅନେକ ତାରକା ଏହି ଫିଲ୍ମରେ ଅଭିନୟ କରିଥିଲେ । ରାମାୟଣ ଉପରେ ଆଧାରିତ ଏହି ଫିଲ୍ମ ଲୋକଙ୍କ ଭାବନାକୁ ଆଘାତ ଦେଇଥିବା ଅଭିଯୋଗ ହୋଇଛି ।

ସୂଚନା ଥାଉ କି, ଏହି ଚଳଚ୍ଚିତ୍ରରୁ ଦର୍ଶକଙ୍କର ବହୁତ ଆଶା ରହିଥିଲା, କିନ୍ତୁ ଓମ୍ ରାଉତଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ଦର୍ଶକଙ୍କ ବହୁ ସମାଲୋଚନାର ଶିକାର ହୋଇଛି । ଯାହାକୁ ନେଇ ବିବାଦ ଏବେ ବି ଜାରି ରହିଛି । ଫିଲ୍ମର ବିରୋଧକୁ ଦୃଷ୍ଟିରେ ରଖି ନିକଟରେ ଏହାର ସଂଳାପ ଲେଖକ ମନୋଜ ମୁନ୍ତାଶୀରଙ୍କୁ ଜନସାଧାରଣଙ୍କ ନିକଟରେ ନିସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ । ମନୋଜ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଅନେକ ପ୍ରକାର କଥା ଲେଖି ଦେଶବାସୀଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.