ETV Bharat / entertainment

ମଣି ରତ୍ନମ୍‌ଙ୍କ ଫିଲ୍ମ Ponniyin Selvanର ଧମାକାଦାର ଟ୍ରେଲର ରିଲିଜ

author img

By

Published : Sep 7, 2022, 12:31 PM IST

ମଣି ରତ୍ନମ୍‌ଙ୍କ ଐତିହାସିକ ଡ୍ରାମା ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍‌ର ଟ୍ରେଲର ଲଞ୍ଚ (Ponniyin Selvan Trailer Launch) କରାଯାଇଛି । ଏହି ଫିଲ୍ମ ସେପ୍ଟେମ୍ବର 30ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ । ଅଧିକ ପଢନ୍ତୁ

ରିଲିଜ୍‌ ହେଲା ଐଶ୍ୱର୍ଯ୍ୟା ରାୟଙ୍କ ଫିଲ୍ମ Ponniyin Selvan ର ଧମାକାଦାର ଟ୍ରେଲର

ଚେନ୍ନାଇ: ମଣି ରତ୍ନମ୍‌ଙ୍କ ଐତିହାସିକ ଡ୍ରାମା ଚଳଚ୍ଚିତ୍ର ପୋନିୟିନ୍ ସେଲଭାନ୍ ଆଜିକାଲି ବହୁ ଚର୍ଚ୍ଚାରେ ଅଛି । ଫିଲ୍ମର ଟ୍ରେଲର ଲଞ୍ଚ (Ponniyin Selvan Trailer Launch) ହୋଇଛି । ତାମିଲ, ତେଲୁଗୁ, ମାଲାୟାଲମ୍, ହିନ୍ଦୀ ଏବଂ କନ୍ନଡ଼ରେ 5ଟି ଭିନ୍ନ ଭିନ୍ନ ଭାଷାରେ ଟ୍ରେଲର ରିଲିଜ ହୋଇଛି । ଏହି ଚଳଚ୍ଚିତ୍ରରେ ଦଶମ ଶତାବ୍ଦୀରେ ଚୋଳ ସାମ୍ରାଜ୍ୟର ସଂଗ୍ରାମର କାହାଣୀକୁ ଚିତ୍ରିତ ହୋଇଛି । ପୋନିୟିନ ସେଲଭାନରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରାଣୀ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି । ଐଶ୍ୱର୍ଯ୍ୟାଙ୍କ ବ୍ୟତୀତ ସାଉଥ ଅଭିନେତା ବିକ୍ରମଙ୍କୁ ଜଣେ ଯୋଦ୍ଧା ଭାବରେ ଦେଖିବାକୁ ମିଳିଛି । ଏହି ଫିଲ୍ମ ସେପ୍ଟେମ୍ବର 30ରେ ପ୍ରେକ୍ଷାଳୟରେ ରିଲିଜ୍‌ ହେବ ।

  • " class="align-text-top noRightClick twitterSection" data="">

ଟ୍ରେଲର

କଲ୍‌କି କୃଷ୍ଣମୂର୍ତ୍ତିଙ୍କ ଐତିହାସିକ ଉପନ୍ୟାସ ଉପରେ ଆଧାର କରି ପୋନିୟିନ୍ ସେଲଭାନ୍ ଭାରତ ଇତିହାସରେ ଚୋଳ ସାମ୍ରାଜ୍ୟର 'ସର୍ବଶ୍ରେଷ୍ଠ' ସାମ୍ରାଜ୍ୟର କାହାଣୀ କହିଛନ୍ତି । ଏହା ଆକାଶରେ ଏକ ଧୁମକେତୁର ଦୃଶ୍ୟ ସହିତ ଆରମ୍ଭ ହୁଏ ଏବଂ ଏହା ରାଜ ରକ୍ତର ବଳିଦାନ ମାଗେ । ଆଦିତ୍ୟ କାରିକାଲାନ୍ ଭୂମିକାରେ ଚିଆନ୍ ବିକ୍ରମ, ଅରୁଣମୋଜି ବର୍ମନ୍‌ ଭୂମିକାରେରେ ଜୟମ୍ ରବି ଏବଂ ଏହି ଚଳଚ୍ଚିତ୍ରରେ କାର୍ତ୍ତି ଭୂମିକାରେ ଭାଣ୍ଟିଆଥେଭାନ୍ ନଜର ଆସିବେ । ଟ୍ରେଲରର ମୁଖ୍ୟ ଆକର୍ଷଣ ଐଶ୍ୱର୍ଯ୍ୟା ରାୟ ବଚ୍ଚନ ରାଣୀ ନନ୍ଦିନୀଙ୍କ ଭୂମିକାରେ ଅଭିନୟ କରୁଛନ୍ତି ।

ଟ୍ରେଲର ଲଞ୍ଚରେ ଫିଲ୍ମ ତାରକାମାନେ ଯୋଗ ଦେଇଥିଲେ

ଚେନ୍ନାଇରେ ଏକ ବହୁତ ବଡ ଇଭେଣ୍ଟ ସହିତ ଟ୍ରେଲର ଲଞ୍ଚ କରାଯାଇଥିଲା । କାର୍ଯ୍ୟକ୍ରମ ଚଳଚ୍ଚିତ୍ର ନିର୍ଦ୍ଦେଶକ ମଣି ରତ୍ନମ୍‌ ମଧ୍ୟ ପହଞ୍ଚିଥିଲେ । ମଣି ରତ୍ନମ ବ୍ୟତୀତ ତ୍ରିଶା, ଏହି ଚଳଚ୍ଚିତ୍ରରେ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଥିବା ଅଭିନେତା ବିକ୍ରମ ଏବଂ ଐଶ୍ୱର୍ଯ୍ୟା ରାୟ ମଧ୍ୟ ଅଂଶଗ୍ରହଣ କରିଥିଲେ । ସାଉଥ ସୁପରଷ୍ଟାର ରଜନୀକାନ୍ତ ଏବଂ କମଲ ହାସନ ମଧ୍ୟ ଏହି କାର୍ଯ୍ୟକ୍ରମର ଏକ ଅଂଶ ହୋଇଥିଲେ । ଟ୍ରେଲର ପୂର୍ବରୁ ଫିଲ୍ମର ଟିଜର ଏବଂ ଗୀତ ରିଲିଜ ହୋଇଥିଲା, ଯାହା ଲୋକଙ୍କଠାରୁ ଭଲ ପ୍ରତିକ୍ରିୟା ପାଇଛି । ନିର୍ମାତାଙ୍କ ଠାରୁ ଆଶା କରାଯାଉଛି ଯେ ଲୋକମାନେ ଫିଲ୍ମର ଟ୍ରେଲରକୁ ମଧ୍ୟ ପସନ୍ଦ କରିବେ ।

500 କୋଟି ବଜେଟରେ ନିର୍ମିତ ଏହି ଚଳଚ୍ଚିତ୍ର

ଏହି ପୋନିୟିନ୍ ସେଲଭାନ୍ ଦୁଇଟି ଭାଗରେ ଆସିବ, ଏହା ହେଉଛି ଫିଲ୍ମର ପ୍ରଥମ ଭାଗ । ଯାହା 500 କୋଟିର ଏକ ବଡ ବଜେଟରେ ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ରରେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ, ଚିଆନ ବିକ୍ରମ, କାର୍ତ୍ତି, ଜୟମ ରବି, ତ୍ରିଶା, ଐଶ୍ୱର୍ଯ୍ୟା ଲକ୍ଷ୍ମୀ, ଲାଲ ଏବଂ ଶୋଭିତା ଧୁଲିପାଲା ମୁଖ୍ୟ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ସାଉଣ୍ଡଟ୍ରାକ୍ ଆର୍ ରହମାନଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଥିବାବେଳେ ରବି ବର୍ମନଙ୍କ ଦ୍ୱାରା ସୁଟ୍‌ କରାଯାଇଛି । ଲାଇକା ପ୍ରଡକ୍ସନ୍ସ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ପ୍ରଥମ ତାମିଲ ଚଳଚ୍ଚିତ୍ର ହେବ ଯାହାକି IMAX ପ୍ରେକ୍ଷାଳୟରେ ପ୍ରଦର୍ଶିତ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.