ETV Bharat / entertainment

Salaar Release Date, ଭୟଙ୍କର ଅନ୍ଦାଜ୍‌ରେ ନଜର ଆସିଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ - ସାଲାର ରିଲିଜ୍ ତାରିଖ

ସାଉଥ ସୁପରଷ୍ଟାର ପ୍ରଭାସ ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ସାଲାରର ରିଲିଜ ତାରିଖ ଘୋଷଣା କରିଛନ୍ତି । ଫିଲ୍ମଟି 28 ସେପ୍ଟେମ୍ବର 2023 ରେ ରିଲିଜ୍ ହେବ । ଅଧିକ ପଢନ୍ତୁ

ଭୟଙ୍କର ଅନ୍ଦାଜ୍‌ରେ ନଜର ଆସିଲେ ସାଉଥ୍‌ ସୁପରଷ୍ଟାର ପ୍ରଭାସ

author img

By

Published : Aug 16, 2022, 12:13 PM IST

ହାଇଦ୍ରାବାଦ: 76ତମ ସ୍ୱାଧୀନତା ଦିବସରେ ପ୍ରଶଂସକଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ସାଉଥ ସୁପରଷ୍ଟାର ପ୍ରଭାସ । ଅଭିନେତା ତାଙ୍କର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ସାଲାର'ର ରିଲିଜ ତାରିଖ ଘୋଷଣା କରିଛନ୍ତି । ପ୍ରଭାସଙ୍କ ଏହି ଚଳଚ୍ଚିତ୍ରକୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଥିଲେ, ଯାହା ବର୍ତ୍ତମାନ ଶେଷ ହୋଇଛି। ଫିଲ୍ମ ସାଲାରର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ, ଯିଏକି 'କେଜିଏଫ୍' ଚଳଚ୍ଚିତ୍ର ନିର୍ମାଣ କରିଥିଲେ । ଫିଲ୍ମଟି 28 ସେପ୍ଟେମ୍ବର 2023 ରେ ରିଲିଜ୍ ହେବ ।

ପ୍ରଭାସଙ୍କ ଏହି ଚଳଚ୍ଚିତ୍ରଟି ଆକ୍ସନ୍ ଏବଂ ଥ୍ରୀଲରରେ ପରିପୂର୍ଣ୍ଣ । ଫିଲ୍ମରେ ତାଙ୍କୁ ଏକ ଭିନ୍ନ ଅବତାର ଦେଖିବାକୁ ମିଳିଛି । ସ୍ୱାଧୀନତା ଦିବସର ଏହି ଖାସ୍‌ ଅବସରରେ ନିର୍ମାତାମାନେ ମଧ୍ୟ ପ୍ରଭାସଙ୍କ ଫିଲ୍ମର ଏକ ନୂଆ ପୋଷ୍ଟର ରିଲିଜ କରିଛନ୍ତି । ଏହି ଚଳଚ୍ଚିତ୍ର ଭାରତ ବ୍ୟତୀତ ୟୁରୋପ, ମଧ୍ୟ-ପୂର୍ବ ଏବଂ ଆଫ୍ରିକା ପରି ଅନେକ ଦେଶରେ ସୁଟିଂ କରାଯାଇଛି ।

ଫିଲ୍ମର ସୁଟିଂ ଚାଲିଛି

ଉଲ୍ଲେଖନୀୟ ଯେ, ସାଲାର ଫିଲ୍ମର ପ୍ରଥମ କାର୍ଯ୍ୟସୂଚୀ ପୂରା ହୋଇ ସାରିଛି । ଚଳଚ୍ଚିତ୍ରର ଉଚ୍ଚମାନର VFX ପାଇଁ ବିଦେଶୀ ଷ୍ଟୁଡିଓ ନିଯୁକ୍ତ କରାଯାଇଛି । ପୂରା ଟିମ୍‌ ଏହାର କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଦକ୍ଷିଣ ଅଭିନେତ୍ରୀ ଶ୍ରୁତି ହାସନ 'ସାଲାର'ରେ ଅଭିନେତା ପ୍ରଭାସଙ୍କ ବିପକ୍ଷରେ ନଜର ଆସିବେ। ଏହି ଚଳଚ୍ଚିତ୍ର କନ୍ନଡ, ତାମିଲ, ତେଲୁଗୁ, ମାଲାୟାଲମ୍ ଏବଂ ହିନ୍ଦୀରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ଦକ୍ଷିଣର ଦମଦାର ଅଭିନେତା ପୃଥ୍ବୀରାଜ ସୁକୁମାରନ୍ ମଧ୍ୟ ଏକ ପ୍ରମୁଖ ଭୂମିକାରେ ନଜର ଆସିବେ ।

ଏହା ବ୍ୟତୀତ ଦକ୍ଷିଣର ସୁପର ଭିଲେନ୍ ଜଗପତି ବାବୁ, ଇଶ୍ୱରୀ ରାଓ, ଶ୍ରୀୟା ରେଡ୍ଡୀ ମଧ୍ୟ ଏହି ଚଳଚ୍ଚିତ୍ରରେ ପ୍ରମୁଖ ଭୂମିକାରେ ନଜର ଆସିବେ । ଫିଲ୍ମର ବଜେଟ୍ 400 କୋଟିରୁ ଅଧିକ ହେବ ବୋଲି କୁହାଯାଉଛି । ତେବେ, ପ୍ରଭାସଙ୍କୁ ଶେଷ ଥର ପାଇଁ 'ରାଧେ-ଶ୍ୟାମ'ରେ ଦେଖିବାକୁ ମିଳିଥିଲା ​​ଯାହା ବକ୍ସ ଅଫିସରେ ସେତେଟା ଭଲ ପ୍ରଦର୍ଶନ କରିନଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.