ETV Bharat / entertainment

Adipurush Collection Day 4: 4ର୍ଥ ଦିନରେ ଆଣ୍ଠେଇଲା ଆଦିପୁରୁଷ

author img

By

Published : Jun 20, 2023, 12:39 PM IST

ସଂଳାପ ପାଇଁ ବିବାଦ ଘେରରେ ଆଦିପୁରୁଷ। ଅନେକ ସ୍ଥାନରେ ଫିଲ୍ମକୁ ନେଇ ବିରୋଧ ସହ ସମାଲୋଚନା କରାଯାଉଛି। ଫିଲ୍ମ ରିଲିଜକୁ ବ୍ୟାନ କରିବାକୁ କୁହାଯାଉଛି। ତେବେ ଏହାର ପ୍ରଭାବ ଏବେ ଫିଲ୍ମର ଆୟ ଉପରେ ପଡିଛି। 4ର୍ଥ ଦିନରେ ଫିଲ୍ମ ଆୟ 75 ପ୍ରତିଶତ ହ୍ରାସ ପାଇଛି। ଅଧିକ ପଢନ୍ତୁ,

ବିବାଦ ପରେ ଫିଲ୍ମର ଆୟରେ ଲାଗିଲା ବ୍ରେକ, 4ର୍ଥ ଦିନରେ ଏତିକି କଲା ଆୟ

ହାଇଦ୍ରାବାଦ: ରିଲିଜ ପରେ ଫିଲ୍ମର ସଂଳାପ ପାଇଁ ଫିଲ୍ମ ବିବାଦ ଘେରକୁ ଆସିଛି। ଯାହାକୁ ନେଇ ଫିଲ୍ମ ନିର୍ମାତା ଏବଂ ଡାଏଲଗ ରାଇଟରଙ୍କୁ କଡା ସମାଲୋଚନା କରାଯାଉଛି। ଏହାର ପ୍ରଭାବ ବର୍ତ୍ତମାନ ଫିଲ୍ମର ଆୟ ଉପରେ ପଡିଛି। ପ୍ରଥମ ସପ୍ତାହରେ ବକ୍ସ ଅଫିସରେ ଏହି ଚଳଚ୍ଚିତ୍ରଟି ବହୁତ ରୋଜଗାର କରିଥିଲା ​​ଏବଂ ଫିଲ୍ମ 140କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ହେଲେ ବର୍ତ୍ତମାନ 4ର୍ଥ ଦିନର ସଂଗ୍ରହ ସାମ୍ନାକୁ ଆସିଛି। 4ର୍ଥ ଦିନ ଅର୍ଥାତ ସୋମବାର ଫିଲ୍ମର ଆୟ 75 ପ୍ରତିଶତ ହ୍ରାସ ପାଇଛି।

ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମ ସୋମବାର ଦିନର ସଂଗ୍ରହରେ ହ୍ରାସ ପାଇଛି। ଶୁକ୍ରବାର ଦିନ ଏହା 86 କୋଟି, ଶନିବାର ଦିନ 65 କୋଟି ଏବଂ ରବିବାରରେ 69 କୋଟି ଟଙ୍କା ଆୟ କରିଛି। ସୋମବାର ଫିଲ୍ମ ପ୍ରାୟ 20 କୋଟି ଟଙ୍କା ଆୟ କରିଛି। ଆଦିପୁରୁଷର ଭାରତରେ ବିଭିନ୍ନ ଭାଷାରେ 93 କୋଟି ଟଙ୍କା ଓପନିଂ କରିଥିବା ବେଳେ ହିନ୍ଦୀର ସଂଗ୍ରହ ମୂଲ୍ୟ ପ୍ରାୟ 37 କୋଟି କରିଛି। ସପ୍ତାହକ ମଧ୍ୟରେ ଭାରତରେ 220 କୋଟିରୁ ଅଧିକ ଟଙ୍କା ରୋଜଗାର କରିଛି ଫିଲ୍ମ। ଏଥିସହ ସାରା ବିଶ୍ୱରେ 3 ଦିନ ମଧ୍ୟରେ ଫିଲ୍ମ 340 କୋଟି ରୋଜଗାର କରିଛି।

ସୂଚନା ଥାଉ କି, ଓମ ରାଉତଙ୍କ ଦ୍ୱାରା ନିର୍ଦ୍ଦେଶିତ ଏବଂ ପ୍ରଭାସ, କ୍ରିତି ସାନନଙ୍କ ଅଭିନୀତ ଚଳଚ୍ଚିତ୍ର 'ଆଦିପୁରୁଷ' ହେଉଛି ରାମାୟଣର ଏକ ସିନେମାଟିକ୍ ଆଡପ୍ଟେସନ। ଏହି ଫିଲ୍ମ ଜୁନ 16ରେ ରିଲିଜ କରିଥିଲା। ପ୍ରଥମ ଦିନରୁ ଫିଲ୍ମଟି ସଂଳାପ ଏବଂ VFX ପାଇଁ ବିବାଦକୁ ଆସିଛି। ବିବାଦ ଏବଂ ସମାଲୋଚନା ପରେ ଫିଲ୍ମର ଡାଏଲଗ ରାଇଟର ମନୋଜ ମୁନ୍ତାସିର ସଂଳାପ ପରିବର୍ତ୍ତନ କରାଯାଇ ପୁଣି ଫିଲ୍ମ ଚଳିତ ସପ୍ତାହରେ ରିଲିଜ କରାଯିବ ବୋଲି କହିଛନ୍ତି।

ସେପଟେ ଫିଲ୍ମର ସଂଳାପ ଯୋଗୁଁ ନେପାଳର 2ଟି ସହରରେ ଫିଲ୍ମକୁ ବ୍ୟାନ କରାଯିବ ସହ ସମସ୍ତ ବଲିଉଡ ଫିଲ୍ମକୁ ମଧ୍ୟ ବ୍ୟାନ କରାଯାଇଛି। ନେପାଳର କାଠମାଣ୍ଡୁ ପରେ ପୋଖରାରେ ବଲିଉଡ ଫିଲ୍ମ ଉପେର ପ୍ରତିବନ୍ଧକ ଲଗାଯାଇଛି। ଫିଲ୍ମରେ ନେପାଳର କଥାବସ୍ତୁ ମୁତାବକ ସୀତା ନେପାଳର ଜନକପୁରରେ ଜନ୍ମଗ୍ରହଣ କରିଥିଲେ ଏବଂ ପ୍ରଭୁ ରାମ ଆସି ତାଙ୍କୁ ବିବାହ କରିଥିଲେ । ହେଲେ ଫିଲ୍ମରେ ସୀତାଙ୍କୁ ଭାରତର ଝିଅ ବୋଲି ଦର୍ଶା ଯାଇଛି । ଯାହାକୁ ନେଇ ମେୟର ବାଲେନ୍ ଶାହାଙ୍କ ବ୍ୟତୀତ ବିଭିନ୍ନ ରାଜନୈତିକ ଦଳ ଓ କିଛି ସଂଗଠନ ମଧ୍ୟ ଏହି ଫିଲ୍ମକୁ ବିରୋଧ କରିଥିଲେ । ସେପଟେ ନେପାଳର ସେନ୍ସର ବୋର୍ଡ ମଧ୍ୟ ସମାନ କାରଣ ଦର୍ଶାଇ 'ଆଦିପୁରୁଷ'ର ସ୍କ୍ରିନିଂ ପାଇଁ ଅନୁମତି ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଥିଲା । ଚଳଚ୍ଚିତ୍ର ନିର୍ମାତା ସୀତାଙ୍କ ଜନ୍ମସ୍ଥାନରେ ଥିବା ତ୍ରୁଟି ସଂଶୋଧନ ନକରିବା ପର୍ଯ୍ୟନ୍ତ ସ୍କ୍ରିନିଂ ଅନୁମତି ଦିଆଯିବ ନାହିଁ ବୋଲି କହିଛନ୍ତି ଉଭୟ ସହରର ମେୟର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.