ହାଇଦ୍ରାବାଦ: ବିବାଦରେ ଛନ୍ଦି ହୋଇଛନ୍ତି ଅଭିନେତାରୁ ବିଜେପିର ପ୍ରଚାରକ ସାଜିଥିବା ପରେଶ ରାୱଲ । ଗୁଜୁରାଟରେ ବିଜେପି ପାଇଁ ପ୍ରଚାର କରିବା ବେଳେ ଅତି ଉତ୍ସାହିତ ହୋଇ ଦେଇଥିବା ବୟାନ ତାଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛି । ଏହି ବିବାଦୀୟ ବୟାନ ପାଇଁ ଅଭିନେତା କ୍ଷମା ମଧ୍ୟ ମାଗିଛନ୍ତି, କିନ୍ତୁ ବର୍ତ୍ତମାନ ତାଙ୍କ ବିରୋଧରେ ଅଭିଯୋଗ ହୋଇଛି । ପଶ୍ଚିମବଙ୍ଗର ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି ନେତା ମହମ୍ମଦ ସଲିମ ତଲତଲା ଥାନାରେ ଅଭିନେତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଉଲ୍ଲେଖନୀୟ ଯେ, ବଙ୍ଗାଳୀଙ୍କ ପାଇଁ ମାଛ ରାନ୍ଧିବା କଥା ସେ କହିବାରୁ ଏହି ବିବାଦ ସୃଷ୍ଟି ହୋଇଥିଲା ।
-
Actor/BJP politician Paresh Rawal in Gujarat: “Price of Gas cylinders will come down, inflation will fluctuate up-down, but what will you do when Bangladeshis and Rohingyas start living next to you?”
— Saif 🇵🇹 (@isaifpatel) November 30, 2022 " class="align-text-top noRightClick twitterSection" data="
He knows what will get BJP the votes in Gujarat.pic.twitter.com/6BEuwmTUdf
">Actor/BJP politician Paresh Rawal in Gujarat: “Price of Gas cylinders will come down, inflation will fluctuate up-down, but what will you do when Bangladeshis and Rohingyas start living next to you?”
— Saif 🇵🇹 (@isaifpatel) November 30, 2022
He knows what will get BJP the votes in Gujarat.pic.twitter.com/6BEuwmTUdfActor/BJP politician Paresh Rawal in Gujarat: “Price of Gas cylinders will come down, inflation will fluctuate up-down, but what will you do when Bangladeshis and Rohingyas start living next to you?”
— Saif 🇵🇹 (@isaifpatel) November 30, 2022
He knows what will get BJP the votes in Gujarat.pic.twitter.com/6BEuwmTUdf
ସିପିଆଇ (ଏମ୍) ନେତା ମହମ୍ମଦ ସଲିମ ପୋଲିସ ନିକଟରେ ଦେଇଥିବା ଅଭିଯୋଗରେ କହିଛନ୍ତି ଯେ, ସେ ଅନେକ ସୋସିଆଲ ମିଡିଆ ପ୍ଲାଟଫର୍ମରେ ପରେଶ ରାୱଲଙ୍କ ଭାଷଣର ଭିଡିଓ ଦେଖିଛନ୍ତି । ସେ ପରେଶ ରାୱଲଙ୍କୁ ଏକ ସର୍ବସାଧାରଣ ପ୍ଲାଟଫର୍ମରେ ତାଙ୍କ ଭାଷଣ ମାଧ୍ୟମରେ ଦଙ୍ଗା ବିସ୍ତାର କରୁଥିବା ଅଭିଯୋଗ କରିଛନ୍ତି । ଏଥିସହ ସେ ବଙ୍ଗାଳୀ ତଥା ଦେଶର ଅନ୍ୟ ସମ୍ପ୍ରଦାୟର ଲୋକଙ୍କ ମଧ୍ୟରେ ଥିବା ସୌହାର୍ଦ୍ଦ୍ୟକୁ ନଷ୍ଟ କରିଥିବା ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଅଭିନେତାଙ୍କ ବିବୃତ୍ତି ହେତୁ ପ୍ରବାସୀ ବଙ୍ଗୀୟମାନଙ୍କୁ ଅନେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ । ପୋଲିସକୁ ଦିଆଯାଇଥିବା ଅଭିଯୋଗରେ ସେ ପରେଶ ରାୱଲଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।
-
of course the fish is not the issue AS GUJARATIS DO COOK AND EAT FISH . BUT LET ME CLARIFY BY BENGALI I MEANT ILLEGAL BANGLA DESHI N ROHINGYA. BUT STILL IF I HAVE HURT YOUR FEELINGS AND SENTIMENTS I DO APOLOGISE. 🙏 https://t.co/MQZ674wTzq
— Paresh Rawal (@SirPareshRawal) December 2, 2022 " class="align-text-top noRightClick twitterSection" data="
">of course the fish is not the issue AS GUJARATIS DO COOK AND EAT FISH . BUT LET ME CLARIFY BY BENGALI I MEANT ILLEGAL BANGLA DESHI N ROHINGYA. BUT STILL IF I HAVE HURT YOUR FEELINGS AND SENTIMENTS I DO APOLOGISE. 🙏 https://t.co/MQZ674wTzq
— Paresh Rawal (@SirPareshRawal) December 2, 2022of course the fish is not the issue AS GUJARATIS DO COOK AND EAT FISH . BUT LET ME CLARIFY BY BENGALI I MEANT ILLEGAL BANGLA DESHI N ROHINGYA. BUT STILL IF I HAVE HURT YOUR FEELINGS AND SENTIMENTS I DO APOLOGISE. 🙏 https://t.co/MQZ674wTzq
— Paresh Rawal (@SirPareshRawal) December 2, 2022
ଏଥିସହ ମହମ୍ମଦ ସଲିମ କହିଛନ୍ତି ଯେ, ପରେଶ ରାୱଲ ଯେପରି ବଙ୍ଗୀୟ ପ୍ରସଙ୍ଗ ଉଠାଇଛନ୍ତି, ଏଥିରୁ ଜଣାପଡୁଛି ଯେ ଦେଶର ସମସ୍ତ ବଙ୍ଗୀୟମାନେ ରୋହିଙ୍ଗ୍ୟା ବା ବାଂଲାଦେଶୀ ଅଟନ୍ତି । ସେ କହିଛନ୍ତି ଯେ ବଙ୍ଗୀୟମାନେ ପଶ୍ଚିମବଙ୍ଗ ବାହାରେ ମଧ୍ୟ ବାସ କରନ୍ତି ଏବଂ ଏହା ସେମାନଙ୍କ ପାଇଁ କ୍ଷତିକାରକ ହୋଇପାରେ । ଅଭିନେତାଙ୍କ ଏହି ବୟାନ ପାଇଁ ତାଙ୍କୁ ଟାର୍ଗେଟ କରାଯାଇଛି ।
ଉଲ୍ଲେଖନୀୟ ଯେ, ଏକ ନିର୍ବାଚନ ରାଲିରେ ଯୋଗ ଦେଇ ଲୋକଙ୍କୁ ସମ୍ବୋଧନ କରି ପରେଶ କହିଥିଲେ “ଗ୍ୟାସ୍ ସିଲିଣ୍ଡରର ମୂଲ୍ୟ ଅଧିକ ରହିଛି । ହେଲେ ଦିନେ ଏହାର ମୂଲ୍ୟ କମିବ । ଲୋକମାନେ ବି ନିଯୁକ୍ତି ପାଇବେ । କିନ୍ତୁ କଣ ହେବ ଯେତେବେଳେ ବାଂଲାଦେଶୀ ଓ ରୋହିଙ୍ଗିଆମାନେ ଆପଣଙ୍କ ଚାରିପାଖରେ ବାସ କରିବାକୁ ଲାଗିବେ ଦିଲ୍ଲୀ ଭଳି ? ସେତେବେଳେ ଗ୍ୟାସ୍ ସିଲିଣ୍ଡର ନେଇ ଆପଣ କରିବେ ? କ'ଣ ବଙ୍ଗାଳୀମାନଙ୍କ ପାଇଁ ମାଛ ଭାଜିବେ ?”